ଆଜିର ରାଶିଫଳ

0 190

୨୦୨୩ମସିହା ଅକ୍ଟୋବରମାସ ୩ ତାରିଖ ମଙ୍ଗଳବାର ।ଅଶ୍ବପଞ୍ଚମୀ, ତ୍ରିହ୍ୟସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା, ହୋମ ଦାନାଦି।ସୁର୍ଯ୍ୟୋଦୟ- ଘ୫/୪୧/୨୪,ସୂର୍ଯ୍ୟାସ୍ତ- ଘ୫/୩୦/୨୪,ଆଶ୍ବିନମାସ,କୃଷ୍ଣପକ୍ଷ,ଭୌମବାସ,ତିଥି- ଚତୁର୍ଥୀ ପ୍ରାତଃ ଘ୫/୫୬ମି ପର୍ଯ୍ୟନ୍ତ ତଦନ୍ତ ପଞ୍ଚମୀ କ୍ଷୟ ନିଶାନ୍ତ ଘ୫/୧୦ମି ପର୍ଯ୍ୟନ୍ତ।ନକ୍ଷତ୍ର- କୃତ୍ତିକା ସନ୍ଧ୍ୟା ଘ୬/୨୯ମି ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ପ୍ରାତଃ ଘ୫/୫୬ମି ପରେ ଦକ୍ଷିଣ ଦିଗରେ, ନିଶାନ୍ତ ଘ୫/୧୦ମି ପରେ ପଶ୍ଚିମ ଦିଗରେ। ତ୍ର୍ୟହସ୍ପର୍ଶ ତିଥି, ମଙ୍ଗଳବାର ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ବିଛାରାଶିର ଘାତଚନ୍ଦ୍ର।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେ ହେବ।ନିଷିଦ୍ଧଖାଦ୍ୟ-ମୂଳାପ୍ରାତଃ ଘ୫/୫୬ମିପରେ ବେଲଭକ୍ଷଣ ନିଷେଧ।ଅଶୁଭବେଳା- ବାରବେଳା ଦିବା ଘ୭/୧୦ମି ରୁ ଘ୮/୩୭ମି ପର୍ଯ୍ୟନ୍ତ।କାଳବେଳା ଦିବା ଘ୧/୨ମି ରୁ ଘ୨/୩୦ମି ପର୍ଯ୍ୟନ୍ତ।କାଳରାତ୍ରିସନ୍ଧ୍ୟା ଘ୬/୫୯ମି ରୁ ଘ୮/୩୧ମି ପର୍ଯ୍ୟନ୍ତ।ଶୁଭବେଳା– ଅମୃତସୂର୍ଯ୍ୟୋଦୟ ରୁ ଦିବା ଘ୬/୩୦ମି ମଧ୍ୟେ, ଘ୭/୧୮ମି ରୁ ୧୧/୧୮ମି ମଧ୍ୟେ, ରାତ୍ରି ଘ୭/ ୫୧ମି ରୁ ଘ୮/୩୯ମି ମଧ୍ୟେ, ଘ୯/୨୭ମି ରୁ ଘ୧୧/ ୫୧ମି ମଧ୍ୟେ, ଘ୧/୨୭ମି ରୁ ଘ୩/୩ମି ମଧ୍ୟେ, ଘ୪/ ୩୯ମି ରୁ ଘ୫/୨୭ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ସୂର୍ଯ୍ୟାସ୍ତ ଘ୫/୩୦ମି ରୁ ରାତ୍ରି ଘ୭/୫୨ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ମୃତ ବ୍ୟକ୍ତିର ୨ପାଦ ବାର ଓ ନକ୍ଷତ୍ର ପୁଷ୍କର ଦୋଷ।ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ।ଭୂମି ଓ ତିଳ ସୁବର୍ଣ୍ଣଦାନ।ସନ୍ଧ୍ୟା ଘ୬/୨୯ମି ପରେ ୧ପାଦ ବାରପୁଷ୍କର ଦୋଷ‌।ଫଳଂ ଭୂମିଦାନସହିତ ହୋମାଦି ଶାନ୍ତିବିଧେୟ।ଶୁଭକର୍ମ- ନାହିଁ ।
🐏ମେଷ👉ଆଜି ଆପଣଘରେ ଝଗଡ଼଼ା କରିପାରନ୍ତି, ନିଜରାଗକୁ ନିୟନ୍ତ୍ରଣରେ ରଖନ୍ତୁ ।ଏହି ଝଗଡ଼ା ଘରର ସଫାସୁତୁରା କିମ୍ବା କର୍ତ୍ତବ୍ୟକୁନେଇ ହୋଇପାରେ ।କଳିଠାରୁ ବଞ୍ଚନ୍ତୁ ଏବଂ ନିଜଘରର ଶାନ୍ତି ବଜାୟ ରଖନ୍ତୁ ।
