ଅନୁଗୁଳରୁ ଧରାହେଲା କାର୍

0 189

ଭୁବନେଶ୍ବର,୨୭/୮(ଏସଏସନିୟୁଜ) ଏଟିଏମ୍ ଲୁଟେରାଗ୍ୟାଙ୍ଗର ଜଣଙ୍କୁ ଭୁବନେଶ୍ବର ସ୍ପେସାଲ୍ ସ୍କ୍ବାଡ୍ ଗିରଫ କରିଛି ।ଏହାସହ ଏକ କାର ଓ କାର୍‌ରୁ ଲକ୍ଷାଧିକ ଟଙ୍କା ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ବଢ଼େଇବାଙ୍କ ଛକରେ ଏଟିଏମ୍ ସଟର୍ ଟାମ୍ପରିଂ କରିବା ସମୟରେ ପୂର୍ବରୁ ଛକି ରହିଥିବା ଟିଏସ୍‌ଆଇ ଟିମ୍ ୨ଜଣଙ୍କୁ କାବୁ କରିଥିବାବେଳେ ଅନ୍ୟ ଜଣେ ଅପରାଧୀ ଏକ କାର୍ ଧରି ଖସିଯିବାରେ ସକ୍ଷମ ହୋଇଥିଲେ।ଫେରାର୍ ଏଟିଏମ୍ ଲୁଟେରା ଓ କାର୍‌କୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରାକୁ ଭୁବନେଶ୍ବର ସ୍ପେସାଲ୍ ସ୍କ୍ବାଡ୍ ଯାଞ୍ଚ୍ କରିବା ଆରମ୍ଭ କରିଥିଲା। ଏହି ଏଟିଏମ୍ ଲୁଟେରା କାର୍ ନେଇ ମଙ୍ଗୁଳି ଟୋଲ୍ ଗେଟ୍ ଅତିକ୍ରମ କରି ଆଠଗଡ଼-ଅନୁଗୁଳ ରାସ୍ତାରେ ଯାଇଥିବାର ଜଣାପଡିବାପରେ ତାକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଥିଲା ସ୍ପେସାଲ୍ ସ୍କ୍ବାଡ୍ । ସ୍ପେସାଲ୍ ସ୍କ୍ବାଡ୍ଠାରୁ ଖବରପାଇ ଅନୁଗୁଳ ଜିଲ୍ଲା ପୁଲିସଚେକିଂ କରି କାର୍‌କୁ ଅଟକ ରଖିଥିଲେ ।ଏହାପରେ ସ୍ପେସାଲ୍ ସ୍କ୍ବାଡ୍ ସେଠାକୁ ଯାଇ କାର୍‌କୁ ଭୁବନେଶ୍ବର ଆଣିଛନ୍ତି ।

Leave A Reply

Your email address will not be published.