ପିଲାମାନେ ହାତରେ ଧରିଲେ ଝାଡୁ

0 231

ମେଣ୍ଢାଶାଳ,୧୪/୨ (ଏସଏସନିୟୁଜ)ଝାଡୁଧରିଲେ ରାସ୍ତାଘାଟ ସଫା କଲେ ।ଯାଉଥିବା ପଥଚାରୀମାନେ ମଧ୍ୟ କିଛି ସମୟପାଇଁ ଅଟକି ଯାଇଥିଲେ । ପାଠପଢିବା ପିଲାମାନେ ଝାଡୁଧରି କାହିଁକି ରାସ୍ତା ସଫାକରୁଛନ୍ତି ଏବିଷୟରେ କେତେଜଣ ମଧ୍ୟ ପ୍ରଶ୍ନ ପଚାରିବାକୁ ଭୁଲିନଥିଲେ । ପିଲାମାନେ ମଧ୍ୟ ପଥଚାରୀମାନଙ୍କୁ ସଚେତନ କରିବା ସହ ଆମ ପରିବେଶକୁ ସୁରକ୍ଷା ଦେବାର ଦାୟିତ୍ୱ ଆମର ଥିବାର ଆବଶ୍ୟକତା ଉପରେ ଲୋକମାନଙ୍କୁ ମଧ୍ୟ ବୁଝାଇଥିଲେ । ମେଣ୍ଢାଶାଳଠାରେ ଥିବା ପ୍ରଧାନମନ୍ତ୍ରୀ କୈାଶଳବିକାଶ ତାଲିମକେନ୍ଦ୍ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହିଭଳି ଏକ ଅଭିନବ ପ୍ରୟାସକୁ ଆପଣାଯାଇଥିଲା । କେନ୍ଦ୍ର ରେ ଶିକ୍ଷାଗ୍ରହଣ କରୁଥିବା ୪୫ରୁ ଉର୍ଦ୍ଧ ଛାତ୍ରଛାତ୍ରୀ କେନ୍ଦ୍ର ଚାରିପଟ ଓ ଚନ୍ଦକା-ପିତାପଲ୍ଲୀ ରାସ୍ତା କଡରେ ଗଦା ହୋଇଥିବା ଅଳିଆ ଆବର୍ଜନାକୁ ସଫାକରିଥିଲେ । ଜାଆଁଳାସ୍ଥିତ ଅମିତାସ୍କୁଲ ମାଧ୍ୟମରେ ଖୋଲାଯାଇଥିବା ଏହି କେନ୍ଦ୍ରରେ ପିଲାମାନେ ନସିଂ ସହାୟକ ତାଲିମ ଗ୍ରହଣ କରୁଛନ୍ତି । କେନ୍ଦ୍ରଶିକ୍ଷକ ଦେବାଶିଷ ମହାପାତ୍ର,ଅନୁସୟା ମଲ୍ଲିକ,ଜାଆଁଳା କେନ୍ଦ୍ରସଂଚାଳକ ନାରାୟଣ ପ୍ରଧାନ,କେରଳରୁ ଆସିଥିବା ତାଲିମ ନିର୍ଦ୍ଦେଶକ ମିସ୍‌.ଆରତି.ଭି ପ୍ରମୁଖ ଙ୍କ ଉପସ୍ଥିତିରେ ପିଲାମାନେ ସଚେତନତା ସୃଷ୍ଟିକରିଥିଲେ ।

Leave A Reply

Your email address will not be published.