ପଂଚଦଶ ବାର୍ଷକ ବିଶ୍ୱଶାନ୍ତି ମହାଯଜ୍ଞ

0 243

ମେଣ୍ଢାଶାଳ,୧୩/୨(ଏସ୍‌ଏସ୍‌ନିୟୁଜ) ଛତାବର ଗ୍ରାମରେ ଥିବା ଶୀଶ୍ରୀବୁଦ୍ଧେଶ୍ୱର ମହାଦେବଙ୍କ ପୀଠରେ ଚର୍ତୁଦିବସୀୟ ଜଗତକଲ୍ୟାଣ ନିମନ୍ତେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଗୁରୁବାରଦିନ ଉଦ୍‌ଯାପିତ ହୋଇଯାଇଛି । ସୋମବାରଦିନ ଯଜ୍ଞ ପ୍ରାରମ୍ଭରେ ଅଙ୍କୁରାରୋପଣ ଓ ଜଳଯାତ୍ରା,ମଙ୍ଗଳବାର ଘଟପଟକୁଣ୍ଡ ସଂସ୍କାର,ବୁଧବାର ସମସ୍ତଙ୍କହବନ ଓ ଗୁରୁବାରଦିନ ପୁର୍ଣାହୁତି ସାଙ୍ଗକୁ ନାମସଂକିର୍ତନ ଓ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା ।ଏହି ଯଜ୍ଞାନୁଷ୍ଠାନକୁ ପଣ୍ଡିତ ସର୍ବେଶ୍ୱର ମହାପାତ୍ର,ଶ୍ରିନିବାସ ଦାଶ,ବାଙ୍କନିଧିଦାଶ, ବିଜୟକୁମାରଦାଶ,ରଘୁନାଥମହାପାତ୍ର, କୃଷ୍ନଚନ୍ଦ୍ରମହାପାତ୍ର,କୃତିବାସ ମହାପାତ୍ର, ହୃଷିକେଶ ମିଶ୍ର ଓ ଗୋପିନାଥ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଆଖପାଖ ଗ୍ରାମର ଶତାଧିକ ଭକ୍ତମାନେ ଉପସ୍ଥିତ ରହି ବାବା ବୁଦ୍ଧେଶ୍ୱର ମହାଦେବଙ୍କ କରୁଣା ଭିକ୍ଷା କରିଥିଲେ ।

Leave A Reply

Your email address will not be published.