ନିର୍ଦ୍ଧୁମଛେଚିଲେ ପୋଲିସକୁ ଦେଲେ

0 243

ବାରଙ୍ଗ,୨୩/୬(ଏସଏସନିଉଜ)ଗୁରୁବାର ରାତିରେ ଘରକୁ ଫେରୁଥିବାବେଳେ ଜଣେ ଯୁବକଠାରୁ ଗୋଡିସାହି ଫାଣ୍ଡିଠାରୁ ଅଳ୍ପଦୁରରେ ଗାଡି ଛଡାଉଥିବାବେଳେ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡିଛନ୍ତି ଦୁଇଲୁଟେରା ।ଲୁଟେରାଦ୍ୱୟଙ୍କୁ ଉତମମଧ୍ୟମଦେଇ ସ୍ଥାନୀୟ ଲୋକ ଗୋଡିସାହି ଫାଣ୍ଡିକୁ ହସ୍ତାନ୍ତର କରିଛନ୍ତି ।
ପ୍ରକାସ ଯେ, ଗୋଡିସାହି ଗ୍ରାମର ଓମପ୍ରକାସସାହୁ ନାମକ ଯୁବକ କଟକରୁ ଘର ଗୋଡିସାହିକୁ ହିରୋହୋଣ୍ଡା ସ୍ଲେଣ୍ଡରନଂ ଓଆର୦୨-ବିଏନ-୧୧୦୬ ଯୋଗେ ଫେରୁଥିଲେ ।ବାରଙ୍ଗ-ବାଙ୍କୀରାସ୍ତାର ପାଟପୁର ଗାଁପାଖରେ ପହଁଚିଥିବାବେଳେ ପଛରୁ ଓଆର୦୨-ସି-୮୬୩୦ନଂ ଯୋଗେ ଦୁଇଜଣ ଯୁବକ ପିଛା କରିଥିଲେ ।ଗୋଡିସାହି କେନାଲ ବ୍ରିଜପାଖରେ ଦୁଇଜଣ ଯୁବକ ଓମପ୍ରକାସଙ୍କୁ ରୋକି ତାଙ୍କ ବାଇକକୁ ଛଡାଇବାକୁ ଉଦ୍ୟମ କରିଥିଲେ ।ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ମାରଧର ମଧ୍ୟ ହୋଇଥିଲା ।ଓମପ୍ରକାସଙ୍କ ପାଟିଶୁଣି ପାଖ ବଜାରରେ ଥିବା ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଁଚିଯାଇଥିବାରୁ ଲୁଟେରାଦ୍ୱୟ ଆଉ ଖସି ଯାଇପାରିନଥିଲେ ।ଲୁଟେରାଦ୍ୱୟଙ୍କୁ ଧରି ନିର୍ଦ୍ଧୁମ ଛେଚିବା ସହ ଗୋଡିସାହି ଫାଣ୍ଡିକୁ ଆଣି ହସ୍ତାନ୍ତର କରିଥିଲେ ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.