ଋବିବାର ୧୭ତମ ଦାରୁଠେଙ୍ଗ ଗ୍ରାମ ବାର୍ଷିକଉସ୍‌ବ

0
308

ବାରଙ୍ଗ,୧୬/୨(ଏସଏସନିୟୁଜ)ରବିବାରଦିନ ପରମପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୁଳଚନ୍ଦ୍ର ଙ୍କର ପୁଣ୍ୟ ୧୩୨ତମ ଜନ୍ମ ମହୋସ୍‌ବ ତତ୍‌ସହ ପରମପୁଜନୀୟ ଶ୍ରୀଶ୍ରୀ ବାବାଇଦା ଙ୍କର ଶୁଭଗମନର ୨ୟବାର୍ଷିକ ସ୍ମୃତି ଉସ୍‌ବ ଏବଂ ୧୭ତମ ଦାରୁଠେଙ୍ଗ ଗ୍ରାମ ବାର୍ଷକଉସ୍‌ବ ଯାତ୍ରାପଡିଆରେ ଅନୁଷ୍ଟିତ ହେବାକୁ ଯାଉଛି ।ଏଥିରେ ଦାରୁଠେଙ୍ଗ,ଚନ୍ଦକା,ବରିମୁଣ୍ଡ,ରଘୁନାଥପୁର,କଲ୍ୟାଣପୁର,କଳାରାହଙ୍ଗ,ଦାଢା ଆଦି ସପ୍ତପଂଚାୟତର ଆୟୋଜନରେ ଏହା ହେବାକୁ ଯାଉଛି ।ରବିବାରଦିନ ବିଭିର୍ଣ ମାଙ୍ଗଳିକ ଅନୁଷ୍ଠାନ ସହିତ ଦାରୁଠେଙ୍ଗ ଗ୍ରାମ ଯାତ୍ରାପଡିଆଠାରେ ମହା ସମାରୋହର ସହ ଉଦ୍‌ଯାପିତ ହେବାକୁ ଯାଉଛି । ଜାତି,ଧର୍ମ,ସମ୍ପ୍ରଦାୟ,ଦୀକ୍ଷିତ, ଅଦୀକ୍ଷିତ ,ନିର୍ବିଶେଷରେ ବିଶ୍ୱପିତାଙ୍କର ଏହି ମଙ୍ଗଳପ୍ରସୁ ମହାମିଳନ ମାଙ୍ଗଳିକ ଲଗ୍ନରେ ଜୀବନପ୍ରେମୀ ଭକ୍ତ ଓ ଅନୁରାଗୀ ସପରିବାରେ ସାମିଲ ହୋଇ ପୁରୁଷୋତମଙ୍କର ଅମୃତ ଆଶିଷରେ ଅଭିଷକ୍ତ ହେବାକୁ ସପ୍ତପଂଚାୟତ ସତ୍‌ସଙ୍ଗୀମାନଙ୍କ ପକ୍ଷରୁ ନିବେଦନ କରାଯାଇଛି ରଥାରୁଢ ଶ୍ରୀଶ୍ରୀଠାକୁରଙ୍କର ସୁସଜ୍ଜିତ ଶ୍ରୀବିଗ୍ରହ ସହ ନଗରକିର୍ତନ ଶୋଭାଯାତ୍ରା ପରିକ୍ରମା ସାଙ୍ଗକୁ ମାତୃସମ୍ମିଳନୀ ଓ ଆତସବାଜି ପ୍ରତିଯୋଗୀତା ରବିବାରର ବିଶେଷଆକର୍ଷଣ ହେବାକୁ ଯାଉଛି ।
(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ – ସତ୍ୟସନ୍ଧାନ)

LEAVE A REPLY

Please enter your comment!
Please enter your name here