ଆଜିର ରାଶିଫଳ

0 196

୨-୨-୨୦୨୩(ଗୁରୁବାର)ଦିବା ଘ୪।୮ ଗତେ ଦକ୍ଷିଣେ । ଯାତ୍ରା ନାସ୍ତି । ଅଦ୍ୟ ଦେବତା ଗଠନ,ନୌକାଗଠନ, ବାଣିଜ୍ୟ କରଣ, ହଳପ୍ରବାହ ଓ ବୀଜ ବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି | କନ୍ୟା ରାଶିର ଘାତଚନ୍ଦ୍ର । ତୁଳା ଓ କୁମ୍ଭ ରାଶିମାନଙ୍କର ଘାତବାର । ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ପୋଇ ଦିବା ଘ୪।୮ ଗତେ ବାଇଗଣ ଭକ୍ଷଣ ନିଷେଧ ।
ମେଷ:-ଚାକିରି କ୍ଷେତ୍ରରେ ଶୃଙ୍ଖଳା ଦେଖାଦେବ। ସୁସମ୍ବାଦ ପାଇବେ। ଅଯଥା ବିବାଦରୁ ଦୂରେଇ ରହନ୍ତୁ। ଜୀବନସାଥୀ ସହ ସମୟ ଅତିବାହିତ କରିବାର ସୁଯୋଗ ପାଇବେ।
ବୃଷ:-ଘରେ ଖୁସିର ପରିବେଶ ରହିବ। ଔଷଧ ବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌େବ। ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ। ସ୍କୁଲ୍‌ ଜୀବନର ସାଙ୍ଗ ସହିତ ବାର୍ତ୍ତାଳାପ ହେବ।
ମିଥୁନ:-କିଛି ବିଶେଷ କାର୍ଯ୍ୟ କରିବା ଲାଗି ଦିନଟି ଭଲ। ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ସମାଜରେ ସୁନାମ ଆସିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରେମ ଜୀବନ ମଧୁର ରହିବ।
କର୍କଟ:- ଆପଣଙ୍କୁ ଯାହା ଆବଶ୍ୟକ ଥିଲା ତାହା ପାଖଲୋକଙ୍କ ମାଧ୍ୟମରେ ପାଇଯିବେ। ଉପରିସ୍ଥ କର୍ତ୍ତୃପକ୍ଷ ଆପଣଙ୍କ ଉପରେ ବହୁତ ଆଶା ରଖିବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ।
ସିଂହ:-ସକାରାତ୍ମକ ଭାବନା ବଜାୟ ରଖନ୍ତୁ। ବିବାଦରୁ ଦୂରରେ ରହନ୍ତୁ। ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଘରୋଇ କଂପାନିରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।
କନ୍ୟା:-ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିବ। ଲୁଗା ବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌େବ। ଜୀବନସାଥୀ ସହିତ ଭଲ ସମ୍ବନ୍ଧ ରହିବ। ବିଜ୍ଞାନ ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ।
ତୁଳା:-ଯୋଜନା ତିଆରି ଏବଂ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରିବେ। କମ୍ ପରିଶ୍ରମରେ ଉପର ସ୍ତରକୁ ଉଠି ପାରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ତାଙ୍କ ଲାଗି ଦିନଟି ଭଲ ରହିବ।
ବିଛା:-ଦୀର୍ଘଦିନର ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କ ସଫଳତା ମାର୍ଗରେ କାହାକୁ ଆସିବାକୁ ଦିଅନ୍ତୁ ନାହିଁ। ଆର୍ଥିକ ମାମଲାରେ ସଫଳ ହୋଇପାରନ୍ତି। ଘରକୁ ବନ୍ଧୁ ଆସିବେ।
ଧନୁ:-ଆର୍ଥିକ ଲାଭର ସମ୍ଭାବନା ରହିଛି। ପୂର୍ବ ଅପେକ୍ଷା ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କ ନେତୃତ୍ବ ନେବାର ଭୂମିକା ନିର୍ବାହ କରିପାରନ୍ତି। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।
ମକର:-ଘରେ ବଡ଼ମାନଙ୍କଠାରୁ ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜ ସାଥୀର ମନପସନ୍ଦ ଜିନିଷ ତିଆରି କରି ଖୁଆନ୍ତୁ।
କୁମ୍ଭ:-ଓକିଲଙ୍କର ସମାଜରେ ଖ୍ୟାତି ବଢ଼ିବ। କୌଣସି ବନ୍ଧୁ ମାଧ୍ୟମରେ ଧନଲାଭ ହେବ। ଜମିରେ ପୁଞ୍ଜି ନିବେଶ ଲାଗି ଦିନଟି ଭଲ। ଅଫିସ୍‌ରେ ଆପଣଙ୍କ କାମ ଦେଖି ସମସ୍ତେ ଖୁସି ହେବେ।
ମୀନ:-ଅଧୁରା କାମ ସ˚ପୂର୍ଣ୍ଣ ହୋଇଯିବ। ସାଙ୍ଗମାନଙ୍କ ସହିତ ନୂଆ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ନିତୀବାଣୀ-ନିଜର ବ୍ୟବହାରକୁ ପବିତ୍ର ରଖିଲେ ବଦନାମକୁ ଭୟ କରିବାର ଆବଶ୍ୟକତା ନାହିଁ । କାରଣ ମଇଳା କାନ୍ଥରେ ଲାଗିପାରେ ମାତ୍ର ଶଙ୍ଖମର୍ମର ପ୍ରସ୍ତରରେ ତାହା ଲାଗି ପାରିବ ନାହିଁ

