ଆଜିର ରାଶିଫଳ

0 231

ଦେବଦୀପାବଲ୍ୟୁତ୍ସବ ସମାପ୍ତି,୨୦୨୨ ମସିହା ନଭେମ୍ବର ମାସ ୨୪ ତାରିଖ (ଗୁରୁବାର)ମାର୍ଗଶୀର ମାସ -ଶୁକ୍ଳପକ୍ଷ,ତିଥି-ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୬/୦୩/୩୫,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୦୦,ତୁଳା ଓ କୁମ୍ଭ ରାଶିର ଘାତବାର,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ପାଣି କଖାରୁ ଭକ୍ଷଣ ନିଷେଧ।
🐏ମେଷ👉ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଶାଜନକ ଫଳ ପାଇବେ।
🐮ବୃଷ👉ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ସାହିତ୍ୟ ଓ ପ୍ରଯୁକ୍ତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଅନୁକୂଳ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ।
👩‍❤️‍👨ମିଥୁନ👉ନୂଆ କାମରେ ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ସନ୍ଧ୍ୟାରେ ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ।
🦀କର୍କଟ👉ବନ୍ଧୁ ସହଯୋଗରେ ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।
🦁ସିଂହ👉ଅନ୍ୟ ରାଜ୍ୟରେ ବେପାର କରିବାକୁ ଚାହୁଁଥିବା ବ୍ୟକ୍ତି କିଛି ଦିନ ଅପେକ୍ଷା କରିଯାଆନ୍ତୁ। ସ୍ବାସ୍ଥ୍ୟରେ ସମସ୍ୟା ଉତ୍ପନ୍ନ ହୋଇପାରେ। ଖାଦ୍ୟ ପାନୀୟ ନେଇ ସଜାଗ ରୁହନ୍ତୁ।
🙎‍♀️କନ୍ୟା👉ଗଣମାଧ୍ୟମ କ୍ଷେତ୍ରରେ ଥିବା ବ୍ୟକ୍ତି ବ୍ୟସ୍ତ ରହିବେ। ସଠିକ୍ ତର୍କ ବଳରେ କାହାରିକୁ ବି ସହମତ କରାଇନେବେ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
⚖️ତୁଳା👉ଅଫିସ କାମ ସଂପୂର୍ଣ୍ଣ କରିବାରେ ଅଧିକ ସମୟ ଲାଗିବ। ଦୀର୍ଘ ଦିନରୁ ଲାଗି ରହିଥିବା ମକଦ୍ଦମାରେ ବିଜୟ ଲାଭ କରିବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।
🦂ବିଛା👉ଧର୍ମକାର୍ଯ୍ୟରେ ଅଧିକ ସମୟ ବିତିବ। ଇସ୍ପାତ ବ୍ୟବସାୟୀଙ୍କୁ ଲାଭ କମ୍ ମିଳିପାରେ। ଅଫିସରେ କରିଥିବା କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।
🏹ଧନୁ👉ଆପଣଙ୍କ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ। ବ୍ୟବସାୟ କାମରେ ଅନ୍ୟ ସ୍ଥାନକୁ ଯିବେ। ନିଜ ସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
🐊ମକର👉ଇଂଜିନିୟର ନିଜର ଅଭିଜ୍ଞତାକୁ ଠିକ୍ ଦିଶାରେ ପ୍ରୟୋଗ କରିବେ। ଉପାର୍ଜନ ଲାଗି ନୂଆ ଯୋଜନା ତିଆରି କରିବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।
🏺କୁମ୍ଭ👉ଦାମ୍ପତ୍ୟ ସମ୍ବନ୍ଧକୁ ଉତ୍ତମ କରିବା ଲାଗି ଚେଷ୍ଟା କରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ହେବାର ଯୋଗ ରହିଛି। ଖେଳାଳିମାନଙ୍କ ଲାଗି ଦିନଟି ଭଲ।
🐟ମୀନ👉ବ୍ୟବସାୟରେ ପୁଞ୍ଜି ନିବେଶ କରନ୍ତୁ, ଲାଭ ହେବ। ବିନା କାରଣରେ କାହାରି କଥାରେ ଦଖଲ ଦିଅନ୍ତୁ ନାହିଁ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ।

