ଅନଶନ ହଟିଲେ

0 152

ଡେଲାଙ୍ଗ,୨୪/୮(ଏସଏସନିୟୁଜ) ହରିରାଜପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ବା ମହିଳା ସ୍ୱାସ୍ଥ୍ୟ କର୍ମିୀ ନଥିଲେ ।ଏହାସହ ଅନ୍ୟସମସୟା ନେଇ ବହୁବାର ସଚେତନଶୀଳ ନାଗରିକମାନେ ଦାବୀ ଉପସ୍ଥାପିତ କରିଆସୁଥିଲେ ।କିନ୍ତୁ କୌଣସି ସୁଫଳ ମିଳିନଥିଲା ।ଶେଷରେ ବାଧ୍ୟହୋଇ ସାମାଜିକ କର୍ମୀ ନିରୁପମା ପାତ୍ର ମଙ୍ଗଳବାର ହରିରାଜପୁର ମେଡିକାଲ ଆଗରେ ଆମରଣ ଅନଶନରେ ବସିବାସହ ସ୍ଥାନୀୟ କିଛି ଯୁବକ ମାନେ ଏହାକୁ ସମର୍ଥନ କରି ଅନଶନରେସାମିଲ ହୋଇଥିଲେ । ମେଡିକାଲ ଇନିଚାର‌୍ୟ୍ୟ ସେଠାରେ ପହଞ୍ଚି ଆମରଣ ଅନଶନ କାରୀଙ୍କ ସହ ଆଲେଚନା କରିଥିଲେ । ସୋମବାର ଓ ଶୁକ୍ରବାର ସପ୍ତାହକୁ ଦୁଇ ଦିନ ଗୋରଡିଆ ସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର‌୍ୟ୍ୟ ଡ. ପାର୍ଥ ସାରଥୀ ସାହୁ ଆସି ଏହି ମେଡିକାଲରେ ରୋଗୀ ସେବା କରିବାର ନିର୍ଦ୍ଦେଶନାମା ଦେଖାଇବାସହ ଅନ୍ୟାନ୍ୟ ଦାବୀଗୁଡିକ ପର୍ଯ୍ୟୟକ୍ରମେ ପୁରଣ ହେବାର ପ୍ରତିଶୃତିପରେ ଆରମଣ ଅନଶନ ଉଠିଥିଲା ।

 

Leave A Reply

Your email address will not be published.