ଅନୁକୁଳଚନ୍ଦ୍ର ଙ୍କର ପୁଣ୍ୟ ୧୩୨ତମ ଜନ୍ମ ମହୋସ୍‌ବ

0 253

ବାରଙ୍ଗ,୧୬/୨(ଏସଏସନିୟୁଜ)ରବିବାରଦିନ ପରମପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୁଳଚନ୍ଦ୍ର ଙ୍କର ପୁଣ୍ୟ ୧୩୨ତମ ଜନ୍ମ ମହୋସ୍‌ବ ତତ୍‌ସହ ପରମପୁଜନୀୟ ଶ୍ରୀଶ୍ରୀ ବାବାଇଦା ଙ୍କର ଶୁଭଗମନର ୨ୟବାର୍ଷିକ ସ୍ମୃତି ଉସ୍‌ବ ଏବଂ ୧୭ତମ ଦାରୁଠେଙ୍ଗ ଗ୍ରାମ ବାର୍ଷକଉସ୍‌ବ ଯାତ୍ରାପଡିଆରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଦାରୁଠେଙ୍ଗ,ଚନ୍ଦକା, ବରିମୁଣ୍ଡ, ରଘୁନାଥପୁର, କଲ୍ୟାଣପୁର,କଳାରାହଙ୍ଗ,ଦାଢା ଆଦି ସପ୍ତପଂଚାୟତର ଆୟୋଜନରେ ଏହା ହେବାକୁ ଯାଉଛି । ବିଭିର୍ଣ ମାଙ୍ଗଳିକ ଅନୁଷ୍ଠାନ ସହିତ ଦାରୁଠେଙ୍ଗ ଗ୍ରାମ ଯାତ୍ରାପଡିଆଠାରେ ମହାସମାରୋହର ସହ ଉଦ୍‌ଯାପିତ ହୋଇଯାଇଛି । ଜାତି,ଧର୍ମ,ସମ୍ପ୍ରଦାୟ,ଦୀକ୍ଷିତ,ଅଦୀକ୍ଷିତ,ନିର୍ବିଶେଷରେ ବିଶ୍ୱପିତାଙ୍କର ଏହି ମଙ୍ଗଳପ୍ରସୁ ମହାମିଳନ ମାଙ୍ଗଳିକ ଲଗ୍ନରେ ଜୀବନପ୍ରେମୀ ଭକ୍ତ ଓ ଅନୁରାଗୀ ସପରିବାରେ ସାମିଲ ହୋଇ ପୁରୁଷୋତମଙ୍କର ଅମୃତ ଆଶିଷରେ ଅଭିଷକ୍ତ ହୋଇଥିଲେ । ସପ୍ତପଂଚାୟତ ସତ୍‌ସଙ୍ଗୀମାନଙ୍କ ତତ୍ୱାବଧାନରେ ପରେ ରଥାରୁଢ ଶ୍ରୀଶ୍ରୀଠାକୁରଙ୍କର ସୁସଜ୍ଜିତ ଶ୍ରୀବିଗ୍ରହ ସହ ନଗରକିର୍ତନ ଶୋଭାଯାତ୍ରା ପରିକ୍ରମା କରାଯାଇଥିଲା ।ଏହାସହିତ ମାତୃସମ୍ମଳନୀ ଓ ଆତସବାଜି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।
(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ – ସତ୍ୟସନ୍ଧାନ)

Leave A Reply

Your email address will not be published.