ସାମ୍ବାଦିକଙ୍କ ହତ୍ୟା ଘଟଣାକୁ ବାରଙ୍ଗପ୍ରେସକ୍ଲବ ପକ୍ଷର ନିନ୍ଦା

0 453

ବାରଙ୍ଗ,୧୫/୨ (ଏସଏସନିୟୁଜ)ବାଙ୍କୀରେ ଏକ ୱେବପୋଟାଲରେ ସାମ୍ବାଦିକ ଭାବେ କାର୍ଯ୍ୟକରୁଥିବା ଅଦିତ୍ୟକୁମାର ରଣସିଂ ଙ୍କ ହତ୍ୟା ଘଟଣାକୁ କଳିଙ୍ଗସାମ୍ବାଦିକ ସଂଘର ଶାଖା ବାରଙ୍ଗପ୍ରେସକ୍ଲବ ପକ୍ଷରୁ ଦୃଢନିନ୍ଦା କରାଯିବା ସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରିବା ସହ ମୃତ ସାମ୍ବାଦିକଙ୍କ ପରିବାରକୁ ସରକାରୀ ସାହାର୍ଯ୍ୟ ଯୋଗାଇଦେବାକୁ ଦାବୀ ହୋଇଛି ।ଏହି ଅବସରରେ ବାରଙ୍ଗପ୍ରେସକ୍ଲବ ଗୃହରେ ଆୟୋଜିତ ପ୍ରତିବାଦସଭାରେ ବରିଷ୍ଟ ସାମ୍ବାଦିକ ତଥା କ୍ଲବର ସଭାପତି ଲିଙ୍ଗରାଜରାଉତଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ସାମ୍ବଦିକ ରୁଦ୍ରନାରାୟଣ ଷଡଙ୍ଗୀ, ନିହାରକାନ୍ତି ଦାଶ, ଜଗନ୍ନାଥଭଞ,କମଳାକାନ୍ତନାୟକ, ପ୍ରକାଶଚନ୍ଦ୍ରସାହୁ, ପ୍ରଦୀପକୁମାରସ୍ୱାଇଁ,କୃଷ୍ନଚନ୍ଦ୍ରସ୍ୱାଇଁ,ସଂଗ୍ରାମକିଶୋରଦାସ,ସନ୍ତୋଷମଲ୍ଲିକ, ଶେଷଦେବ ବଡଜେନା, ସଚିଦାନନ୍ଦ ପଢିହାରୀ, ଦୁଷ୍ମନ୍ତକୁମାର ଜେନା,ସୁଧିର ସାହୁ, ସୁଶାନ୍ତ କୁମାରପରିଡା.ପ୍ରତାପଚନ୍ଦ୍ରମଣ୍ଡଳ, ଗୈାତମରାଉତ, ସୁକାନ୍ତବେହାରା, ଅନନ୍ତ ସ୍ୱାଈଁ,ପ୍ରମୋଦପଢିହାରୀ,ବିଜୟ କୁମାରପ୍ରଧାନ,ମନୋଜକୁମାରପତି,ଧର୍ମବୀର ରାଉତ ପ୍ରମୁଖ କ୍ଲବର ସଦସ୍ୟମାନେ ଯୋଗଦାନ କରି ସାମ୍ବାଦିକଙ୍କୁ କରାଯାଇଥିବା ହତ୍ୟା ଘଟଣାକୁ ଦୃଢ ନିନ୍ଦା କରିଥିଲେ । ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଚତୁର୍ଥ ସ୍ତମ୍ବରେ ନିଆଯାଉଥିଲେ ମଧ୍ୟ ଆଜି ସେମାନେ ସୁରକ୍ଷିତ ନୁହଁନ୍ତି । ଖବର ସଂଗ୍ରହ ସମୟ ହେଉ କିମ୍ବା ଖବର ପ୍ରକାଶ ପରେ ସେମାନଙ୍କ ଉପରେ ଆକ୍ରମଣ ହେଉଥିବାର ଦୃଷ୍ଟାନ୍ତ ରହିଛି । ଏବେ କିନ୍ତୁ ସେମାନଙ୍କୁ ହତ୍ୟା କରିବା ଭଳି ଜଘନ୍ୟ କାଣ୍ଡ ହୋଇଛି ,ଯାହାରକି ଜ୍ୱଳନ୍ତ ଉଦାହରଣ ବାଙ୍କିରେ ଦେଖିବାକୁ ମିଳିଛି । ଫଳସ୍ୱରୁପ ଅଦିତ୍ୟକୁମାର ରଣସିଂ ଙ୍କର ଜୀବନ ଯାଇଛି । ତୁରନ୍ତ ସରକାର କାର୍ଯ୍ୟାରତ ସାମ୍ବାଦିକମାନଙ୍କର ସୁରକ୍ଷା ଦୃଷ୍ଟିରୁ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁକରିବାପାଇଁ କଳିଙ୍ଗ ସାମ୍ବାଦିକ ସଂଘ ଆରମ୍ଭରୁ ଦାବୀ କରିଆସୁଅଛି ବୋଲି ସଭ୍ୟମାନେ ମତବ୍ୟକ୍ତ କରିଥିଲେ । ଏହାସହିତ ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରିବା ସହ ମୃତକଙ୍କ ପରିବାରକୁ ସରକାରୀ ସାହାର୍ଯ୍ୟ ଯୋଗାଇଦେବାକୁ ବାରଙ୍ଗପ୍ରେସକ୍ଲବର ସଦସ୍ୟମାନେ ଦାବି କରିଛନ୍ତି ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.