ନକଲି ପୁଲିସ ବ୍ୟବସାୟୀଙ୍କୁ ଲୁଟିଲେ

0 155

ଭୁବନେଶ୍ବର, ୨୭/୮(ଏସଏସନିୟୁଜ) ନକଲି ପୁଲିସ ବେଶରେ ୧୬ ନମ୍ବର ଜାତୀୟ ରାଜପଥରେ ଧନିଆ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ରେ ଗଞ୍ଜେଇ ଚାଲାଣ ହେଉଥିବାର ଧମକ ଦେଇ ବ୍ୟବସାୟୀଙ୍କୁ ଫିଙ୍ଗି ୪ ଜଣ ଲୁଟେରା ଗାଡ଼ିନେଇ ଫେରାର ହୋଇଯାଇଥିଲେ ।ପୋଲିସ ଏହି ଘଟନାରେ ଚଢ଼ଉ କରି ସୁନ୍ଦରପଦା ଅଞ୍ଚଳରୁ ୨ ଲୁଟେରାଙ୍କୁ ଉଠାଇଥିବା ବେଳେ ଚକେଇସିହାଣିରୁ ପିକ୍‌ଅପ୍ ଭ୍ୟାନ୍‌କୁ ଉଦ୍ଧାର କରିଛି।
ଘଟଣା ଘଟିଥିଲା ବୁଧବାର ବିଳମ୍ବିତ ରାତିରେ । କଟକ ଶଙ୍କରପୁର ଅଞ୍ଚଳର ବ୍ୟବସାୟୀ ପ୍ରହଲ୍ଲାଦ ସାହୁ‌କୋରାପୁଟରୁ ଏକ ପିକ୍‌ଅପ୍ ଭ୍ୟାନ୍‌ନଂଓଡି-୦୫-ଏଡବ୍ଲ୍ୟୁ-୬୧୨୬ ଯୋଗେ ଧନିଆଁ ପତ୍ର ନେଇ କଟକ ଫେରୁଥିଲେ।ବିଳମ୍ବିତରାତିରେ ଜୟଦେବବିହାର ଓଭରବ୍ରିଜ୍ ଉପରେ ହଠାତ୍ ବାଇକ୍ ଦୁଇଟି ପ୍ରହଲ୍ଲାଦ ଙ୍କ ଗାଡ଼ି ଆଗକୁ ଯାଇ ପିକ୍ଅପ୍ ଭ୍ୟାନ୍ କୁ ରୋକିଥିଲେ ।ଗାଡ଼ି ଅଟକିବାପରେ ୪ ଜଣଯାକ ନିଜକୁ ଭୁବନେଶ୍ବର ସ୍ପେସାଲ୍ ସ୍କ୍ବାଡ୍ ଟିମ୍ ବୋଲି ପରିଚୟ ଦେଇଦୁଇ ଜଣ ଗାଡ଼ି ଯାଞ୍ଚ କରିବା ଅଭିନୟ କରିଥିଲେ ଓ ଭିତରେ ଗଞ୍ଜେଇ ରହିଛି ,ତେଣୁ ଥାନାକୁ ଯିବାକୁ ପ୍ରହଲ୍ଲାଦକୁ ଧମକାଇଥିଲେ।କିଛିବାଟ ଯିବାପରେ ଏକ ନିଛାଟିଆ ସ୍ଥାନକୁ ନେଇ ପ୍ରବଳ ମାଡ଼ ମାରିବାସହ ପାଖରେ ଥିବା ୧୦ ହଜାର ଟଙ୍କା, ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ।ଏହାପରେ ପ୍ରହଲ୍ଲାଦକୁ ଗାଡ଼ିରୁ ବାହାରକୁ ଠେଲି ଦେବାରୁ ସେ ତଳେପଡି ସଂଜ୍ଞାହୀନ ହୋଇପଡ଼ିଥିଲେ।ଏହିସମୟରେ ପିସିଆର ପହଁଚି ରାସ୍ତା କଡ଼ରୁ ପ୍ରହଲ୍ଲାଦକୁ ଉଦ୍ଧାର କରିପ୍ରାଥମିକ ଚିକିତ୍ସା କରାଇବାପରେ ପକୃତ ଘଟଣା ଜଣାପଡିଥିଲା ।ଏହାପରେ ପୋଲିସ ମୋବାଇଲ୍ ଫୋନ୍ ଟ୍ରାକିଂ କରି ଏୟାର୍‌ଫିଲ୍‌ଡା ଥାନା ସୁନ୍ଦରପଦାରୁ ଦୁଇ ଦୁର୍ବୃତ୍ତଙ୍କୁ ଉଠାଇବାସହ ଚକେଇସିହାଣି ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ପିକ୍‌ଅପ୍ ଭ୍ୟାନ୍‌କୁ ଉଦ୍ଧାର କରିଥିଲା ।

Leave A Reply

Your email address will not be published.