ଆଜିର ରାଶିଫଳ

0 189

୨୦୨୨ ମସିହା ଜୁନ ମାସ ୨୪ ତାରିଖ (ଶୁକ୍ରବାର)ଖଳିଲାଗି ଏକାଦଶୀ ,ଆଷାଢ଼ ମାସ -କୃଷ୍ଣପକ୍ଷ ,ତିଥି-ଏକାଦଶୀ ରାତ୍ରି ଘ୧୧/୧୮ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୧୨/୩୬ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୦୪ ,ବିଛା, ଧନୁ ଓ ମୀନ ରାଶି ର ଘାତବାର,ମେଷ ରାଶିର ଘାତଚନ୍ଦ୍ର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବଭକ୍ଷଣ ନିଷେଧ,
🐏ମେଷ👉ଆଜି ଶୁଭ ଫଳ ପାଇବେ I ସକାରାତ୍ମକ ମାନସିକତା ରହିବ ଇ ଲୋକ ସମ୍ପର୍କ ବଢିବ I | ନିଜର ବ୍ୟବସାୟ ସମ୍ପ୍ରସାରଣ ଯୋଜନା କରିବା ପାଇଁ ଏହା ଏକ ଭଲ ସମୟ I
🐮ବୃଷ👉ମଙ୍ଗଳବାର ଆପଣଙ୍କ ପାଇଁ ବହୁତ ଭଲ ଦିନ I ଯେଉଁମାନେ ପରୀକ୍ଷା କିମ୍ବା ପ୍ରତିଯୋଗିତା ମାଧ୍ୟମରେ ଚାକିରି ଖୋଜୁଛନ୍ତି କିମ୍ବା ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି, ଉଦ୍ୟମ ସଫଳ ହେବ I ଆଗାମୀ ସମୟରେ ସଫଳତା ଆପଣଙ୍କ ସହିତ ରହିବ I
👩‍❤️‍👨ମିଥୁନ👉ଆଜି ଦିନଟି ଶୁଭ ଦିନ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଲାଭ ପାଇବେ I ଉଦ୍ୟୋଗୀ ଏବଂ ବ୍ୟବସାୟୀ ମାନେ ଏକ ନୂତନ ସଙ୍ଗଠନ କିମ୍ବା ସହଭାଗୀତାରେ ପ୍ରବେଶ କରିପାରିବେ I କୋର୍ଟ ମାମଲା ରେ ସଫଳତା ପାଇ ପାରିବେ I ବୃତ୍ତିଗତ ଭାବରେ ଆପଣ ଲୋକପ୍ରିୟତା ଏବଂ ପ୍ରଶଂସା ଲାଭ କରିବେ I ଏହା ସହିତ ବ୍ୟକ୍ତିଗତ ସମ୍ପର୍କରେ ସୁଖ ଏବଂ ଆନନ୍ଦ ରହିବ I
🦀କର୍କଟ👉କିଛି ସମସ୍ୟା ର ସମ୍ମୁଖୀନ ହେବେ କିନ୍ତୁ ଦିନଟି ଆପଣଙ୍କ ସପକ୍ଷରେ ରହିବ I ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସକରାତ୍ମକ ଚିନ୍ତାଧାରା ରଖନ୍ତୁ ଇ ପରିବାର ଏବଂ ବନ୍ଧୁ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ପାଇବେ I
🦁ସିଂହ👉ଦିନଟି ଆପଣଙ୍କ ସପକ୍ଷରେ ରହିବ I କାର୍ଯ୍ୟରେ କିଛି ଉତ୍ଥାନ-ପତନ ହୋଇ ପାରେ I ଗୁପ୍ତ ଶତ୍ରୁମାନଙ୍କ ଠାରୁ ସାବଧାନ ରୁହନ୍ତୁ , କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି I ନିକଟ ସମ୍ପର୍କୀୟଙ୍କ ଠାରୁ ମାନସିକ ଆଘାତ ପାଇବେ I କିନ୍ତୁ ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପଯୋଗୀ ହେବ I
🙎‍♀️କନ୍ୟା👉ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ I ଆପଣ ଜଟିଳ ସମସ୍ୟାର ସମାଧାନ କରି ପାରିବେ I କୌଣସି ନୂତନ ଉଦ୍ୟମରେ ଆପଣ ପ୍ରବେଶ କରିବେ ବୋଲି ସଂକେତ ଅଛି I ବିଦେଶୀ ସଂସ୍ଥାରୁ ଶେଷଜଣଙ୍କ ଲାଭ ପାଇବେ I
