ଆଜିର ରାଶିଫଳ

0 168

ଅଣସର ତ୍ରୟୋଦଶୀ,୨୦୨୨ ମସିହା ଜୁନ ମାସ ୨୬ ତାରିଖ (ରବିବାର)ଆଷାଢ଼ ମାସ -କୃଷ୍ଣପକ୍ଷ,ତିଥି-ତ୍ରୟୋଦଶୀ ରାତ୍ରି ଘ୩/୧୪ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୫/୧୩/୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୯,ମେଷ ରାଶିର ଘାତବାର,ବିଛା ରାଶିର ଘାତ ଚନ୍ଦ୍ର,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ ଭକ୍ଷଣ ନିଷେଧ।
🐏ମେଷ👉ଆଳସ୍ୟ ଅନୁଭବ କରିପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ବ୍ୟବସା ୟ ଲାଭଜନକ ହେବ।
🐮ବୃଷ👉ଭ୍ରମଣାଦି ଶାନ୍ତିପୂର୍ଣ୍ଣ ହେବ। ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚ ନା ମିଳୁଛି। ଭାଇମାନଙ୍କ ମଧ୍ୟ ରେ ଶ୍ରେଷ୍ଠ ହେବେ। କୃଷି କର୍ମକା ରୀ ହେବେ। ଯାନବାହନ ସୁଖ ମିଳିବ। ସୁଖଭୋଗ ଲାଭ କରିବେ।
👩‍❤️‍👨ମିଥୁନ👉ପ୍ରେମ ଘଟଣାରେ ସଫଳ ହେବେ। କାର୍ଯ୍ୟର ସଫ ଳ ରୂପାୟନ କରି ପ୍ରଶଂସିତ ହେବେ। ସର୍ବାଙ୍ଗୀଣ ଉନ୍ନତି ଆ ଶା କରାଯାଏ। ଭ୍ରାତୃଭାବ ଅତୁଟ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସକଳ ଗୁଣ ଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରଜ୍ଞ ହେବେ।
🦀କର୍କଟ👉କୌଣସି କାର୍ଯ୍ୟକୁ ନେଇ ନିଜେ ନିଜକୁ ସଙ୍କୁଚିତ ମନେ କରିବେ। ଘାତ ଚନ୍ଦ୍ର ଭୋଗ ହେତୁ ସତ ର୍କରେ ଚଳିବାକୁ ପଡ଼ିବ। ଧନାଗମ ହେବାର ସୂଚନା ମିଳୁଛି। ମିଷ୍ଟ ଭାଷୀ ହୋଇପାରନ୍ତି। ଚଞ୍ଚଳ ମନା, କୀର୍ତ୍ତିମାନ୍‌, ଅତି ସୁଖୀ ହେବେ।
🦁ସିଂହ👉 ବାଣିଜ୍ୟ- ବ୍ୟବସାୟରେ ଆୟ ବୃଦ୍ଧି ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ରେ ଆପ୍ୟାୟିତ ହୋଇପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ି ବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ।
🙎‍♀️କନ୍ୟା👉ବିପଦର ସୂଚନା ପାଇପାରନ୍ତି। କାର୍ଯ୍ୟ କଷ୍ଟସାଧ୍ୟ ହୋଇପାରେ। ଅସୁବିଧାରୁ ଉଧୁରିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କଅଁଳ କଥା ରେ ଅନ୍ୟକୁ ଭୁଲାଇ ପାରି ବେ। ଚଞ୍ଚଳ ପ୍ରକୃତିର ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।
⚖️ତୁଳା👉 ଚିନ୍ତାରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଚିନ୍ତାଧାରା ଉନ୍ନତ ମାନର ହେବ। ପ୍ରୀତିଭୋ ଜନ ମିଳିପାରେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଗୁଣଜ୍ଞ ହେବେ। କୀର୍ତ୍ତିମାନ୍‌ ହୋଇପାର ନ୍ତି। ପ୍ରସନ୍ନତା ଲାଭ କରିବେ।
