୨୭-୨-୨୦୨୩(ସୋମବାର)ବିଛାରାଶିର ଘାତଚନ୍ଦ୍ର।ମିଥୁନ ରାଶିର ଘାତବାର । ଦିବା ଘ୭।୩୭ ଗତେ ଘ୯।୩ ମଧ୍ୟେ କାଳବେଳା । ଘ୨।୫୭ ଗତେ ଘ୪।୨୩ ମଧ୍ୟେ ବାରବେଳା । ରାତ୍ରି ଘ୧୦।୩ ଗତେ ଘ୯।୩ ମଧ୍ୟେ କାଳରାତ୍ରି । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ନଡ଼ିଆ ଭକ୍ଷଣ ନିଷେଧ ।
ମେଷ:-ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। କାରବାରରେ ଉନ୍ନତି ହେବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।
ବୃଷ:-ସବୁ କାମ ଆପଣଙ୍କ ମନ ମୁତାବକ ପୂରା ହେବ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ଘରେ ଖୁସିର ଆଗମନ ହେବ।
ମିଥୁନ:-କାମ ନିର୍ଦ୍ଧାରିତ ସମୟରେ ପୂରା ନ ହେବା ଯୋଗୁଁ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଧନଲାଭ ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
କର୍କଟ:-କିଛି ଲୋକଙ୍କର ପୂରା ସମର୍ଥନ ପାଇବେ। ଗୁରୁତ୍ବପୂର୍ଣ୍ଣ ପାରିବାରିକ କାମ ସଂପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।
ସିଂହ:-କୌଣସି କାମରେ ମାତା ପିତାଙ୍କ ସହଯୋଗ ପାଇବେ। ଆପଣଙ୍କ ବିଚାର ସହ ଅନ୍ୟ ମାନଙ୍କୁ ସହମତ କରାଇବେ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ।
କନ୍ୟା:- ପୂଜାପାଠରେ ସମୟ ବିତିବ। ସବୁ କାମରେ ସଫଳ ହେବେ। ଲୋକ ଆପଣଙ୍କର ପ୍ରଶଂସା କରିବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ।
ତୁଳା:-କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ। କର୍ମଜୀବୀ ମହିଳା ଓ ଜମି ଦଲାଲଙ୍କ ଲାଗି ଭଲ ଦିନଟିଏ।
ବିଛା:-କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଜୀବନସାଥୀଙ୍କୁ ଉପହାର ଦେବେ। ଆପଣଙ୍କୁ ସାମାଜିକ କାର୍ଯ୍ୟଲାଗି ସମ୍ମାନିତ କରାଯିବ।ଚାକିରିରେ ପଦୋନ୍ନ ତି ମିଳିପାରେ।
ଧନୁ:-ଏକାଗ୍ରତା ସହିତ କାମ ପୂରା କରିବାକୁ ଚେଷ୍ଟା କରିବେ। ନୂଆ ଉତ୍ସରୁ ଆଶାଠୁଁ ଅଧିକ ଧନଲାଭ ହେବ। ସମାରୋହରେ କୌଣସି ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ।
ମକର:-ଅଫିସରେ ଅଧିକାରୀଙ୍କ ସାହାଯ୍ୟ ପାଇବେ। ପୂର୍ବରୁ ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ପ୍ରେମୀ ଯୁଗଳ ପରସ୍ପରଙ୍କୁ ହୃଦୟର କଥା କହିବେ।
କୁମ୍ଭ:-ସାମାଜିକ ପରିସର ବଢ଼ିବ। ଦୈନିକ କାମରେ ପୂର୍ଣ୍ଣ ସଫଳତା ପାଇବେ। ବାହନ କିଣିବା ଲାଗି ଦିନଟି ଶୁଭ। ପରିବାରରେ ଖୁସି ବଜାୟ ରହିବ।
ମୀନ:- ଆପଣ କିଛି ନୂଆ ଶିକ୍ଷା ଲାଭ କରିବେ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ।ଜୀବନ ସାଥୀ ଆପଣଙ୍କୁ ବାହାରକୁ ବୁଲାଇ ନେଇ ଯିବେ।
ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

