ଆଜିର ରାଶିଫଳ

0 286

୨୦୨୨ ମସିହା ଜୁଲାଇ ମାସ ୧୪ ତାରିଖ (ଗୁରୁବାର)
ଆଷାଢ଼ ମାସ -ଶୁକ୍ଳପକ୍ଷ ,ତିଥି-ପ୍ରତିପଦା ରା ଘ୮/୧୯ ପର୍ଯ୍ୟନ୍ତ ତଦନ୍ତେ ଦ୍ୱିତିଆ,ସୁର୍ୟୋଦୟ ପ୍ରାତଃ ଘ୦୫/୧୯/୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୧୩,ତୁଳା ଓ କୁମ୍ଭ ରାଶିର ଘାତବାର,ସିଂହ ରାଶିର ଘାତଚନ୍ଦ୍ର,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣି କଖାରୁ ରାତ୍ରି ଘ୮/୧୦ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ।
🐏ମେଷ👉ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭ। ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଜୀବନସାଥୀଙ୍କ ଠାରୁ ଶୁଭ ଖବର ପାଇବେ।
🐮ବୃଷ👉ଆଜି ଆପଣ ଉର୍ଜାବାନ ରହିବେ। ଯୋଜନା ପ୍ରସ୍ତୁତ କରିବେ; ଏହାକୁ କ୍ରିୟାନ୍ଵିତ କରିବାର ମନୋଭାବରେ ରହିବେ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ସମୟ କଟିବ।
👩‍❤️‍👨ମିଥୁନ👉 ବୈବାହିକ ଜୀବନରେ କିଛି କଥାକୁ ନେଇ ମତଭେଦ ହୋଇପାରେ। ମାନସିକ ଶାନ୍ତି ପ୍ରାପ୍ତ ଲାଗି ଆଧ୍ୟାତ୍ମିକତା ବୃଦ୍ଧି କରିପାରନ୍ତି। କୌଣସି ପୁରୁଣା ବନ୍ଧୁଙ୍କ ସହିତ ମିଶି ପାରନ୍ତି। ବିଦ୍ୟାର୍ଥୀଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ହେବ।
🦀କର୍କଟ👉 ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଖୁସି ପାଇବେ। ଘରକୁ ସଜାଇ ନୂତନତ୍ଵ ଆଣିବେ। କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ଚାକିରିରେ ଉନ୍ନତି ହେବ। କ୍ରିକେଟ ଖେଳାଳିଙ୍କ ପ୍ରଦର୍ଶନ ବଢ଼ିଆ ରହିବ। ପ୍ରେମରେ ସଫଳତା ପାଇବେ।
🦁ସିଂହ👉 ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। କାମଧନ୍ଦାରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ଡାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ। ଘରର ମାହୋଲ୍‌ ଭଲ ରହିବ।
🙎‍♀️କନ୍ୟା👉 ଆପଣଙ୍କ ଦିମାକରେ କୌଣସି ନୂଆ ବିଚାର ଘୂରି ବୁଲିବ। ଆପଣଙ୍କ ସଂସ୍ପର୍ଶରେ ଥିବା ଲୋକେ ପ୍ରଭାବିତ ହେବେ। ଆଇନକାନୁନ ମାମଲାର ସମାଧାନ ହୋଇପାରେ। ଚାକିରି ସମ୍ବନ୍ଧରେ ଭଲ ଖବର ମିଳିବା ହେତୁ ପରିବାରରେ ଖୁସିର ମାହୋଲ୍‌ ରହିବ।
