ରାତ୍ରୀର ଖବର ସଂକ୍ଷେପରେ

ତାରିଖ :୧୭/୦୬/୨୦୨୧ (ଗୁରୁବାର)

0 197

 

ଓଡିଶାରେ ୧୩ଟି ଆଦିମ ଜନଜାତିର ୬୬,୨୧୪ ଜଣ ବ୍ୟକ୍ତି ବାସ କରୁଛନ୍ତି। କୋଭିଡ୍ ସହାୟତା ବାବଦରେ ପ୍ରତି ପରିବାରକୁ ୫୦୦୦ ଟଙ୍କା ଲେଖାଏ ଦିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
?ବଲିଉଡ ଅଭିନେତା ଅକ୍ଷୟ କୁମାର ଗୁରୁବାର ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଲାଇନ ଅଫ କଣ୍ଟ୍ରୋଲ ନିକଟ ନିରୁ ଗାଁର ସ୍କୁଲ କୋଠା ନିର୍ମାଣ ପାଇଁ 1 କୋଟି ଟଙ୍କା ଦାନ କରିଛନ୍ତି ।
?କରୋନା ସହ ଲଢେଇ କରୁଛନ୍ତି କଣ୍ଠଶିଳ୍ପୀ ତପୁ ମିଶ୍ର । ଦୀର୍ଘ ଦିନ ଧରି ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।
?ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା । ନିର୍ମାଣ ଶ୍ରମିକଙ୍କୁ ମିଳିବ ୧୫୦୦ ଟଙ୍କାର ସ୍ବତନ୍ତ୍ର କୋଭିଡ ସହାୟତା ।
?ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଜୁଲାଇରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ । ଏଥିପାଇଁ ଖର୍ଚ୍ଚ ହେବ ୯୨.୮୬ କୋଟି ଟଙ୍କା: ମୁଖ୍ୟମନ୍ତ୍ରୀ କହିଛନ୍ତି।
?ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଏବେ ଜେଲରୁ ମୁକୁଳିବେ ଅଭୟକାନ୍ତ ପାଠକ।
?୪୦ କୋଟି ଗ୍ରାହକଙ୍କୁ ଯୋଡ଼ି ଦେଶର ପ୍ରଥମ ଟେଲିକମ୍ କମ୍ପାନୀ ହେଲା ଜିଓ । ୪୦ କୋଟି ଗ୍ରାହକଙ୍କୁ ଯୋଡ଼ି ବିଶ୍ବରେ ଦ୍ବିତୀୟ ସ୍ଥାନରେ ‘ଜିଓ’।
?ଆଜିଠୁ ଗଂଜାମ ଜିଲ୍ଲାରେ ସେରୋ ସର୍ଭେ ଆରମ୍ଭ ହୋଇଛି।
?ଭାରତରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ଗୁଗୁଲ୍ ଇଣ୍ଡିଆ ଖର୍ଚ୍ଚ କରିବ ୧୫.୫ ମିଲିୟନ୍ ଡଲାର୍ I ଗ୍ରାମାଂଚଳର ସ୍ବାସ୍ଥ୍ୟକର୍ମୀଙ୍କୁ ଯୋଗାଇବ ତାଲିମ୍ I
?ରାଜ୍ୟରେ ଆଜି ଆଉ ୬୨୪୦ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ୨୩ ହଜାର ୫୯୯କୁ ବୃଦ୍ଧି।
?୧୬୯୦ କୋଟି ଟଙ୍କାର କୋଭିଡ୍‌ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏଥିରେ ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ, ଜନଜାତି ଉପକୃତ ହେବେ, କାଳିଆ ହିତାଧିକାରୀ ଓ ଭୂମିହୀନ ଚାଷୀଙ୍କୁ ଅତିରିକ୍ତ ୧ ହଜାର ଟଙ୍କା ମିଳିବ।
?ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୪୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
?ଆଜି କଟକ ମହାନଗର ନିଗମ ଅଞ୍ଚଳରୁ ୧୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
?ସହରାଞ୍ଚଳ ଗରିବଙ୍କୁ ରୋଜଗାର ଯୋଗାଇବାକୁ ମୁକ୍ତା ଯୋଜନା । ରୋଜଗାର ପାଇଁ ୨୬୦ କୋଟି ଟଙ୍କାର କାମ ଯୋଗାଇ ଦିଆଯିବ । ୧୧୪ଟି ପୌରସଂସ୍ଥାରେ ରହୁଥିବା ଗରିବ ଲୋକ ଉପକୃତ ହେବେ
?ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଭାରତର ଚୂଡାନ୍ତ ଦଳ ଘୋଷିତ,ତିନି ପେସର ଓ ଦୁଇ ସ୍ପିନର ସାମିଲ
?ସିଇଓରୁ ମାଇକ୍ରୋସଫ୍ଟର ନୂଆ ଅଧ୍ୟକ୍ଷ ବନିଲେ ସତ୍ୟ ନାଡେଲା ।
?ଜୁଲାଇରେ ପିଲାଙ୍କ ଉପରେ ନୋଭାଭାକ୍ସ ଟିକାର କ୍ଲିନିକାଲ୍ ପରୀକ୍ଷା ।

Leave A Reply

Your email address will not be published.