ଆକ୍ସନ ମୁଡରେ ଗଣଶିକ୍ଷା ମନ୍ତ୍ରୀ

0 174

ଭୁବନେଶ୍ୱର,୨୭/୬(ଏସଏସନିଉଜ) ଆକ୍ସନ ମୁଡରେ ରହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।ଅଚାନକ ସ୍କୁଲକୁ ଯିବା ସହ ରାସ୍ତାରେ ଯାଉଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଖି ମଧ୍ୟ ତାଗିଦ୍ କରୁଛନ୍ତି । ଆଉ କାର‌୍ୟ୍ୟରେ ଅବହେଳା ପ୍ରମାଣ ମିଳିଲେ ନେଉଛନ୍ତି ଆକ୍ସନ ନେଉଛନ୍ତି ।ମନ୍ତ୍ରୀ ନିମାପଡ଼ା ଗସ୍ତରେ ଆଜି ଯାଇଥିବା ସମୟରେ ପିପିଲି ଟୋଲ ଗେଟ ନିକଟରେ ସ୍କୁଟିରେ ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ଯାଉଥିବାର ଦେଖି ସେମାନଙ୍କୁ ଅଟକାଇଥିଲେ । ବିଳମ୍ବରେ କାହିଁକି ସ୍କୁଲକୁ ଆସୁଛ ବୋଲି ପଚାରିଥିବାବେଳେ ସଠିକ୍ ଭାବେ ଦୁଇ ଶିକ୍ଷୟିତ୍ରୀ ଦେଇ ପାରିନଥିଲେ ।ଏହାପରେ ପିପିଲି-ନିମାପଡ଼ା ମୁଖ୍ୟରାସ୍ତାରେ ଜଗନ୍ନାଥପୁର ୟୁପି ସ୍କୁଲକୁ ମନ୍ତ୍ରୀ ଯାଇ ସେଠାରେ ପିଲାମାନେ ଏଣେତେଣେ ବୁଲୁଥିବାର ଦେଖିବାକୁ ପାଇଥିଲେ ।ଏହସହ ସ୍କୁଲର କାଗଜପତ୍ରରେ ଅନିୟମିତତା ଥିବା ଦେଖିବାକୁ ପାଇବାପରେ ମନ୍ତ୍ରୀ ଡିଇଓ ଓ ବିଇଓଙ୍କୁ ଫୋନ୍ କରିବା ସହ ସ୍କୁଲର ୮ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.