🦂ବିଛା👉ଧନ ସଞ୍ଚୟ ପାଇଁ ମନ ବଳାଇ ପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଭୋଗ -ବିଳାସ କରିପାରନ୍ତି। ସମ୍ମାନ ବୃଦ୍ଧି ହେବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ପ୍ରବଳ ଉଦ୍ୟମ କରି କାର୍ଯ୍ୟ ହାସଲ କରିବେ।
🏹ଧନୁ👉 ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ମନରେ ଭକ୍ତିଭାବ ଜାଗ୍ରତ ହେବ। ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଉଦୟ ହୋଇଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳାଙ୍କ ଦ୍ବାରା ଉପକୃତ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ।
🐊ମକର👉ପାରିବାରିକ କ୍ଷେତ୍ରରେ ଉନ୍ନତି ଘଟିବ। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଆପଣଙ୍କ ପାଇଁ ପୀଡ଼ାଦାୟକ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ- ବ୍ୟବସାୟ ଲାଭଜନକ ହୋଇପାରେ।
🏺କୁମ୍ଭ👉 ଯାନବାହନ କିଣିବାର ସୁଯୋଗ ସୃଷ୍ଟି ହୋଇଛି। ସମ୍ମାନିତ ହେବେ। ଦାୟିତ୍ବ ନିର୍ବାହ କରି ପ୍ରଶଂସାର ପାତ୍ର ହେବେ। ପାରିବାରିକ ସୁଖ ମିଳିବ। ଯଶ ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ। ବନ୍ଧୁ ସହାୟତା ମିଳିବ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।
🐟ମୀନ👉କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି। ଭବିଷ୍ୟ ତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳବାନ୍‌ ହେବେ। ଶତ୍ରୁ ଦମନ କରିବାରେ ସକ୍ଷମ ହୋଇପାର ନ୍ତି। ଜନକଲ୍ୟାଣ ଲାଭକରିବେ।
-ବାସ୍ତୁ ଟିପ୍ପଣୀ-
କବାଟ ପାଖରେ କେଉଁ ୩ଟି ଜିନିଷ ରଖିବା ଦ୍ୱାରାଆମର କ୍ଷତି ହେବାର ସଂକେତ ମିଳେ?
ପ୍ରଥମ ଜିନିଷ ଟି ହେଲା କାକଟସ ଗଛ ବା କୌଣସି କଣ୍ଟା ଜାତୀୟ ଗଛ ଘର ର ମୁଖ୍ୟ ଦ୍ଵାର ରେ ରଖନ୍ତୁ ନାହିଁ ।
ଦ୍ଵତୀୟ ଟି ହେଲା କୌଣସି ଭଙ୍ଗା ଖଟ, ପଲଙ୍କ , ଚଉକି ଆଦି ରଖିବେ ନାହିଁ ।
ତୃତୀୟ ଟି ହେଲା ଭଙ୍ଗା ବାସନ ରଖିବେ ନାହିଁ ଏହା ପାଇଁ ଦେବା ଦେବୀ ଘର ଭିତରକୁ ପ୍ରବେଶ କରନ୍ତି ନି । ଏହା ପାଇଁ ଶନି ଦେବ ମଧ୍ୟ କ୍ରୋଧ କରନ୍ତି । ଯାହା ଫଳରେ ଆପଣଙ୍କ ଉପରେ ଶନି ଙ୍କ କୁଦୃଷ୍ଟି ପଡିପାରେ ଦରିଦ୍ର ଓ ଘରେ ଅଶାନ୍ତି ସୃଷ୍ଟି ହୁଏ । ତେଣୁ ଭୁଲ ରେ ଘର ର ମୁଖ୍ୟ ଦ୍ୱାର ରେ ଏହି ଜିନିଷ ରଖିବେ ନାହିଁ ।
!! ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Leave A Reply

Your email address will not be published.