କଲ୍ୟାଣପୁର ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୈାଶଳ ପ୍ରଶିକ୍ଷଣ ଶିବିର

0 297

ଡେଲାଙ୍ଗ,୧୪/୨(ଏସଏସନିୟୁଜ)-ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷା ତୃପ୍ତିମୟୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ଆଜିର ଶିକ୍ଷା ବ୍ୟବସ୍ଥା ଉପରେ ଅଲୋକପାତ କରିବା ସହ ବାଳିକା ଆତ୍ମରକ୍ଷା କୈାଶଳ ତାଲିମ ଶିବିରର ଆବଶ୍ୟକତା ଦିଗରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ପ୍ରତିନିଧି ସଞ୍ଜୟ କୁମାର ଜେନା,ସମିତି ସଭ୍ୟା ପ୍ରତିନିଧି ସନ୍ତୋଷ କୁମାର ଭଟ୍ଟ ଓ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ମହାବିଦ୍ୟାଳୟର୧୧୮ଜଣ ଛାତ୍ରୀ ଯୋଗ ଦେଇଥିବା ବେଳେ ପ୍ରଶିକ୍ଷକ ଭାବେ ତପସ୍ୱନୀ ମହାପାତ୍ର ଆତ୍ମରକ୍ଷା କୌଶଳ ପ୍ରଦାନ କରିଥିଲେ ।୧୨ ଦିନ ଧରି ଚାଲିଥିବା ଶିବିରକୁ କ୍ରୀଡା ପ୍ରଶିକ୍ଷକ ଅଦିତ୍ୟ କୁମାର ପାଣି ପରିଚାଳନା କରିଥିବା ବେଳେ ଆଜିର କାର୍ଯ୍ୟକ୍ରମକୁ ଅଧ୍ୟାପକ ଦିଲ୍ଲିପ କୁମାର ରଥ,ଲୋକନାଥ ମିଶ୍ର,କୈଳାଶ ଚନ୍ଦ୍ର ଦାଶ ପରିଚାଳନା କରିଥିଲେ । ପରିଶେଷରେ ଛାତ୍ରୀମାନଙ୍କୁ ଅତ୍ମରକ୍ଷା ପ୍ରଶିକ୍ଷଣର ମାନପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.