ଆଜିର ରାଶିଫଳ

0 210

୨୦୨୩ ମସିହା ମଇ ମାସ ୨୭ ତାରିଖ ଶନିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୧/୨୭,ସୂର୍ଯ୍ୟାସ୍ତ- ଘ୬/୧୫/୪୩,ଜ୍ୟେଷ୍ଠ ମାସ,ଶୁକ୍ଳପକ୍ଷ,ଶୌରି ବାସ,
ତିଥି- ସପ୍ତମୀ ଦିବା ଘ୭/୫୭ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।,ଶନିବାର, ଅଗନ୍ତବ୍ୟ ତିଥି, ବିଷ୍ଟିକରଣ, ଶନିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ଘାତବାର–ବୃଷ, ସୀଂହ ଓ କନ୍ୟା ରାଶିର ଘାତବାରସାମ୍ବତ୍ସରିକଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ତାଳ ଦିବା ଘ୭/୫୭ମି ପରେ ନଡ଼ିଆ ଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ପ୍ରାତଃ ଘ୫/୧୧ମି ରୁ ଘ୬/୪୯ମି ମଧ୍ୟେ, ଦିବା ଘ୪/୩୯ମି ରୁ ଘ୬/୧୭ମି ପର୍ଯ୍ୟନ୍ତ।କାଳରାତ୍ରି ସନ୍ଧ୍ୟା ଘ୬/୧୬ମି ରୁ ଘ୭/୩୯ମି ମଧ୍ୟେ, ରାତ୍ରି ଘ୩/୪୯ମି ରୁ ଘ୫/ ୧୧ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୨/୪୭ମି ରୁ ଘ୫/୧୧ମି ମଧ୍ୟେ, ରାତ୍ରି ଘ୭/୩ମି ରୁ ଘ୭/୫୧ମି ମଧ୍ୟେ, ଘ୧୧/୫୧ମି ରୁ ଘ୨/୧୫ମି ମଧ୍ୟେ, ଘ୩/ ୫୦ମି ରୁ ଘ୫/୧୧ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା:- ପ୍ରାତଃ ରୁ ଘ୫/୫୯ମି ମଧ୍ୟେ, ଘ୯/୧୨ମି ରୁ ଘ୧୧ /୩୬ମି ପର୍ଯ୍ୟନ୍ତ।ଶୁଭକର୍ମ:- ୧୦ ନକ୍ଷତ୍ରର ୩ୟ ପାଦକୁ ବୁଧ ବେଧ ହେତୁ ରାତ୍ରି ଘ୯/୧୩ମି ପରେ ରାତ୍ରି ଘ୧୨/୪୩ମି ମଧ୍ୟେ ୧୦ ନକ୍ଷତ୍ରେ ବିବାହ (ପାଣି ଗ୍ରହଣ) ଚ଼ନ୍ଦ୍ର ମିତ୍ର କ୍ଷେତ୍ରସ୍ଥ ହେତୁ ପାପସପ୍ତ ଦୋଷନୁହେଁ।
🐏ମେଷ-ଆଜି ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ପିଲା ମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟ ସାରିବାରେ ସହଯୋଗ ଦେବେ । ସମ୍ଭାଳିକି ବନ୍ଧୁମାନଙ୍କ ସହିତ କଥାହୁଅନ୍ତୁ,କାରଣ ଆଜି ଦିନରେ ବନ୍ଧୁତା ହଜେଇ ବସି ବାର ସମ୍ଭାବନା ଅଛି । ବୟସ୍କ ବ୍ୟକ୍ତିମାନେ ସେମାଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ । ଆପଣଙ୍କୁ ନିଜର ଜୀବନ- ସାଥୀଙ୍କର ଶକ୍ତ ଓ କଡ଼ା ରୂପ ଦେଖିବାକୁ ମିଳିବ, ଯାହା କାରଣରୁ ଆପଣ ଅସହଜତା ଅନୁଭବ କରିବେ।
🐮ବୃଷ-ବନ୍ଧୁ ବାନ୍ଧବ ମାନଙ୍କ ଠୁ ସହଯୋଗ ମିଳିବ ଓ ମନର ବୋଝ ହାଲୁକା ହେବ । ଆପଣ ଓ ଆପଣଙ୍କର ପ୍ରିୟଜନ ଅଧିକ ସମୟ ଏକାଠି କାଟିଲେ ବୁଝିବା ଶକ୍ତି ବଢିବ । ଆଜି ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସି ଆପଣଙ୍କ ସହିତ ସମୟ କାଟିପାରେ ।ଜୀବନ-ସାଥୀ ସହିତ ଆଜି ଦିନ ଅନ୍ୟ ଦିନ ଅପେକ୍ଷା ଭଲ ରହିବ । ଆଜି ଆପଣଙ୍କୁ ଆପଣଙ୍କ ପ୍ରେମୀ ଦୁରେଇ ଗଲା ପରି ଲାଗିପାରେ।