ବାସ୍ତୁଟିପ୍ପଣୀ-ଏପରି ମାନ୍ୟତା ରହିଛି କି ଯେଉଁ ଘରେ ଶଙ୍ଖ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କର ବାସ ରହିଥାଏ I ଧାର୍ମିକ ଶାସ୍ତ୍ର ଅନୁସାରେ ଶଙ୍ଖକୁ ମାତାଲକ୍ଷ୍ମୀଙ୍କର ଭାଇ ବୋଲି କୁହାଯାଇଛି I କାରଣ ମାତା ଲକ୍ଷ୍ମୀଙ୍କ ପରି ଶଙ୍ଖର ମଧ୍ୟ ସମୁଦ୍ରରୁ ହିଁ ଜନ୍ମ ହେଇଚି I
ଶଙ୍ଖ ଏହି କାରଣରୁ ମଧ୍ୟ ଶୁଭ କାରଣ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଦୁହେଁ ନିଜନିଜ ହାତରେ ଶଙ୍ଖ ଧାରଣ କରିଥାନ୍ତି I
ପ୍ରତୋକ ପୂଜା ପାଠରେ ବାତାବରଣକୁ ପବିତ୍ର କରିବା ପାଁଇ ଶଙ୍ଖ ଫୁଙ୍କାଯାଇଥାଏ I ଏହି ଶଙ୍ଖ ଧ୍ୱନିରେ ମନୁଷ୍ୟ ମନ ରେ ସକାରାତ୍ମକ ବିଚାର ଆସିଥାଏ I ଏବଂ ଉତ୍ତମ ବିଚାର ର ଫଳ ମଧ୍ୟ ଉତ୍ତମ ହେଇଥାଏ I
ଶଙ୍ଖରେ ଜଳନେଇ ଶିବ ଓ ଲକ୍ଷ୍ମୀଙ୍କର ଅଭିଷେକ କରାଯାଇଥାଏ ଏବଂ ଏହାଦ୍ୱାରା ଭଗବାନ ପ୍ରସନ୍ନ ହେଇଥାନ୍ତି I
ବ୍ରହ୍ମାବେବର୍ତ୍ତ ପୁରାଣରେ ଉଲେଖ ରହିଛି କି ଶଙ୍ଖରେ ଜଳ ରଖିବା ଓ ସେହି ଜଳକୁ ଘରେ ଛିଞ୍ଚିବା ଦ୍ୱାରା ବାତାବରଣରେ ସକାରାତ୍ମକ ଉର୍ଜାର ସଂଚାର ହେଇଥାଏ Iଆଜିର ଦିନଟି ମଙ୍ଗଳମୟ ହେଉ।
🙏ଜୟଜଗନ୍ନାଥ, ଜୟ ସୋମନାଥ,ଜୟମା ଯୋଗମାୟା 🙏

 

Leave A Reply

Your email address will not be published.