ଠିକାଦାରକୁ ବଟି ମାଗିବା ପଡିଲା ମହଙ୍ଗା ,ଧରାହେଲେ ବାପ

0 162

ବାରଙ୍ଗ,୨୩/୬(ଏସଏସନିଉଜ)ଜଣେ ଠିକାଦାରକୁ ବଟିମାଗିବା ଓ ଗାଡିଭାଙ୍ଗିବା ଅଭିଯୋଗରେ ନନ୍ଦନକାନନଥାନା ପୋଲିସ ଗୁରୁବାରଦିନ ରଘୁନାଥପୁର ଗ୍ରାମର ଅଜୟରାଉତନାମକ ବ୍ୟକ୍ତିକୁ ଗିରଫ କରି କୋର୍ଟଚାଳଣ କରିଛି ।ଏୟାରଟେଲ କମ୍ପାନୀ ପକ୍ଷରୁ ଅଣ୍ଡରଗ୍ରାଉଣ୍ଡିଂକେବୁଲିଂ କାମ କରୁଥିବା ହରିୟାନାର ବିପନଶର୍ମାନାମକ ଠିକାଦାରଙ୍କୁ ଅଜୟରାଉତ ଓ ତାଙ୍କ ପୁଅ ମିଶି ଚାନ୍ଦା ମାଗିଥିଲେ ।ସେଦେବାକୁ ମନାକରିବାରୁ ତାଙ୍କୁ ଅଶ୍ଲିଳଭାବଷାରେ ଗାଳିଗୁଲଜ କରି ଜୀବନରେ ମାରି ଦେବାକୁଧମକଦେଇ ମାରଧର କରିଥିଲେ ।ଏହାସହ ତାଙ୍କ ବାଇକକୁ କାଠଫାଳିଆରେ ବାଡେଇଭାଙ୍ଗିବାସହ ସହ ଟ୍ରକର ଆଗ କାଚକୁ ଭାଙ୍ଗିଦେଇଥିବାର ବିପନଶର୍ମା ନନ୍ଦନକାନନଥାନାରେ ବୁଧବାରଦିନ ଅଭିଯୋଗ କରିଥିଲେ । ନନ୍ଦନକାନନ ଥାନାଅଧିକାରୀ ବିଶ୍ୱରଞନସେନାପତି ଏକ ମକଦ୍ଦମାରୁଜୁକରି ଗୁରୁବାରଦିନ ଅଜୟକୁ ଗିରଫ କରି କୋର୍ଟଚାଳଣ କରିଛନ୍ତି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.