ଆଜିର ରାଶିଫଳ

0 176

୧୭-୫-୨୦୨୩(ବୁଧବାର)ରାତ୍ରି ଘ୧୦।୩୬ ଗତେ ପଶ୍ଚିମେ ।ଯାତ୍ରା ଶୁଭ । ଅଦ୍ୟ ଦେବତା ଗଠନ, ନୌକାଗଠନ ଓ ଚାଳନ,ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ ।  ରାତ୍ରି ଘ୧୦।୩୬ ମଧ୍ୟେ ବିବାହ ଓ ପାଣିଗ୍ରହଣ । ଦ୍ଵିଜା, କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୮।୨୬ ଗତେ ବୃଷ ମିଥୁନ କର୍କଟ ତୁଳା ବିଛା ମକର କୁମ୍ଭ ଏ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର ।କର୍କଟ ରାଶିର ଘାତବାର । ଦିବା ଘ୮।୨୨ ଗତେ ଘ୧୦।୧ ମଧ୍ୟେ କାଳବେଳା । ରାତ୍ରି ଘ୨।୨୭ ଗତେ ଘ୩।୪୯ ମଧ୍ୟେ କାଳରାତ୍ରି ।ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ବାଇଗଣ ଭକ୍ଷଣ ନିଷେଧ ।ଅମୃତ – ଦିବା ଘ୭।୩୮ ଗତେ ଘ୧୦।୫୦ ମଧ୍ୟେ ଘ୧।୧୩ ଗତେ ଘ୪।୨୫ ମଧ୍ୟେ ରାତ୍ରି ଘ୧୦।୧୨ ଗତେ ଘ୧୨।୩୬ ମଧ୍ୟେ ଘ୨।୧୨ ଗତେ ।

ମେଷ:- ଚାକିରିଆଙ୍କୁ ପସନ୍ଦର ପ୍ରକଳ୍ପ ମିଳିବା ଯୋଗୁଁ ମନ ପ୍ରସନ୍ନ ହେବ। ଜୀବନସାଥୀଙ୍କ ସହ ରାତ୍ରିଭୋଜନ ପାଇଁ ଯୋଜନା କରିବେ। ପରିବାରରେ ପରିବେଶ ଆନନ୍ଦମୟ ରହିବ।

ବୃଷ:- ଆପଣ କାହାରିଙ୍କୁ ସାହାଯ୍ୟ କରିବା ଯୋଗୁଁ ମନକୁ ଶାନ୍ତି ମିଳିବ। ଇସ୍ପାତ ବ୍ୟବସାୟୀଙ୍କ ହାତକୁ ବଡ଼ କାମ ଆସିବ। ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିଦେବେ।

ମିଥୁନ:- ନୂଆ ଯୋଜନା ବନାଇବାରେ ସଫଳ ହେବେ। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭଦାୟକ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ।

କର୍କଟ:- ପ୍ରଭୁଙ୍କ ଆରାଧନାରେ ମନ ଲଗାଇବେ। ଅଫିସରେ ସମସ୍ତେ ଆପଣଙ୍କ ଉପରେ ଖୁସି ହେବେ। ବନ୍ଧୁଙ୍କୁ ସାହାଯ୍ୟ କରିବେ। ବେପାରୀଙ୍କ ଲାଗି ଦିନଟି ଲାଭପ୍ରଦ।

ସିଂହ:- ଆପଣଙ୍କ ଯୋଜନାର ସକାରାତ୍ମକ ଉତ୍ତର ମିଳିବା ଯୋଗୁଁ ଖୁସି ହେବେ। କାମରେ ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ଅନ୍ୟର କାମରୁ ନିଜକୁ ଦୂରେଇ ରଖନ୍ତୁ।

କନ୍ୟା:-ବେପାର ବୃଦ୍ଧି ହେବ। ଲକ୍ଷ୍ୟ ହାସଲ ପାଇଁ ଲୋକଙ୍କ ସହଯୋଗ ପାଇବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। କୌଣସି ଉଦ୍ୟୋଗରୁ ସାକ୍ଷାତକାର ଲାଗି ଡାକରା ଆସିପାରେ।

ତୁଳା:- କାମର ନୂଆ ପଦ୍ଧତି ଉପରେ ବିଚାର କରିବେ। କୌଣସି ଆହ୍ବାନର ସାମନା କରିବେ। ପରିଶ୍ରମର ଫଳ ଅତିଶୀଘ୍ର ମିଳିବ। ପ୍ରିୟଜନଙ୍କ ସହିତ ସମ୍ବନ୍ଧ ମଜଭୁତ ରହିବ।

ବିଛା:-ସମାଜରେ ମାନ ସମ୍ମାନ ମିଳିବ। ଅଫିସରେ କାମର ବୋଝ ଅଧିକ ହୋଇପାରେ। ବୈବାହିକ ଜୀବନରେ ପ୍ରସନ୍ନତା ବଜାୟ ରହିବ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ।

ଧନୁ:-ଆପଣଙ୍କ କ୍ୟାରିୟରରେ ଅଚାନକ ପରିବର୍ତ୍ତନ ଆସିପାରେ। ପୁରୁଣା ଜମିରୁ ଆପଣଙ୍କୁ ଧନଲାଭ ହେବ। ବ୍ୟବସାୟରେ କରିଥିବା କାମର ଶ୍ରେୟ ପାଇବେ।

ମକର:-କୌଣସି କାମରେ ଦୂର ସ୍ଥାନକୁ ଯିବେ। ଘରର ନୂଆ ଦାୟିତ୍ବ ସମ୍ଭାଳିବେ। ଜୀବନସାଥୀ ଆପଣଙ୍କୁ କିଛି ଉପହାର ଦେଇପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଭଲ ଦିନଟିଏ।

କୁମ୍ଭ:-ମାଆଙ୍କ ସହିତ ବନ୍ଧୁ ଘରକୁ ଯାଇପାରନ୍ତି। ବହୁ ଦିନର ସ୍ବପ୍ନ ସାକାର ହେବ। ଘରର କୌଣସି କାମ ସଂପୂର୍ଣ୍ଣ ହେବ। ଆପଣଙ୍କ ସମ୍ମୁଖକୁ ଆୟର ନୂଆ ଉତ୍ସ ଆସିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ମୀନ:-ବନ୍ଧୁ ସହିତ ବୁଲି ଯିବାର ଯୋଜନା କରିବେ। ପ୍ରିୟଜନଙ୍କ ସହିତ ଜିନିଷ କିଣିବାକୁ ଯିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.