ନୀତିବାଣୀଜୀବନରେ ଗୋଟିଏ କଥା ସବୁବେଳେ ମନେରଖିଥିବେ,ଯଦି କଲମ ହୋଇ କାହାର ସୁଖ ଲେଖି ପାରୁନାହଁ ତାହେଲେ ଚେଷ୍ଟା କର ରବର ହୋଇ କାହାର ଦୁଃଖ ଲିଭାଇବା ପାଇଁ।
ବାସ୍ତୁ ଟିପ୍ପଣୀ-ବାର ଅନୁସାରେ ଚୟନ କରନ୍ତୁ ନିଜ ପୋଷାକର ରଙ୍ଗ..
ଜ୍ୟୋତିଷଶାସ୍ତ୍ର କିମ୍ବା ବାସ୍ତୁରେ ପ୍ରତ୍ୟେକଦିନ ଏବଂ ବାରର ବିଭିନ୍ନପ୍ରକାରର ମହତ୍ୱ ରହିଛି । ଶାସ୍ତ୍ରଅନୁଯାୟୀ ବିଭିନ୍ନ ଦିନ ବା ବାରରେ ଆପଣଙ୍କ ପୋଷାକ ଆପଣଙ୍କ କାର୍ଯ୍ୟର ସଫଳତା କିମ୍ବା ବିଫଳତା ଉପରେ ପ୍ରଭାବ ପକାଇଥାଏ ।ଗ୍ରହଉପଗ୍ରହ ମାନଙ୍କ ଉପରେ ମଧ୍ୟ ରଙ୍ଗର ପ୍ରଭାବ ପଡିଥାଏ । ତେଣୁ ସପ୍ତାହର ସାତୋଟି ଦିନରେ ଆମ୍ଭେମାନେ ଶୁଭ ଫଳ ପାଇଁ ଗ୍ରହ ଅନୁଯାୟୀ ପେ।।ଷାକ ପରିଧାନ କରିପାରିବା । ଆସନ୍ତୁ ଜାଣିବା କେଉଁ ବାରରେ କେଉଁ ରଙ୍ଗର କପଡାର ପରିଧାନରେ ମିଳିଥାଏ ଶୁଭଫଳ ।
ରବିବାର:-ରବିବାର ସୂର୍ଯ୍ୟଙ୍କର ଆଦ୍ୟ ବାର ଅଟେ । ଆପଣ ରବିବାର ଦିନ କୌଣସି ଶୁଭାକାମ କରିବାକୁ ଗଲେ ଲାଲ ରଙ୍ଗର କପଡା ପରିଧାନ କରନ୍ତୁ । ବେଦିକ ଶାସ୍ତ୍ର ଅନୁଯାୟୀ ରବିବାର ଦିନ ଲାଲ ପରିଧାନ କରିବା ଦ୍ୱାରା ଆପଣଙ୍କୁ ସୁସ୍ଥ ସ୍ୱାସ୍ଥ୍ୟ ଏବଂ ସକରାତ୍ମକ ଶକ୍ତିର ଉର୍ଜା ମିଳିଥାଏ ।
ସୋମବାର:-ସେମାବାର ଦିନ ଚନ୍ଦ୍ରଙ୍କର ବାର ଅଟେ । ଏହି ବାରରେ ଆପଣ ଶୁଭ ଫଳ ପାଇଁ ଧଳା ରଙ୍ଗର ବସ୍ତ୍ର ପରିଧାନ କରିପାରିବେ । ଧଳା ଆପଣଙ୍କ ମନ ଏବଂ ହୃଦୟକୁ ଶାନ୍ତ କରିଥାଏ । ଏହା ମଧ୍ୟ ସମ୍ପୂର୍ଣ୍ଣ ଶରୀରରେ ଶୀତଳତା ପ୍ରଦାନ କରିଥାଏ ଏବଂ ଆନ୍ତରିକ ଶାନ୍ତି ମିଳିଥାଏ ।
ମଙ୍ଗଳବାର:-ମଙ୍ଗଳବାର ମଙ୍ଗଳ ଗ୍ରହଙ୍କ ବାର ଅଟେ । ଏହି ବାରରେ ମଙ୍ଗଳଙ୍କୁ ଶାନ୍ତି କରିବା ପାଇଁ ଆପଣ ଲାଲ କିମ୍ବା ମରୁନ ରଙ୍ଗର ବସ୍ତ୍ର ପରିଧାନ କରିପାରିବେ । ଲାଲ ଏବଂ ମରୁନ ରଙ୍ଗର କପଡା ଆପଣଙ୍କୁ ଅତ୍ୟନ୍ତ ପ୍ରଭାବଶାଳୀ ଉର୍ଜା ପ୍ରଦାନ କରିଥାଏ ଏବଂ ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ ।
ବୁଧବାର:-ବୁଧବାର ଦିନ ବୁଧଗ୍ରହର ପ୍ରଭାବ ଖୁବ ଅଧିକ ରହିଥାଏ । ଏହି ଦିନ ଆପଣ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।
ଗୁରୁବାର:-ଗୁରୁବାର ବୃହସ୍ପତିଙ୍କର ଆଦ୍ୟବାର ଅଟେ । ଏହି ବାରରେ ଆପଣ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିପାରିବେ ।
ଶୁକ୍ରବାର:-ଶୁକ୍ରବାର ଦିନ ପ୍ଲୁଟୋର ପ୍ରଭାବ ଅଧିକ ରହିଥାଏ । ତେଣୁ ଶୁକ୍ରବାର ଗୋଲାପୀ, ଧଳା ଏବଂ ପର୍ପଲ ରଙ୍ଗର ବସ୍ତ୍ର ପରିଧାନ କରିବା ଦ୍ୱାରା ସମସ୍ତ ପ୍ରକାରର କାର୍ଯ୍ୟରେ ସୁଫଳ ମିଳିଥାଏ ।
ଶନିବାର:-ଶନିବାରରେ ଶନି ଗ୍ରହର ପ୍ରଭାବ ରହିଥାଏ । ତେଣୁ ସେହି ଦିନରେ ସମସ୍ତ କାର୍ଯ୍ୟରେ ସୁଫଳ ପାଇବା ପାଇଁ କଳା କିମ୍ବା ଗାଢ ନୀଳ ରଙ୍ଗର ବସ୍ତ୍ର ପରିଧାନ କରିପାରିବେ ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

 

Leave A Reply

Your email address will not be published.