ଆଜିର ରାଶିଫଳ

0 201

୨୦୨୨ ମସିହା ନଭେମ୍ବର ମାସ ୨୫ ତାରିଖ (ଶୁକ୍ରବାର)ମାର୍ଗଶୀରମାସ –ଶୁକ୍ଳପକ୍ଷ ,ତିଥି-ଦ୍ୱିତୀଆ.ନକ୍ଷତ୍ର-ଜ୍ୟେଷ୍ଠା ,ସୁର୍ୟୋଦୟ ପ୍ରାତଃ ଘ୦୬/୦୪/୧୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୧/୫୫ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ଦ୍ୱିତୀଆର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବୋଇତି କଖାରୁ ଭକ୍ଷଣ ନିଷେଧ ।
ମେଷ-ଅଫିସକାମ ପୂରାକରିବାରେ ସଂପୂର୍ଣ୍ଣରୂପେ ସକ୍ଷମହେବେ। ଆପଣ ଯାହାଠୁଁ ସାହାଯ୍ୟଚାହିଁବେ ତାହାପାଇବେ। ଆଇନଛାତ୍ରଙ୍କ ଲାଗି ଭଲ ଦିନଟିଏ।
ବୃଷ-ଆପଣଙ୍କୁ କାମରେ ଅଧିକ ପରିଶ୍ରମକରିବାକୁ ହେବ। ପ୍ରେମପ୍ରସଙ୍ଗରେ ଆପଣ ସଫଳତାପାଇବେ। ପାରିବାରିକଜୀବନ ସୁଖକର ହେବ।
ମିଥୁନ-କାରବାରରେ ବକେୟାଅର୍ଥ ପାଇବେ। ଆପଣଙ୍କୁ ନୂଆଦାୟିତ୍ବ ମିଳିପାରେ। ମହିଳାମାନେ ନିର୍ଦ୍ଧାରିତ ସମୟପୂର୍ବରୁ ଘରକାମ ସାରିଦେବେ।
କର୍କଟ-ଆର୍ଥିକସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କସହିତ ସମୟ ଅତିବାହିତକରନ୍ତୁ, ସମ୍ବନ୍ଧରେ ମଧୁରତାଆସିବ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।
ସିଂହ-ଆପଣଙ୍କମନ ପୂଜାପାଠରେ ଅଧିକଲାଗିବ। କଠିନପରିସ୍ଥିତିରେ ପରିବାରଲୋକ ଆପଣଙ୍କୁ ସାହାଯ୍ୟକରିବେ। ପ୍ରେମସମ୍ବନ୍ଧ ନିବିଡ଼ ହେବ।
କନ୍ୟା-କାରବାର ବୃଦ୍ଧିପାଇଁ ଅଧିକ ପରିଶ୍ରମକରିବାକୁ ହେବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରାହେବ। ଘରେ ଖୁସିରପରିବେଶ ରହିବ।
ତୁଳା-ଏକତରଫାଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ବାଣୀଉପରେ ସଂଯମରଖନ୍ତୁ। ପିଲାଙ୍କସଫଳତାରେ ଆପଣଙ୍କୁ ଗର୍ବ ଅନୁଭବ କରାଇପାରେ।
ବିଛା-କୌଣସିକାମ ତରବରିଆଭାବେ କରନ୍ତୁନାହିଁ। ସନ୍ତାନ ସହିତ ସମ୍ବନ୍ଧ ବଢ଼ିଆହେବ। କୌଣସିସମସ୍ୟାରୁ କଥାବର୍ତ୍ତା ଓ ଶାନ୍ତିରେ ସମାଧାନ କରନ୍ତୁ।
ଧନୁ-ଅଧିକ ଚିନ୍ତାକଲେ ମାନସିକ ଶାନ୍ତି ଭଙ୍ଗହୋଇପାରେ। ଅନ୍ତରଙ୍ଗବନ୍ଧୁ ସହିତ କଥାହୋଇପାରନ୍ତି। କୌଣସି ସଂପର୍କୀୟ ଆପଣଙ୍କୁ ସାହାଯ୍ୟ ମାଗିବେ।
ମକର-ପରିବାରରେ ଖୁସିରପରିବେଶ ରହିବ। ଜମିକିଣିବାର ସୁଯୋଗପାଇବେ। କିଛିଯୋଜନା ନିର୍ଦ୍ଧାରିତ ସମୟପୂର୍ବରୁ ପୂରା ହୋଇଯିବ।
କୁମ୍ଭ-ଆପଣଙ୍କର ସବୁ ଅଶାନ୍ତି ଦୂରହେବ। କାମରେ ପରିବାରଲୋକଙ୍କ ସାହାଯ୍ୟପାଇବେ। ଓକିଲଙ୍କଲାଗି ଦିନଟି ଲାଭପ୍ରଦ ରହିବ।
ମୀନ-ପରିବାରଲୋକଙ୍କ ସହିତ ସମୟ ଅତିବାହିତକରିବେ। କଳା ସାହିତ୍ୟକ୍ଷେତ୍ରରେଥିବା ଲୋକଙ୍କଲାଗି ଦିନଟି ଲାଭପ୍ରଦ। ସହକର୍ମୀଙ୍କସହିତ ବନ୍ଧୁତା ହୋଇପାରେ।

