ଆଜି ବାରଙ୍ଗତହସିଲ ଘେରାଉ

0 321

ବାରଙ୍ଗ,୧/୯(ଏସଏସନିୟୁଜ)ବୁଧବାରଦିନ ରାଷ୍ଟ୍ରୀୟ ପଛୁଆବର୍ଗ ମହାସଂଘ ପକ୍ଷରୁ ବାରଙ୍ଗ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଆବାହକ ସନ୍ଦୀପ ସାମଲ କହିଛନ୍ତି।ସନ୍ଦିପଙ୍କ ଅଭିଯୋଗ ହେଲା ଦଳିତ ଲୋକମାନଙ୍କୁ ବାରଙ୍ଗ ତହସିଲ ଅଧିନସ୍ତ ବିଦ୍ୟାଧରପୁର ମୌଜାରେ ଭୁସଂସ୍କାର ଆଇନ ବଳରେ ୧୮୦ ଏକର ଜମି ୧୮୦ଟି ପରିବାରକୁ ଦିଆଯାଇଥିଲା।କିନ୍ତୁ ପର‌୍ୟ୍ୟାୟ କ୍ରମେ ଜିଲା ପ୍ରଶାସନ ଏହି ଗରିବ ଶିକ୍ଷାଗତ କମ ଥିବା ଦଳିତ ଲୋକମାନଙ୍କୁ ମିଳିଥିବା ଜାଗାରୁ ଉଠାଇବା ଉଦେଶ୍ୟରେ ରିଭିଜନ କେଶ କରିଥିଲେ।ପର୍ଯ୍ୟାୟ ଲୋକମାନେ ନିଜ ହକ ପାଇଁ ଧାରକରଜ କରି କେଶକୁ ଆସିଥିଲେ।ଏବେ ବଜାର ମୁଲ୍ୟରେଭବିକ୍ରି କରି ଲୋକମାନଙ୍କୁ ସେମନଙ୍କ ପ୍ରପ୍ୟ ଦେବକୁ ନ୍ୟାୟାଳୟ ତାଙ୍କ ନିଷ୍ପତିରେ ଜଣାଇଛନ୍ତି ।କିନ୍ତୁ ନ୍ୟାୟାଳୟ ଙ୍କର ନିର୍ଦେଶକୁ ପ୍ରସାସନ୍ନିକ ଅଧିକାରୀମାନେ ମାନୁନାହାନ୍ତି।ଅନ୍ୟପକ୍ଷେ ଆମେ ଯାଞ୍ଚ କରିବାପରେ ଜଣାପଡ଼ିଲାଯେ ଆମ ନାମରେ ଜାଗାର ମାଲିକାନା ରହିଛି କିନ୍ତୁ ଜମିର ବିବରଣୀରେ ଜାଗାର ଏରିଆ କିଛି ନାହିଁ। ବାରଙ୍ଗ ତହସିଲର ଏହି ଚଞ୍ଚକତାର ପର୍ଦାଫାସ ସହ ମାନ୍ୟବର କୋର୍ଟ ଙ୍କ ନିର୍ଦେଶକୁ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟକାରୀ  କରିବା,ଦଳିତମାନଙ୍କୁ ନ୍ୟାୟ ଦାବିରେ ତହସିଲ କର୍ଯ୍ୟଳୟ ବୁଧବାର ଦିନ ୧୧ଟାରେ ଘେରାଉ କରାଯିବ ବୋଲି ସନ୍ଦୀପ ସାମଲ କହିଛନ୍ତି।।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.