👩‍❤️‍👨ମିଥୁନ-ନିଜର ନକରାତ୍ମକ ଚିନ୍ତାଧାରା ଯୋଗୁଁ ଆପଣ ପ୍ରଗତି କରି ପାରୁନାହାନ୍ତି । ଏହି କଥା କୁ ବୁଝିବା ପାଇଁ ଏହା ଉତ୍ତମ ସମୟ କି ଆପଣଙ୍କର ଚିନ୍ତା କରିବାର ଅଭ୍ୟାସ ଆପଣଙ୍କ ଭାବନା ଶକ୍ତିର ଅନ୍ତ କରି ଦେଇଛି । ବିଦେଶରେ ରହୁଥିବା କୌଣସି ବନ୍ଧୁବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ । ଆପଣଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ୱ ବହୁତ ଲୋକଙ୍କ ହୃଦୟ ଜିତି ନବ ।
🦀କର୍କଟ-ପାଠପଢା ଜାଗାରେ ଘରୁ ଅତି ଡ଼େରି ଯାଏଁ ବାହାରେ ରହିବ କାରଣରୁ ଆପଣଙ୍କ ମାତା-ପିତା ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି । କ୍ୟାରିୟର ପାଇଁ ଯୋଜନା ବନେଇବା ସେତିକି ହି ଆବଶ୍ୟକ , ଯେତିକି ଖେଳଖୁଦ ।ସେଥିପାଇଁ ମାତାପିତାଙ୍କୁ ଖୁସି ରଖି ପାଇଁ ଦୁଇଟାରେ ହିଁ ସନ୍ତୁଳନ ରଖିବା ଆବଶ୍ୟକ । ଆପଣଙ୍କର ପ୍ରେମିକ/ପ୍ରେମିକା ଆଜି ଆପଣଙ୍କ ଉପରେ ତାଙ୍କର ପାରିବାରିକ ସମସ୍ୟାର କ୍ରୋଧ ସୁଝାଇ ପାରନ୍ତି । ତେଣୁ ତାଙ୍କ ସହିତ ବସି ତାଙ୍କୁ ସ୍ଥିର ଓ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ।
🦁ସିଂହ-ଆପଣ କୌଣସି ଦାନ-ଧର୍ମ କାର୍ଯ୍ୟରେ ସହ ଭାଗିତା ନେଇକରିପାରନ୍ତି,ଯାହା ଦ୍ୱାରା ଆପଣଙ୍କୁ ମାନସିକ ସନ୍ତୋଷ ମିଳିବ । ଅନ୍ୟର ସହଯୋଗବିନା ମଧ୍ୟ ଆପଣ ଧନ ଅର୍ଜନ କରିବାରେ ସକ୍ଷମ । କେବେ ନିଜ ଉପରେ ବିଶ୍ୱାସ ରଖିବା ଆବଶ୍ୟକ । ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳି ଥିବା ଉପହାର ଆପଣ ଙ୍କୁ ଖୁସି ଦେଇ ପାରେ । ଆପଣ ଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।
🙎‍♀️କନ୍ୟା-ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନା ଅଛି । ଏହିଁ କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ । ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବେ। ଆପଣଙ୍କ ଦେଶ ବିଷୟରେ କିଛି ନୂଆ ତଥ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ।
⚖️ତୁଳା-ଆଜି ଆପଣଙ୍କର ବହୁତ କାମ ରହିବ ଓ ଆପଣ କୌଣସି ପ୍ରକାରେ ସବୁ ସମ୍ଭାଳିନେବେ । ଆଜି ଦିନଟି ଆପଣଙ୍କ ଅନେକ କାର୍ଯ୍ୟ ବ୍ୟସ୍ତତାରେ ଯିବ ବିଶେଷକରି ସେଥିରେ ଚିଠି ଲେଖିବା ଓ ପୁରୁଣା ଲୋକଙ୍କ ସହ ଯୋଗା ଯୋଗ କରିବା ଅନ୍ତର୍ଭୁକ୍ତ ରହିବ । ଏକ ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍‍ ଆସିପାରେ । ଆହୁରିମଧ୍ୟ କାର୍ଯ୍ୟସ୍ଥଳରେ ଘଟଣା ଆୟୋଜନ କରିବା ଦାୟିତ୍ଵ ଆପଣଙ୍କୁ ଦିଆଯାଇ ପାରେ ।
