ବାସୁଦେବଙ୍କ ମନ୍ଦିରରେ କୁମ୍ଭ ମେଳା

0 365

ମେଣ୍ଢାଶାଳ,୧୪/୨ (ଏସଏସନିୟୁଜ) ସଙ୍କିର୍ତନରୁ ଆରମ୍ଭ ହୋଇ ନଗରକର୍ତନରେ ସରିଲା କୁମ୍ଭମେଳା । କୁମ୍ଭ ସଂକ୍ରାନ୍ତିରେ ଆରମ୍ଭ ହୋଇଥିଲା କୁମ୍ଭ ମେଳା । ସବୁବର୍ଷ ବଳି ଚଳିତବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବାପାଇଁ ଭରପୁର ପ୍ରଚେଷ୍ଠା କରିଥିଲେ ଆୟୋଜକ । ଏହିଭଳି ଏକ ଆଧ୍ୟାତ୍ମିକ ପରିବେଶ କୁମ୍ଭ ସଂକ୍ରାନ୍ତି ରାତିରେ ହୋଇଥିଲା ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତବାସୁଦେବଙ୍କ ମନ୍ଦିରରେ । କୁମ୍ଭ ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ କୁମ୍ଭ ମେଳାରେ ଆଖପାଖ ଗ୍ରାମରୁ ତିନିଶହରୁ ଉର୍ଦ୍ଧ ସଂକିର୍ତନର ସଦସ୍ୟମାନେ ଯୋଗଦାନ କରିଥିଲେ ।ରାତିରୁ ଆରମ୍ଭ ହେଲା ସଙ୍କିର୍ତନ ଓ ସରିଲା ନଗରକିର୍ତନରେ ଶୁକ୍ରବାର ସକାଳରେ । ମେଣ୍ଢାଶାଳ, ଗିରିଙ୍ଗାପୁଟ, ଅନନ୍ତପୁର,ଯାଆଁଳା,ବଡରଘୁନାଥପୁର, ପଦନପୁର,ରେଙ୍ଗଳ, ତମାଣ୍ଡୋ, କାଇମାଟିଆ,ଯାଗସରାପାଟଣା, ଶଣ୍ଢପୁର, ପିତାପଲ୍ଲୀ,ବଡତୋଟା,କାଟେଣୀ, ଅରାଗଡ,ଭୋଳା, କୁଜିମହଲ, ଗରସୁଆଁ,ଆଦି ଗ୍ରାମରୁ ସଙ୍କିର୍ତନ ଦଳମାନେ ଯୋଗଦେଇ ସଙ୍କିର୍ତନ ପରିବେଷଣ କରିଥିଲେ । ପ୍ରଫୁଲଶ୍ରିଚନ୍ଦନ, ଭରତଚନ୍ଦ୍ର ରାଉତରାୟ,ନିମାଁଈ ବିଶ୍ୱାଳ,ବିଜୟବଡଜେନା, ପ୍ରଫୁଲପାତ୍ର ,ସୁରେନ୍ଦ୍ରସାମନ୍ତରାୟ ,ଯୁଗଳବେହେରା, ପ୍ରମୋଦସାମନ୍ତରାୟ, ମୁରଲିଧରମହାନ୍ତି ପ୍ରମୁଖ ଏହି ମେଳାକୁ ପରିଚାଳନା କରିଥିଲେ ।ଆଖପାଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁ ଏହି ଅବସରରେ ଯୋଗଦାନ କରି ବାସୁଦେବଙ୍କ କରୁଣାଭିକ୍ଷା କରିଥିଲେ । ବହୁ ଲୋକପ୍ରତିନିଧି ମାନେ ମଧ୍ୟ ଯୋଗଦାନ କରିଥିଲେ ।ଶୁକ୍ରବାର ସକାଳ ପର୍ଯ୍ୟନ୍ତଏହି ମେଳା ଚାଲିଥିଲା ।

Leave A Reply

Your email address will not be published.