ପଦାସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଳିଲା ୩୧ ତମ ବାର୍ଷିକ ଉତ୍ସବ

0 224

ବାରଙ୍ଗ:୧୬/୨(ଗୈାତମ ରାଉତ) ଭୁନବେଶ୍ବର ବ୍ଲକ ଅନ୍ତର୍ଗତ ପଦାସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶୁକ୍ରବାର ଦିନ ବିଦ୍ୟାଳୟର ୩୧ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଯୋଗ ଦେଇ ବିଦ୍ୟାଳୟ ର ଉନ୍ନତି,ବିକାଶ ପାଇଁ ବିଧାୟକ ପାଣ୍ଠିରୁ ଅର୍ଥ ଯୋଗାଇବା ପାଇଁ ମାନ୍ୟବର ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। । ସମ୍ମାନୀୟ ଅତିଥି ଭାବେ  ଓଡ଼ିଶା ଖଦୀ ଓ ଗ୍ରମ୍ୟଦ୍ୟୋଗ ବୋର୍ଡ ର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ,ଜିଲ୍ଲା ପରିଷଦ ସଭ୍ୟ (ଜୋନ ୩୦ )ଶ୍ରୀଯୁକ୍ତ କୁନାଲ ରାଉତ, ସମାଜସେବୀସୁବାଶଚନ୍ଦ୍ର ପାତ୍ର,ଦାଢ଼ା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ କୁସୁମ ମଞ୍ଜରୀ ସେନାପତି,ପୂର୍ବତନ ସରପଂଚ ଶ୍ରୀଯୁକ୍ତ ମହେନ୍ଦ୍ର ପ୍ରଧାନ, ଏବଂ ସି ଆର୍ ସି ସି ପଦାସାହି କ୍ଳଷ୍ଟର ଶ୍ରୀଯୁକ୍ତ ଟୁକୁନା ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ ଶ୍ରୀମତୀ ସସ୍ମିତା ମାଳି (ଗୋଷ୍ଠୀ ଶିକ୍ଷା ଅଧିକାରୀ, ଭୁବନେଶ୍ୱର)ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ନିଜର ବକ୍ତବ୍ୟ ଦେଇଥିଲେ ।ସମସ୍ତ ଅତିଥି ମାନଙ୍କୁ ଫୁଲତୋଡ଼ା ମାଧ୍ୟମରେ ସମ୍ବର୍ଦ୍ଧନା କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମୋନାଲିସା ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ।ପରେ କୁନି କୁନି ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଶେଷରେ କ୍ରୀଡା ପ୍ରତିଯୋଗିତା ରେ କୃତୀ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ।

Leave A Reply

Your email address will not be published.