ଆଜିର ରାଶିଫଳ

0 188

୧୯-୨-୨୦୨୩(ରବିବାର)ଚତୁର୍ଦ୍ଦଶୀ , ମେଷ ବୃଷ ସିଂହ କନ୍ୟା ବିଛା ଧନୁ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମିଥୁନ ଓ ମୀନ ରାଶିମାନଙ୍କର ଘାତଚନ୍ଦ୍ର । ମେଷ ରାଶିର ଘାତବାର । ଦିବା ଘ୧୦।୩୪ ଗତେ ଘ୧।୨୬ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୩୪ ଗତେ ଘ୩।୮ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବିରି ଦିବା ଘ୪।୨୭ ଗତେ ସ୍ତ୍ରୀ ତୈଳ ବର୍ଜନ ଓ ମତ୍ସ୍ୟ ମାଂସ ଭକ୍ଷଣ ନିଷେଧ । ଚନ୍ଦ୍ରକ୍ଷୟ, ନିଶିପାଳନ, ନଷ୍ଟ ଚନ୍ଦ୍ରାପବାସ ଓ ହଳ ନିଷେଧ।
ମେଷ:-ନିଜକୁ ଲୋକଙ୍କ ନଜରରେ ଭଲ ପ୍ରମାଣିତ କରିପାରିବେ। କୌଣସି କାମରେ ଯଥେଷ୍ଟ ଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ବୃଷ:-କାର୍ଯ୍ୟକ୍ଷେତ୍ରରେ ଏଭଳି ସୁଯୋଗ ପାଇବେ ଯାହା ଦ୍ବାରା ଭବିଷ୍ୟତ ଉଜ୍ଜ୍ବଳ ହେବ। ଘରୋଇ ଜୀବନ ସୁଖ-ଶାନ୍ତିମୟ ହେବ। ଯାତାୟାତ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
ମିଥୁନ:-ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।
କର୍କଟ:-କାରବାର ବୃଦ୍ଧି ଲାଗି ଦିନଟି ଭଲ। ବିରୋଧୀମାନେ କ୍ଷତି କରିବା ପାଇଁ ବିଫଳ ପ୍ରୟ‌ାସ କରିବେ। ଅଫିସ କାମରେ ଚିନ୍ତା କମ୍ ରହିବ। ନୂଆ ସଂପର୍କ ଗଢ଼ିବା ପାଇଁ ଦିନଟି ଭଲ।
ସିଂହ:-କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ଲାଗି ଦିନଟି ଉତ୍ତମ। କଳା କ୍ଷେତ୍ରରେ ଥିବା ଲୋକମାନେ ଭଲ ପ୍ରଦର୍ଶନ କରିବେ। ଜୀବନସାଥୀଙ୍କ ବ୍ୟବହାରରେ ଆପଣଙ୍କୁ ଖୁସି ମିଳିବ।
କନ୍ୟା:-ନୂଆ କାମ କରିବା ପାଇଁ ଦିନଟି ଉପଯୁକ୍ତ। ଲୁଗା ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ଛାତ୍ରଛାତ୍ରୀଙ୍କର ଅଧ୍ୟୟନରେ ମନ ଲାଗିବ।
ତୁଳା:-ବ୍ୟବସାୟୀ ନୂଆ ଯୋଜନା ତିଆରି କରିବେ। ଚାକିରିଆଙ୍କ ଲାଗି ଦିନଟି ଭଲ। କର୍ତ୍ତୃପକ୍ଷ ଆପଣଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇପାରନ୍ତି।
ବିଛା:-ମସ୍ତିଷ୍କରେ ଲାଗିରହିଥିବା ଚିନ୍ତା ସମାପ୍ତ ହୋଇଯିବ। ଶୁଭ ଖବର ମିଳିବାର ଯୋଗ ରହିଛି। ଆୟରେ ବୃଦ୍ଧି ହେବ। ଅଫିସରେ ସମସ୍ତେ ଆପଣଙ୍କୁ ସହଯୋଗ କରିବେ।
ଧନୁ:-ବ୍ୟବସାୟରେ ତ୍ବରିତ ନିଷ୍ପତ୍ତି ଲାଭପ୍ରଦ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ମକର:-ଜରୁରୀ କାମରେ ଦୂର ସ୍ଥାନକୁ ଯିବେ। ଅଫିସରେ କାମର ବୋଝ ବଢ଼ିପାରେ। ପରିବାର ଲୋକେ ଆପଣଙ୍କ ଠାରୁ ଅନେକ କିଛି ଆଶା କରିବେ।
କୁମ୍ଭ:-ଧୈର୍ଯ୍ୟଧରି କାମ କଲେ ସଫଳ ହେବେ। ଅଫିସରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଠିକ୍ କରିବେ। ମହିଳାଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ।
ମୀନ:-ଗମ୍ଭୀରତାର ସହ ଉଦ୍ୟମ କରନ୍ତୁ, ସଫଳ ହେବେ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ।
!!ଜୟଜଗନ୍ନାଥ, ଜୟ ସୋମନାଥ,ଜୟମା ଯୋଗମାୟା!!

Leave A Reply

Your email address will not be published.