⚖️ତୁଳା👉ଆର୍ଥିକ ଲାଭ ପାଇଁ ସୁଯୋଗ ମିଳିବ I ନିଜ ଲୋକଙ୍କ ଠାରୁ ଠକାମିରେ ପଡି ପାରନ୍ତି ,ଦୁରେଇ ରୁହନ୍ତୁ Iପାରିବାରିକ ଜୀବନ କିଛି ଟେନସନରେ ଆସି ପାରେ କିନ୍ତୁ ମନ ସ୍ଥିର କରି ପରିସ୍ଥିତିର ସାମ୍ନା କରନ୍ତୁ I
🦂ବିଛା👉ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ଯାଉଛି I ସମସ୍ତ ଅସୁବିଧା ସମାପ୍ତ ହେବ ଏବଂ ସ୍ଥଗିତ କାର୍ଯ୍ୟ ଚାଲିବ I ଆର୍ଥିକ ପ୍ରସଙ୍ଗରେ କାର୍ଯ୍ୟ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ I ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆନ୍ତରିକ ହେବ I ସ୍ୱାସ୍ଥ୍ୟ ଭଲ ରହିବ I
🏹ଧନୁ👉ଆପଣଙ୍କର ଧନ ବୃଦ୍ଧି ଏବଂ ବ୍ୟବସାୟ ସ୍ଥିତିରେ ଉନ୍ନତି ହେବ I ଆପଣ ସମସ୍ତ ପ୍ରକାରର ବସ୍ତୁ ଉପଭୋଗ କରିବେ ଏବଂ ନୂତନ କାର୍ଯ୍ୟଭାର ଅଧିଗ୍ରହଣ ହୋଇପାରେ I ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କ ତିକ୍ତ ହୋଇପାରେ I ଆପଣ ପରିବାର ସଦସ୍ୟଙ୍କ ସହିତ ଯୁକ୍ତିତର୍କ ମଧ୍ୟ କରିପାରନ୍ତି
🐊ମକର👉ଆଜି କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ I ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଉପଯୁକ୍ତ ବିଚାରବିମର୍ଶ କରି ନିଅନ୍ତୁ I ଆପଣ ସାମାଜିକ ଭାବରେ ସକ୍ରିୟ ରହିବେ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ମଧ୍ୟ ସ୍ଥାପିତ କରିପାରନ୍ତି I
🏺କୁମ୍ଭ👉 ଆଜି ଆପଣଙ୍କୁ କିଛି ଉତ୍ଥାନର ପତନ ର ସମ୍ମୁଖୀନ ହେବାକୁ ପଡିବ I ତରବରିଆ ଭାବରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ନିଅନ୍ତୁ ନାହିଁ,ଫଳ ଓଲଟା ହୋଇପାରେ I ଏକ ଆନନ୍ଦଦାୟକ ଭ୍ରମଣ ଯୋଗ ରହିଛି I ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ I
🐟ମୀନ👉ଧାର୍ମିକ ଦୃଷ୍ଟିକୋଣରୁ ଦିନଟି ଶୁଭଙ୍କର ହେବ I ଧାର୍ମିକ କାର୍ଯ୍ୟରେ ସାମାଜିକ ଲୋକପ୍ରିୟତା ବଢିବ I ପାରିବାରିକ ଜୀବନ ସୁଖୀ ହେବ ଏବଂ ମାନସିକ ସ୍ତରରେ ଶାନ୍ତ ରହିବେ I ଆତ୍ମବିଶ୍ଵାସ ବଢିବ ଏବଂ କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କଠାରୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ସମର୍ଥନ ପାଇବ I
-ବାସ୍ତୁ ଟିପ୍ପଣୀ-ଘରର ମୁଖ୍ୟ ଦ୍ଵାରରେ ଏହି ସବୁ ଲକ୍ଷଣ ଥିଲେ ମାଡି ଆସେ ଦାରିଦ୍ର୍ୟତା- ?
