ବାରଙ୍ଗ,୨୬ା୨(ଏସଏସନିଉଜ) ବାରଙ୍ଗଥାନା ଅଧିନସ୍ଥ ଆନନ୍ଦ ବଜାରର ବାରଙ୍ଗ ପ୍ରେସକ୍ଲବ ନିକଟରେ ଥିବା ଏକ ଦୋକାନ ସାମ୍ନାରୁ ଶନିବାର ବିଳମ୍ଭିତ ରାତିରେ ଥୁଆହୋଇଥିବା ଏକ ଟ୍ରାକ୍ଟର ଚୋରୀ ହୋଇଥିବାର ବାରଙ୍ଗଥାନାରେ ଲିଖିତ ଅଭିଯୋଗ ହୋଇଛି ।ଦୋକାନ ମାଲିକ ସତ୍ୟବ୍ରତ ବଡ଼ଜେନା କରିଥିବା ଅଭିଯୋଗ ଅନୁଯାୟୀ ଓଆର ୦୫-ଏମ-୪୮୭୩ ନମ୍ବର ଟ୍ରାକ୍ଟରଟି ସବୁଦିନ ଭଳି କାମ ସାରି ଦୋକାନ ଆଗରେ ଥୁଆହୋଇଥିଲା ।ରବିବାର ସକାଳେ ଚାଳକ ଗାଡିବାହାର କରିବାକୁ ଆସିବାବେଳକୁ ଟ୍ରାକ୍ଟରଟି ଥୁଆହୋଇଥିବା ସ୍ଥାନରେ
ନଥିଲା ।ଏବିଷୟରେ ଚାଳକ ସତ୍ୟବ୍ରତକୁ ସୁଚନା ଦେବାପରେ ସେ ଦୋକାନକୁ ଆସି ଟ୍ରାକ୍ଟରଟି ନଥିବାର ଜଣିବାକୁ ପାଇଥିଲେ ।ପରେ କ୍ୟାମେରାରେ କଏଦ ହୋଇଥିବା ଚିତ୍ରକୁ ଭଲଭାବରେ ଅନୁଧ୍ୟାନ କରିବାପରେ ରାତି ୧ଟା ସୁଦ୍ଧା ଜଣେ କେହିଆସି ଗାଡିଟିକୁ ନେଇଯାଉଥିବାର ଦୃଶ୍ୟ ଦେଖିବାକୁ ପାଇଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି ।ପୋଲିସ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଛି ।