ନିତୀବାଣୀ-କିଛିଲୋକ ଭୁଲନକରିବି କ୍ଷମା ମାଗିଥାନ୍ତି,ଏହାର ମାନେନୁହେଁ କି ସେମାନଙ୍କୁ ପ୍ରତିବାଦ କରି ଆସେନାହିଁ।ସେମାନଙ୍କ ଆଖିରେ ଗୋଟିଏ ଲକ୍ଷ୍ୟଥାଏ ସମ୍ପର୍କଟି ଯେମିତି ଭାଙ୍ଗିନଯାଉ।
ବାସ୍ତୁଟିପ୍ପଣୀ-ବାରମ୍ବାର ସ୍ବପ୍ନଦେଖି ଡରି ଉଠି ପଡ଼ୁଛନ୍ତି କି ? ଏହି ଉପାୟକଲେ ଆଉ ସ୍ବପ୍ନ ଦେଖିବେନାହିଁ
ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛିସ୍ୱପ୍ନ ନିଦରୁ ଉଠିବାପରେ ମନେରହିଥାଏତ କିଛିସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେକେବେ ଖରାପସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ ।ଫଳରେ ବ୍ୟକ୍ତି ଶୋଇପାରିନଥାଏ । ଛୋଟପିଲାଙ୍କୁ ଯଦି ଖରାପସ୍ୱପ୍ନ ଆସେ ସେମାନେ ହଡବଡ ଭାବେ ନିଦରୁ ଉଠିପଡ଼ିଥାନ୍ତି ।ତେଣୁ ଆଜିଜାଣିବା ଖରାପସ୍ୱପ୍ନ ଦେଖିବାରୁ କିପରି ପାଇବେମୁକ୍ତି:-
ଜ୍ୟୋତିଷଶାସ୍ତ୍ର ଅନୁସାରେ ଆପଣଙ୍କ ଆଖପାଖରେଯଦି ନକରାତ୍ମକଶକ୍ତି ରହିଥାଏ,ତେବେ ଭୟଙ୍କରସ୍ୱପ୍ନ ଦେଖିପାରନ୍ତି । ଏମିତିରେ ରାତିରେ ଶୋଇବାସମୟରେ ଘରେ କର୍ପୁରଜଳାଇ ତାର ଧୂଆଁ ଦିଅନ୍ତୁ ।
ଯଦି ଆପଣଙ୍କସନ୍ତାନ ରାତିରେ ଭୟଭୀତହୋଇ ନିଦରୁ ଅଚାନକ ଉଠିପଡ଼ନ୍ତି, ତେବେ ପ୍ରତିମଙ୍ଗଳବାର କିମ୍ବା ଶନିବାରଦିନ ଫିଟିକିରିର ଏକଖଣ୍ଡ ଶୋଇବାବେଳେ ପିଲାର ମୁଣ୍ଡତଳେ ରଖିଦିଅନ୍ତୁ । କୁହାଯାଏ ଏହାଦ୍ୱାରା ଭୟଙ୍କର ସ୍ୱପ୍ନ ଆସିନଥାଏ ।
ଏହାଛଡ଼ା ଭୟଙ୍କରସ୍ୱପ୍ନରୁ ମୁକ୍ତି ପାଇବାପାଇଁ ରାତିରେ ଶୋଇବାପୂର୍ବରୁ ନିଜର ବିଛଣାତଳେ ଏକ କଳାରଂଗର କପଡାରେ ଖଣ୍ଡେ ଫିଟିକିରି ବାନ୍ଧିରଖନ୍ତୁ । ଏଥିରୁ ମୁକ୍ତିମିଳିବ । ଆଜିର ଦିନଟି ମଙ୍ଗଳମୟ ହେଉ ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.