ମୁକ୍ତାକାଶ କାରାଶ୍ରମରେ ଦନ୍ତାହାତୀ

0 142

ମେଣ୍ଢାଶାଳ,୨୭ା୨(ଏସଏସନିଉଜ)ଗତକାଲି ବିଳମ୍ଭିତରାତିରେ ଏକ ଦନ୍ତାହାତୀ ଯାମୁଝରିସ୍ଥିତ ବିଜୁପଟ୍ଟ ନାୟକ ମୁକ୍ତାକାଶକାରାଶ୍ରମରେ ପଶି ପନିପରିବାଖାଇ ଓ ଦଳିଚକଟି ନଷ୍ଟ କରିଦେଇଛି ।ଗତବର୍ଷ ଏହି ମାସରେ ପଶ୍ଚିମପଟପାଚେରୀଭାଙ୍ଗି ଏକ ଦନ୍ତାହାତୀ ଭିତରେ ପଶି ପରିବାଫସଲଖାଇ ନଷ୍ଟ କରିଥିଲା ।କଏଦୀମାନେ ଘଉଡାଇବାରୁ ହାତୀଟି ପାଚେରୀଡେଇଁ ପଳାଇଯାଇଥିଲା ।ସେହିଦିନଠାରୁ ପାଚେରୀଦୁଇପଟେ ଚୋରାରାସ୍ତା ରହିଛି ।ସେହିରାସ୍ତାରେ ପୁଣି ଦନ୍ତାଟି ପଶି ରବିବାର ବିଳମ୍ଭିତରାତିରେ ଭିତରକୁଆସି ପ୍ରଥମେ କଦଳୀବଗିଚା ଓ ପରେ ବିଲାତିବାଡିରେ ପଶି ଖାଇଦଳିମକଚି ନଷ୍ଟ କରିବାସହ ପ୍ରଶାସନିକ କୋଠାନିକଟରେ ଥିବା ସାଗବାରୀ,ପିଆଜବାରୀକୁ ଦଳିଚକଟି ଏକ ପଣସଗଛରୁ କଠାଖାଇ ଭୋରସମୟରେ ପରିବାବାରିରେ ଛିଡାହୋଇଥିଲା ।ସୋମବାର ସକାଳେ କଏଦୀମାନେ ପରିବାବାରିକୁ ଆସିବାବେଳେ ଦନ୍ତାଟିଛିଡାହୋଇଥିବାର ଦେଖି ପାଟିକରି ଘଉଡାଇବାକୁ ଉଦ୍ୟମ କରିଥିଲେ ।ଦନ୍ତାଟି ପରିସରରୁ ବାହାରି ପଶ୍ଚିମପଟଜଙ୍ଗଲକୁ ପଳାଇଯାଇଥିଲ।।ଖବରପାଇ ବନବିଭାଗ ଆସି ଦନ୍ତାଟି ଚନ୍ଦକା ଜଙ୍ଗଲକୁ ପଳାଇଯାଇଥିବାର କହିଥିବାବେଳେ ହାତୀଟି ନିକଟସ୍ଥ ଜଙ୍ଗଲରେ ଥିବାର କେଦୀମାନେ ଆଶଙ୍କା ପ୍ରକାସ କରିଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.