🐮ବୃଷ👉ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ ନିଜ ଉପରେ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ ।
👩‍❤️‍👨ମିଥୁନ👉ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।
🦀କର୍କଟ👉ଆଜି ଆପଣଙ୍କ ଚ଼ିରାଚ଼ରିତ ଦିନଚ଼ର୍ଯ୍ୟା ବଦଳି ଯିବ । ଏହା ବୋଧହୁଏ ଆପଣଙ୍କ ଘରେ ପର୍ବପର୍ବାଣି ବା କୈ।ଣସି ଆନୁଷ୍ଠନିକ କାରଣରୁ ହୋଇପାରେ ।ବହୁଦିନର ପୁରାତନ ବନ୍ଧୁଦର୍ଶନ ଯୋଗ ଅଛି।
🦁ସିଂହ👉ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ ।
🙎‍♀️କନ୍ୟା👉ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।
⚖️ତୁଳା👉ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି ।ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚ଼ିତ୍ ।
🦂ବିଛା👉ଆଜି ଆପଣ ନିଜ ଶାରୀରିକ ସୁନ୍ଦରତା ଆଡ଼କୁ ବହୁତ ଧ୍ୟାନ ଦେବେ, ଆପଣ ନିଜ ମନପସନ୍ଦର ପୋଷାକ ପିନ୍ଧିବେ ଓ ବହୁତ ସମୟ ଧରି ନିଜ କେଶ ସଜାଇବେ । ଆପଣଙ୍କ ଏହି ନୂଆ ରୂପକୁ ଦେଖି ଲୋକେ ଆପଣଙ୍କ ପ୍ରଶଂସା କରିବେ ।
🏹ଧନୁ👉ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ । ଏହାର ମାନେ ହୋଇପାରେ କି ସେ ଆପଣଙ୍କୁ ଠିକ୍ ରାସ୍ତା ଦେଖାଇ ଆପଣଙ୍କର ଦରକାର ମୁତାବକ ସାହାଯ୍ୟ କରିବେ ।
🐊ମକର👉କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । ଆପଣଙ୍କ ଚାହିଁବା ମୁତାବକ କାଯ୍ୟ ହୋଇପାରିବ ନାହିଁ।
🏺କୁମ୍ଭ👉ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି । ମନେ ରଖନ୍ତୁ ଯେ ସବୁବେଳେ ଆମେ ସମସ୍ତଙ୍କୁ ଖୁସୀରେ ରଖି ପାରିବା ନାହିଁ ।ନିଜକର୍ମ କରିଚାଲନ୍ତୁ ସଫଳନିଶ୍ଚୟଁ ହେବେ।
🐟ମୀନ👉ନିଜର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ଆପଣ ଯେ କୌଣସି ସମସ୍ୟାର ସମାଧାନ କରିଦେବେ ଯାହା ବହୁତ ସମୟ ଧରି ଆପଣଙ୍କୁ ହଇରାଣ କରୁଥିଲା । ଆଜି ଆପଣଙ୍କ ବୌଦ୍ଧିକ କ୍ଷମତା ଓ ଯୋଗ୍ୟତା ଚ଼ରମ ସୀମାରେ ଉପନୀତ ହେବ!!ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା!!

Leave A Reply

Your email address will not be published.