⚖️ତୁଳା👉 ଆତ୍ମ ଚିନ୍ତନରେ ଅଧିକ ସମୟ କଟିବ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ନୂଆ ଘର କିମ୍ବା ଜମି କିଣିବା ଲାଗି ଯୋଜନା କରିବେ।
🦂ବିଛା👉ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ଲାଗିରହିଥିବା ବିବାଦର ସମାଧାନ ହେବ। ଅଫିସରେ ନୂଆ ପରିଯୋଜନାରେ କାମ କରିପାରନ୍ତି। ରାଜନୀତିରେ ମନୋକାମନା ପୂରଣ ହେବ। ବୈବାହିକ ଜୀବନରେ ମଧୁରତା ବଢ଼ିବ।
🏹ଧନୁ👉 ଦିନଟିର ଆରମ୍ଭ ଖୁସିର ସହିତ ହେବ। କ୍ୟାରିୟର ସହିତ ସଂଲଗ୍ନ ନୂଆ ସୁଯୋଗ ମିଳିପାରେ। ସମାଜରେ ଆପଣଙ୍କର ମାନ-ସମ୍ମାନ ବୃଦ୍ଧି ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ସନ୍ଧ୍ୟା ସମୟରେ ଶୁଭ ଖବର ମିଳିବ।
🐊ମକର👉 ଆପଣ ସୁନ୍ଦର କଳ୍ପନାରେ ବିଭୋର ରହିବେ। ଯାତ୍ରାରେ ଯାଆନ୍ତୁ, ଧନଲାଭ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ମିତ୍ରଙ୍କ ସହିତ କଥାବାର୍ତ୍ତା ହେବେ।
🏺କୁମ୍ଭ👉କୁତର୍କରୁ ନିବୃତ୍ତ ରହନ୍ତୁ। ଭାବିଚିନ୍ତି ବଡ଼ ଫଇସଲାର ଅନ୍ତିମ ରୂପ ଦିଅନ୍ତୁ। ଆର୍ଥିକ ସ୍ଥିତି ଦୁର୍ବଳ ହେବାରୁ ଜରୁରୀ କାମ ସ୍ଥଗିତ ହେବ। ବେପାରରେ ଭାଗୀଦାରିଙ୍କ ସହିତ ମତଭେଦ ହୋଇପାରେ। ପ୍ରେମିକା ସହିତ ବାହାରକୁ ବୁଲି ଯିବେ।
🐟ମୀନ👉 ଦିନଟି ଉତ୍ସାହ ବର୍ଧକ ରହିବ। ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ନୂଆ ସାଥୀଙ୍କ ସହିତ ରହି ପୁରୁଣା ସାଥୀଙ୍କୁ ଅଣଦେଖା କଲେ ଅସୁବିଧାରେ ପଡ଼ି ଯାଇପାରନ୍ତି। ସିନେ କଳାକାରଙ୍କୁ ଫିଲ୍ମ ବା କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
!! ନୀତିବାଣୀ!!-ସମୟର ହାତ ନଥାଏ କିନ୍ତୁ ସେ ବେଳେବେଳେ ଏମିତି ଚାପୁଡା ମାରେ ଯେ ସାରା ଜୀବନ ମନେ ରହେ ।
!!ବାସ୍ତୁ ଟିପ୍ପଣୀ!!-ଘରେ କଳି ଲାଗୁଛି କି ? ଗୋଟିଏ କାମ କରନ୍ତୁ ନିଶ୍ଚିତ ଶାନ୍ତି ଫେରି ପାଇବେ ।
ଜୀବନଚର୍ଯ୍ୟା- ଯଦି ଗୋଟେ ପରିବାରରେ ବାରମ୍ବାର କଳି ସୃଷ୍ଟି ହେଉଛି ତାହା ଦ୍ୱାରା ସବୁଠୁ ଅଧିକ କ୍ଷତି କଣ ହୋଇଥାଏ ଏବଂ ଯଦି ଆପଣଙ୍କ ପରିବାରରେ କୌଣସି ଅଶାନ୍ତି ଦେଖାଦେଉଛି ତାହେଲେ ତାକୁ ଦୂର କରିବା ପାଇଁ କଣ ବାଟ ରହିଛି ଆସନ୍ତୁ ଜାଣିବା ।
