ଉଦ୍ୟମ ଟ୍ରଷ୍ଟ ତରଫରୁ ଦୃଷ୍ଟିହୀନଙ୍କୁ ଷ୍ଟିକ୍ ବଣ୍ଟନ

0 365

ଭୁବନେଶ୍ବର:୧୬/୨(ଏସଏସଏନ୍)ଉଦ୍ୟମ ଟ୍ରଷ୍ଟର ର ଉଦ୍ୟମରେ ପୁଣି ଆଜି ଦୃଷ୍ଟିହୀନମାନଙ୍କୁ ଷ୍ଟିକ୍ ଦେଇ ଚର୍ଚ୍ଚାରେ ରହିଛି । କେତେବେଳେ ଟ୍ରଷ୍ଟର କର୍ମକତ୍ତାମାନେ ବେକାରି ଯୁବକ ଯୁବତୀ ମାନଙ୍କୁ ରୋଜଗାରର ବାଡ ଦେଖାଇ ସେମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଯୋଗାଇ ଦେବା ସହ ଦିବ୍ୟାଙ୍ଗମାନଙ୍କୁ ହ୍ବିଇଲ ଚ୍ୟାୟାର ମଧ୍ୟ ଯୋଗାଇ ଦେଇ ସମସ୍ତଙ୍କ ମୁହଁରେ ହସ ଫୁଟାଇଛି । ପୁଣି ଉଦ୍ୟମ ଟ୍ରଷ୍ଟର ସଭାପତି ଦିଲିପ୍ ଙ୍କ ତତ୍ବାବଧାନରେ ରବିବାର ଦିନ ୨୩ଜଣ ଦୃଷ୍ଟିହୀନ ଲୋକମାନଙ୍କୁ ଷ୍ଟିକ୍ ବଣ୍ଟନ କରାଯାଇଛି । ଏହି ଅବସରରେ ଭୁବନେଶ୍ବର ୬ନମ୍ବର ଓ୍ବାଡ୍ ର ପୁର୍ବତନ କର୍ପୋରେଟର ପ୍ରିତିନନ୍ଦା ରାଉତରାୟ, ଓ୍ବାଡ ନମ୍ବର ୧୨ ପୁର୍ବତନ କର୍ପୋରେଟର ସଞ୍ଜୟ କୁମାର ସେଠୀ ଯୋଗ ଦେଇ ଷ୍ଟିକ୍ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟ ଆହୁରି ଆଗକୁ ଯାଉ ରାଜ୍ୟ ନୁହେଁ ଦେଶ ଓ ଦେଶ ବାହାରେ ନିଜର ପରିଚୟ ସୃଷ୍ଟି କରିବା ସହ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବେ ବୋଲି କହିଥିଲେ ।

Leave A Reply

Your email address will not be published.