ନରାଜ ଓ ମୁଣ୍ଡଳୀ ବ୍ୟାରେଜ ବୁଲି ଦେଖିଲେ ମହାନଦୀ ଟ୍ରିବ୍ୟୁନାଲ

0 137

ବାରଙ୍ଗ,୨୬।୫(ଏସଏସନିଉଜ)ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିଛନ୍ତି ମହାନଦୀ ଟ୍ରିବ୍ୟୁନାଲ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍.ଖାନଓ୍ବାଲିକ ର, ବିଚାରପତି ଡକ୍ଟର ରାଜିବ ରଞ୍ଜନ, ବିଚାରପତି ଇନ୍ଦ୍ରମିତ୍ କୌରଙ୍କୁ ନେଇ ଗଠିତ ୩ଜଣିଆ ଟିମ୍ ଶୁକ୍ରବାର ଦିନ ନରାଜ ଓ ମୁଣ୍ଡଳୀ ବ୍ୟାରେଜ ପରିଦର୍ଶନ କରିଛନ୍ତି।ଏହି ଟିମ ନାରାଜ ବ୍ୟାରେଜ ସହ ମୁଣ୍ଡଳୀ ଆନିକଟ ଓ ପୁରୀ ମୁଖ୍ୟ କେନାଲ ପରିଦର୍ଶନ କରି ଫେରିଛନ୍ତି । ଛତିଶଗଡ଼ର ବେଆଇନ ନିର୍ମାଣ ଫଳରେ ଓଡ଼ିଶା କେତେ ପ୍ରଭାବିତ ହୋଇଛି ସେନେଇ ସ୍ଥିତି ପରଖିବା ସହ ମହାନଦୀ ପ୍ରବାହିତ ହୋଇଥିବା ଓଡ଼ିଶାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଅନୁଧ୍ୟାନ କରୁଛନ୍ତି ।

Leave A Reply

Your email address will not be published.