ପ୍ରଥମ କଥା ହେଉଛି ଯଦି ଗୋଟେ ପରିବାରରେ କଳହ ଲାଗିରହେ ତାହା ଦ୍ୱାରା ଲକ୍ଷ୍ମୀ ଛାଡି ଚାଲିଯାଇଥାଆନ୍ତି ଏବଂ ଯଦି ପରିବାର ମଧ୍ୟରେ ଶିଷ୍ଟାଚାର ନଥାଏ ତାହା ଦ୍ୱାରା ଆପଣଙ୍କର ନାନାବିଧ ଅମଙ୍ଗଳ ହୋଇଥାଏ ଏବଂ ବଡ଼ ସାନ ଯଦି କେହି ନମାନେ ତାହେଲେ ଦାରିଦ୍ର୍ୟତା ମଧ୍ୟ ବଢିଥାଏ।
ତ ସବୁବେଳେ ଗୋଟେ କଥା ମନେରଖନ୍ତୁ ଯଦି ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଯଦି କଳହ ସୃଷ୍ଟି ହେଉଛି କିମ୍ବା ପାଟି ତୁଣ୍ଡ ଲାଗିରହୁଛି ତାହେଲେ ଘରର ଅଶାନ୍ତି ଦେଖାଯିବା ସହିତ ଆପଣଙ୍କର ବହୁତ ମାତ୍ରାରେ ସମସ୍ୟା ଦେଖାଦେଇଥାଏ ଏବଂ ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି। ଯାହା ଦ୍ୱାରା ଆପଣଙ୍କର ଯେତିକି ମାତ୍ରାରେ ଉନ୍ନତି ହୋଇଥାଏ ଘରର ସେହି ପରିଣାମରେ ହୋଇନଥାଏ ଦରିଦ୍ର ଦିନକୁ ଦିନ ବଢିବାର ଲାଗିଥାଏ।ତ କେବେ ହେଲେବି ସ୍ୱାମୀ ସ୍ତ୍ରୀ ମଧ୍ୟରେ ପଡୁନାହିଁ ଯାହା ଦ୍ୱାରା ଆପଣଙ୍କ ଉପରେ ଏସବୁ ପ୍ରଭାବ ପଡିଥାଏ। ତ ଏଠି ଗୋଟେ କଥା କହିବା ପାଇଁ ଯାଉଛୁ ଯେ ଯଦି ଆପଣଙ୍କ ପରିବାରରେ ବାରମ୍ବାର କଳହ ସୃଷ୍ଟି ହେଉଛି କିମ୍ବା ଅଶାନ୍ତି ଦେଖା ଦେଉଛି ତାହେଲେ ଆପଣ ମାନେ ଗୋଟେ କାମ କରନ୍ତୁ ଆପଣ ନିହାତି ଭାବେ ଗୀତାର ଭାଗବତ ପୁରାଣ ଶାସ୍ତ୍ର ଆଦିକୁ ପାଠ କରନ୍ତୁ।
ଯାହା ଦ୍ୱାରା ଆପଣଙ୍କ ଗୃହରେ ଲକ୍ଷ୍ମୀ ବାସ କରିବେ ଏବଂ ନାନାବିଧ ମଙ୍ଗଳ ହୋଇଥାଏ। ତାହା ଛଡା ଆପଣଙ୍କର ସନ୍ତାନ ମାନଙ୍କର ମଧ୍ୟ ମଙ୍ଗଳ ହୋଇଥାଏ। ତ ଏସବୁ କାର୍ଯ୍ୟ ଆପଣ ମାନେ ନିହାତି ଭାବେ କରନ୍ତୁ ଆପଣଙ୍କ ପରିବାରରେ ନିହାତି ଭାବେ ମଙ୍ଗଳ ହେବ। ତ ଶେଷରେ ଗୋଟେ କଥା ଜଣେଇଦେଉଛୁ ଯଦି ଆପଣଙ୍କ ଘରକୁ ଅତିଥି ଆସୁଛନ୍ତି ତାହେଲେ ଅତିଥୀଙ୍କ ସେବା କରନ୍ତୁ। ଯାହା ଦ୍ୱାରା ସବୁଠୁ ଅଧିକ ଲାଭ ହୋଇଥାଏ ଆପଣଙ୍କର।
ସର୍ବ ଦେବୀଙ୍କର ଆଶୀର୍ବାଦ ମିଳିଥାଏ ଆପଣଙ୍କୁ। ଆପଣଙ୍କର ଯେଉଁ ଘରର ଯେଉଁ ଅମଙ୍ଗଳ ହେଉଥାଏ ତାହା ଦୂର ହୋଇଯାଇଥାଏ। ଘର ପରିବାରରେ ଯେଉଁ କଳହ ସୃଷ୍ଟି ହେଇଥାଏ ତାହା ମଧ୍ୟ ଦୂର ହୋଇଯାଇଥାଏ। ତ ଏହି କାମକୁ ନିହାତି ଭାବେ କରନ୍ତୁ। ଯାହା ଦ୍ୱାରା ଆପଣଙ୍କ ପରିବାରରେ ଯଦି କୌଣସି କଳି ସୃଷ୍ଟି ହେଉଛି କିମ୍ବା ଅଶାନ୍ତି ଦେଖାଦେଉଛି ତାହେଲେ ଦୂର ହୋଇଯିବ।
!! ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Leave A Reply

Your email address will not be published.