ସରିଲା ନିର୍ବାଚନ, ସଭାପତି ହେଲେ ମହେନ୍ଦ୍ର

0 400

ବାରଙ୍ଗ,୧୩/୭(ଏସଏସନିଉଜ)ମେଣ୍ଢାଶାଳସ୍ଥିତ ଖୋର୍ଦ୍ଧା କେନ୍ଦ୍ରସମବାୟ ବ୍ୟାଙ୍କ ଶାଖାଅଧିନରେ ଥିବା ୬ଗୋଟି ସେବାସମବାୟ ସମିତି ନିର୍ବାଚନ ଶେଷ ହୋଇଛି ।ପୁର୍ବରୁ ୫ଟି ସମିତିର ନିର୍ବାଚନ ସରିଥିବାବେଳେ ବୁଧବାର ମେଣ୍ଢାଶାଳ ସେବା ସମବାୟ ସମିତି ପାଇଁ ନିର୍ବାଚନ ହୋଇଥିଲା ।ସଭାପତି ପାର୍ଥୀ ପାଇଁ ମହେନ୍ଦ୍ରକୁମାରପ୍ରଧାନ ପାର୍ଥିପତ୍ର ଦାଖଲ କରିଥିଲେ ।କେହି ପ୍ରତିଦ୍ୱନ୍ଦି ପାର୍ଥୀପତ୍ର ଦାଖଲ ନକରିବାରୁ ସେ ନିଦ୍ୱନ୍ଦରେ ସଭାପତିଭାବେ ମନୋନିତ ହୋଇଥିଲେ ।ପୁର୍ବରୁ ଅନୁଷ୍ଠିତ ହୋଇସାରିଥିବା ଅନ୍ୟ ୫ଗୋଟି ଅଙ୍ଗାରପଡା ସମିତିରୁ ଆଲୋକକୁମାରପ୍ରଧାନ,ଅରିଶୋଲ ସମିତିରୁ ମଙ୍ଗୁଳିଚରଣ ସ୍ୱାଇଁ,କଂଟାବାଡ ସମିତିରୁ ଭାବଗ୍ରାହୀ ସାହୁ,ଶିମୁଳିପାଟଣା ସମିତିରୁ ରବିନ୍ଦ୍ରନାଥହରିଚନ୍ଦନ ଓ ମଳିପଡା ସମିତରୁ ସିର୍ଦ୍ଧାଥ ଶେଖର ଦେଓ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.