🦂ବିଛା-ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ । ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ । ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ କାର୍ଯ୍ୟର ଚାପ ଅଧିକ ଥିବା ବେଳେ ଭଲ ଗୀତ ଶୁଣି ମନକୁ ଆରାମ ଦିଅନ୍ତୁ ।
🏹ଧନୁ-ଆଜି ଆପଣ ପରିଶ୍ରମ ରୁ କିଛିଟା ମୁକ୍ତ ରହିବେ । ଆଜି ଆପଣଙ୍କ ଜୀବନ ସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଆନ୍ତୁ । ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ସେ ଯାହା ବି ହେଉ, ଧିରେଧିରେ ଆପଣଙ୍କ ପକେଟ ହାଲୁକା ହେବ ।
🐊ମକର-ଆପଣ ଅନ୍ୟମାନଙ୍କ ଠାରୁ ବହୁ ଉଚ୍ଚର ସ୍ଵାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କରନ୍ତି ଓ ଆଜି ମଧ୍ୟ ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ । ଦୂର ଯାତ୍ରା ପାଇଁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନୋବାଞ୍ଛା ପୂର୍ଣ୍ଣ ହେବ ।
🏺କୁମ୍ଭ-ଦିନଟି ଅତ୍ୟନ୍ତ ଶୁଭଫଳଦାୟକ । ଦୃଢ ବିଶ୍ୱାସ ଓ ଠିକ ସିଦ୍ଧାନ୍ତ ଆପଣଙ୍କୁ ସବୁ କାର୍ଯ୍ୟ ସୁଚାରୁରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଠିକ ସମୟରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ପ୍ରୟାସ ଜାରି ରଖିବେ । ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୂଆ ଗାଡି କିଣି ପାରିବେ।
🐟ମୀନ-ଗ୍ରହଙ୍କ ଶୁଭଦୃଷ୍ଟି ଯୋଗୁଁ ଶାରୀରିକ ତଥା ମାନସିକ ଶାନ୍ତି ଅବ୍ୟାହତ ରହିବ । ସୁସ୍ଥ ପାରିବାରିକ ଓ କର୍ମମୟ ଜୀବନରେ ତୃପ୍ତି ଲାଭ କରିବେ । କୌଣସି ସମସ୍ୟାର ସମାଧାନ କରିବାକୁ ପଡିଲେ କ୍ରୋଧ ପ୍ରକାଶ ନକରି କୋମଳ କଥା ରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର । ମାଆଙ୍କ ଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି ।

📚ନୀତିବାଣୀ📚ପାଦକୁ ନିଶୁଣୀ ? ବିଷୟଟି ଅସ୍ବାଭାବିକ ମନେ ହୁଏ, ତେବେ ଆଧ୍ୟାତ୍ମିକ କ୍ଷେତ୍ରରେ ଏହା ସତ୍ୟ।ସେହି ପାଦ ଏତେ ଉଚ୍ଚ ଯେ, ବିନା ନିଶୁଣିରେ ତାକୁ ଛୁଇଁ ହୁଏ ନାହିଁ।ତାହା ହେଉଛି ” ପଦ୍ମପାଦ ” ଯେଉଁ ପାଦକୁ ପାଇବାକୁ ଯୁଗଯୁଗ ଧରି ଦେବତା, ଯକ୍ଷ, ଗନ୍ଧର୍ବ, ମୁନି ଋଷି, ସାଧୁସନ୍ଥ ଜୀବନ ହରାଇଛନ୍ତି କିନ୍ତୁ,ସେ ନିଶୁଣିକୁ ଚଢ଼ି ପାଦରେ ପହଂଚି ପାରି ନାହାନ୍ତି ? ଆମେ ସଧାରଣ ମଣିଷ ହୋଇ ଚେଷ୍ଟା କଲେ କ୍ଷତି ନାହିଁ !ସ୍ଵର୍ଗକୁ ନିସୁଣୀ ଦରକାର ନାହିଁ।
✡️ବାସ୍ତୁଟିପ୍ପଣୀ✡️ଝାଡୁ ସହ ବାସ୍ତୁଶାସ୍ତ୍ରର ସମ୍ପର୍କ?
