ଆଜିର ଅନୁଚିନ୍ତା

0 279

ବ୍ରହ୍ମାଙ୍କ ଠାରୁ ଆରମ୍ଭ କରି ତୃଣ ପର୍ଯ୍ୟନ୍ତ ଛୋଟବଡ଼ ସମସ୍ତ ଚରାଚର ଜୀବଙ୍କୁ ଭଗବାନ୍ ହିଁ ନିଜ ବଶରେ ରଖିଛନ୍ତି । ସେ ହେଉଛନ୍ତି ସଂସାରର ସମସ୍ତ ବଳବାନ୍ ମାନଙ୍କର ମଧ୍ୟ ବଳ । ସେହି ମହାପରାକ୍ରମୀ ସର୍ବଶକ୍ତିମାନ ପ୍ରଭୁ ହିଁ ହେଉଛନ୍ତି କାଳ ତଥା ସମସ୍ତ ପ୍ରାଣୀଙ୍କର ଇନ୍ଦ୍ରିୟବଳ, ମନୋବଳ, ଦେହବଳ, ଧୈର୍ଯ୍ୟ ଏବଂ ଇନ୍ଦ୍ରିୟ ମଧ୍ୟ । ସେହି ପରମେଶ୍ବର ନିଜ ଶକ୍ତିରେ ଏହି ବିଶ୍ବର ସୃଜନ, ରକ୍ଷଣ ଓ ସଂହାର କରନ୍ତି । ସେ ହିଁ ତ୍ରିଗୁଣର ସ୍ବାମୀ । ସଂସାରରେ ନିଜର ଅବଶୀକୃତ ମନ ପରି ଶତ୍ରୁ ଅନ୍ୟ କେହି ନାହାନ୍ତି । ମନକୁ ସମସ୍ତଙ୍କ ପ୍ରତି ସମଭାବାପନ୍ନ କରିଦେବା ହିଁ ହେଉଛି ଭଗବାନଙ୍କର ସବୁଠାରୁ ବଡ଼ ପୂଜା ।
🙏ଓଁ ରଘୁନାଥ ଦେବାୟ ନମଃ,ଶୁଭ ସକାଳ🙏 ଆଜି ମଙ୍ଗଳବାର ପ୍ରଭୁ ରଘୁନାଥ ଦେବଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏 ପ୍ରଭୁ ରଘୁନାଥ ଦେବ୍ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏

 

Leave A Reply

Your email address will not be published.