ଯଦି ଘରର ବାସ୍ତୁ ଠିକ ନଥାଏ ତେବେ ଘରେ ବହୁତ କ୍ଷତି ହୋଇଥାଏ । ଯେମିତିକି- ଅଯଥାରେ ରୋଗ, ଶାରୀରିକ ଅସୁସ୍ଥତା, କଳହ, ଅଶାନ୍ତି, ଧନ ହାନି, ରୁଣ, କରଯ, ପତି-ପତ୍ନୀଙ୍କ ମଧ୍ୟରେ ଅଶାନ୍ତି ଏହିସବୁ ଘଟିଥାଏ । ଏଥିପାଇଁ ଦୁଆର ମୁହଁର ବାସ୍ତୁ ଠିକ ରହିବା ଦରକାର । ଯଦି ଆପଣଙ୍କ ଘରର ପ୍ରବେଶ ଦ୍ଵାର ଏକାଥରେ ୩ଟି ଘରକୁ ଯୋଡି ହୋଇଅଛି ତେବେ ତାହା କ୍ଷତିକାରକ ହେଇଥାଏ । ଯଦି ଆପଣଙ୍କ ପ୍ରବେଶ ଦ୍ଵାର ନିକଟରେ ଗୋଟିଏ ବଡ ଖମ୍ବ କିମ୍ବା ଗୋଟିଏ ଖୁଣ୍ଟ ଆପଣ ରଖିଛନ୍ତି ତେବେ ତାହା ଅନେକ କ୍ଷତି କରିଥାଏ ।
ଆପଣଙ୍କ ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ ଏବଂ ବିଶେଷ କରି ଆପଣଙ୍କ ଧନ ପ୍ରାପ୍ତିରେ ଏହାର ପ୍ରଭାବ ପଡିଥାଏ । ଯଦି ଆପଣ ଘର ତିଆରି କରୁଛନ୍ତି ତେବେ କୌଣସି କୋଣ ଆଡକୁ ଆପଣ ନିଜ ଘରର ମୁଖ୍ୟ ଦ୍ଵାର ବନେଇବେ ନାହିଁ । ଘରର ମଧ୍ୟସ୍ଥ ଭାଗରେ ପ୍ରବେଶ ଦ୍ଵାର ତିଆରି କରିବେ । ଏବଂ ଏହାମଧ୍ୟ ଯେ ଘରର ମୁଖ୍ୟ ଦ୍ଵାରକୁ ଯେଉଁ ଉଚ୍ଚତାରେ ରଖିଛନ୍ତି, ଘରର ପ୍ରତ୍ୟକ ଦ୍ଵାରକୁ ସେହି ଉଚ୍ଚତାରେ ରଖନ୍ତୁ । ଯଦି ଆପଣ ଅଲଗା ଅଲଗା କରି ଦ୍ବାରର ଉଚ୍ଚତା ରଖିଛନ୍ତି ତେବେ ତାହା ବିପଦ ଆଣିଥାଏ । ଏଣୁ ଗୋଟିଏ ମାପରେ ଘରର ମୁଖ୍ୟ ଦ୍ଵାରା ସହିତ ସମସ୍ତ ଦ୍ଵାର ସମାନ ରଖନ୍ତୁ |
ଆଉ ଗୋଟିଏ ମହତ୍ବପୂର୍ଣ କଥା ଏହା ହେଉଛି ଯେ- ଯେତେ ବେଳେ ଆପଣ ଘରର ଦ୍ଵାରା ତିଆରି କରୁଛନ୍ତି ତେବେ ତାହାର କବାଟ ଭିତରକୁ ଫିଟିବା କଥା ବାହାରକୁ ନୁହେଁ । ଯଦି ତାହା ବାହାରକୁ ଫିଟୁଛି ତେବେ ଅର୍ଥହାନୀର କାରଣ ହୋଇଥାଏ । ଯଦି ଆପଣଙ୍କ ଘରର କବାଟ ବନ୍ଧ କଲାବେଳେ ଏବଂ ଖୋଲିଲାବେଳେ କିଛି ଆବାଜ କରୁଛି ତେବେ ତାହା ମଧ୍ୟ କ୍ଷତି-କାରକ ହୋଇଥାଏ ।ଏହା ଫଳରେ ଆପଣଙ୍କ ଘରେ ନାନା ପ୍ରକାର ଅଶାନ୍ତି ଉପୁଜିଥାଏ । ଘରର ଦୁଆର ମୁହଁରେ କୌଣସି କଣ୍ଟା ଜାତୀୟ ବୃକ୍ଷ ତଥା ଲଙ୍କା କିମ୍ବା ପିତା ଜାତୀୟ ବୃକ୍ଷ ଆପଣ ଲଗାନ୍ତୁ ନାହିଁ ।
ଏହା ବହୁତ କ୍ଷତିକାରକ ହୋଇଥାଏ । ଆଉ ଗୋଟିଏ କଥା ପ୍ରତି ଧ୍ୟାନ ଦେବେ ଯେ ଘରର ପ୍ରବେଶ ଦ୍ଵାରା ସାମ୍ନାରେ କୌଣସି ପ୍ରକାରର ଉଗ୍ର ମୂର୍ତି ରଖିବେ ନାହିଁ । ଆପଣ ଶ୍ରୀ ଗଣେଶଙ୍କ ମୂର୍ତି ରଖି ପାରିବେ ।ଗୋଟିଏ ଆଇନା,ଦର୍ପଣ ମଧ୍ୟ ଘରର ମୁଖ୍ୟ ଦ୍ଵାର ନିକଟରେ ରଖିବା ଅନିବାର୍ଯ ।
ଶୁଭ ଶୁକ୍ରବାର ,ଶୁଭ ସକାଳ
!! ସାଗରରେ ଅନେକ ଢ଼େଉ ଆସେ କିନ୍ତୁ ସବୁ ଢେଉ କୁଳ କୁ ଆସି ପାରେ ନାହିଁ ଠିକ ସେମିତି ଜୀବନରେ ଅନେକ ବନ୍ଧୁ ଆସନ୍ତି କିନ୍ତୁ ସମସ୍ତେ ବିଶ୍ୱାସୀ ହୋଇ ଜୀବନ ସାରା ରୁହନ୍ତି ନାହିଁ। ଏ କଥା ପ୍ରମାଣିତ ଯେ, ଦୁଇ ଜଣଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ ସବୁ ବେଳେ ତୃତୀୟ ଜଣକ ପାଇଁ ହିଁ ଭାଙ୍ଗି ଥାଏ!!
🙏🏻ଜୟ ଜଗନ୍ନାଥ,ଜୟ ସୋମନାଥ, ଜୟ ମା ଯୋଗମାୟା 🙏🏻

Leave A Reply

Your email address will not be published.