କେବେ ଦୟା କରିବେ ବାବୁ

0 203

ବାରଙ୍ଗ,୧୩/୭(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଓସ୍ରପଡା ଗ୍ରାମର ପ୍ରଧାନସାହିରେ ବିଦ୍ୟୁତ ଟ୍ରାନ୍ସଫର୍ମର ଟି ପୋଡିଯାଇଥିବାରୁ ଗ୍ରାମବାସୀମାନେ ନାହିଁନଥିବା ହଇରାଣ ହେଉଛନ୍ତି ।ଏହି ଟ୍ରାନ୍ସଫର୍ମର ଉପରେ ପ୍ରାୟ ୬୦ରୁ ଉର୍ଦ୍ଧ ଗ୍ରାହକ ନିର୍ଭର କରୁଛନ୍ତି । ଲଘୁଚାପଜନିତ ବର୍ଷା ତୁହାକୁତୁହା ଲାଗିରହିଥିବାବେଳେ ବିଦ୍ୟୁତ ନଥିବାରୁ ଲୋକମାନଙ୍କ ଦୁର୍ଦ୍ଦଶା ବଢିଯାଇଛି ।ପ୍ରାୟ ଲୋକମାନେ ଘରେ ଟ୍ୟୁୱେଲ ଲଗାଇଥିବାବେଳେ ବିଦ୍ୟୁତ ନରହିବାରୁ ଟ୍ୟୁୱେଲରୁ ସଂଯୋଗ ପାଣିମଟର କାମକରୁନାହି ।ଅନ୍ୟପଟେ ଗାଁରେ ଥିବା ଏକମାତ୍ର କୁଅ ପରିତ୍ୟକ୍ତ ହୋଇ ରହିଥିବାରୁ ପାଣି ପାଇଁ ହଇରାଣ ହେଉଛନ୍ତ ଗ୍ରାମବାସୀ ।ଗ୍ରାମବାସୀମାନେ ଏବିଷୟରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ଏହାଭିତରେ ଦୁଇଦିନ ବିତିଯାଇଥିଲେ ସୁଦ୍ଧା ନୁଆଟ୍ରାନ୍ସଫର୍ମର ଲାଗିପାରିନାହିଁ ।ଏବେ କୈାଣସି ଗ୍ରାହକ ପାଖରେ ସେଭଳି ବକେୟା ଅର୍ଥ ରହୁନଥିବାବେଳେ ଟ୍ରାନ୍ସଫର୍ମର ଲଗାଯିବାକୁ ଗୁରୁତ୍ୱ ଦିଆଯାଉନଥିବାରୁ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.