ଘର ସଫା କରିବା ନିମନ୍ତେ ଝାଡ଼ୁ ଆବଶ୍ୟକ ହୋଇଥାଏ। ଏହା ବିନା ଘରଦ୍ୱାର ସଫା ସୁତୁରା କରିବା ଯେପରି ଅସମ୍ଭବ। ମାତ୍ର ଏହି ଝାଡ଼ୁ ଘରେ ରଖିବା ଓ ବ୍ୟବହାରରେ କିଛି ନିୟମ ରହିଛି। ଯାହାକୁ ମାନିଲେ ଆପଣଙ୍କ ମଙ୍ଗଳ ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ।
ଝାଡ଼ୁକୁ ମା’ଲକ୍ଷ୍ମୀଙ୍କ ରୂପ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ଏହାକୁ ସାମନାରେ ନ ରଖି ଲୁଚାଇ ରଖିବା ଉଚିତ।ଝାଡ଼ୁକୁ ପଶ୍ଚିମଦିଗରେ ଏକ କୋଣରେ ରଖିବା ଉଚିତ। ଏହା ଦ୍ୱାରା ଧନହାନି ହୋଇ ନଥାଏ।
ରୋଷେଇଘରେ ଝାଡ଼ୁ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଘରର ସଦସ୍ୟମାନଙ୍କର ହେହ ଖରାପ ହୋଇଥାଏ।
ରାତିରେ ଝାଡ଼ୁକୁ ଘରର ଅଗଣାରେ ରଖିବାଦ୍ୱାରା ଘରକୁ ନକରାତ୍ମକଶକ୍ତି ପ୍ରବେଶ କରେ ନାହିଁ। ମାତ୍ର ଏହାକୁ ଘର ଅଗଣାରେ କେବଳ ରାତିରେ ହିଁ ରଖାଯାଏ।ଶନିବାରଦିନ ଝାଡ଼ୁକୁ ଘରକୁ କିଣି ଆଣନ୍ତୁନାହିଁ। ଏହାଦ୍ୱାରା ଘରେ ଅଶାନ୍ତି ବଢିଥାଏ। ସୂର୍ଯ୍ୟ ଅସ୍ତ ପରେ ଝାଡ଼ୁ କରନ୍ତୁନାହିଁ। ଏହାଦ୍ୱାରା ଘରେ ଧନହାନି ହୋଇଥାଏ।ଝାଡ଼ୁ କରିବାବେଳେ ଏହାକୁ ଗୋଡ଼ରେ ମାରନ୍ତୁନାହିଁ, ଏପରି କଲେ ମା’ଲକ୍ଷ୍ମୀଙ୍କର ଅବ ମାନନା ହୋଇଥାଏ।
କୌଣସି ପିଲାଙ୍କୁ କିମ୍ବା ପଶୁଙ୍କୁ ଝାଡ଼ୁରେ ମାରନ୍ତୁନାହିଁ, ଏହା ଦ୍ୱାରା ଘରେ ଅଶାନ୍ତି ଲାଗି ରହେ ।ଘରର କୌଣସି ବ୍ୟକ୍ତି ବାହାରକୁ ଗଲେ ସଙ୍ଗେସଙ୍ଗେ ଝାଡ଼ୁ କରନ୍ତୁନାହିଁ, ଏପରି କଲେ କାର୍ୟ୍ୟରେ ସଫଳତା ମିଳେ ନାହିଁ।ଝାଡ଼ୁକୁ ଠିଆକରି ରଖନ୍ତୁ ନାହିଁ, ଏହାଦ୍ୱାରା ଶତ୍ରୁତା ବଢିଥାଏ।ପରୁଣାଘରୁ ନୂଆ ଘରକୁ ଗଲେ ପୁରୁଣାଝାଡ଼ୁ ସାଙ୍ଗରେ ନିଅନ୍ତୁନାହିଁ, ଏପରି କଲେ ଅଶୁଭ ହୋଇଥାଏ।
ଏହିସବୁ ନିୟମ ମାନିବାଦ୍ୱାରା ଶୁଭଫଳ ମିଳିଥାଏ ବୋଲି ଆପଣ ନିଜେ ଅନୁଭବ କରିପାରିବେ।ଯଦି କୌଣସି ଝାଡୁକୁ ଧୋଇବାକୁ ଚାହୁଁଛନ୍ତି ତେବେ କେବଳ ପାଣିଦ୍ୱାରା ହିଁ ଧୁଅନ୍ତୁ। ଅନ୍ୟ କୌଣସିଦ୍ରବ୍ୟ ବ୍ୟବହାର କରି ଝାଡୁ ଧୁଅନ୍ତୁନାହିଁ। ଏପରି କରିବାଦ୍ୱାରା ଘରର ସଦସ୍ୟଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ |ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.