ଏକାଠି ହେଲେ ପୁରୁଣା କଥା ମନେ ପକାଇଲେ

0 247

ମେଣ୍ଢାଶାଳ,୧୩/୨(ଏସ୍‌ଏସ୍‌ନିୟୁଜ)ଦୀର୍ଘ ୫୦ବର୍ଷପର ବ୍ୟବଧାନ ପରେ ଏକାଠି ହେଲେ ।ମନକଥା ସହିତ ପରିବାର ବିଷୟକୁ ନେଇ ଆଲୋଚନାରେ ଲାଗିପଡିଲେ । ପୁଜ୍ୟପୁଜାକୁ ମଧ୍ୟ ସମ୍ମାନ ଦେବାକୁ ଭୁଲିନଥିଲେ ।ଗୁରୁଶିଷ୍ୟର ପରମ୍ପରାକୁ ଅତୁଟ ରଖିବାପାଇଁ ପୁରାତନ ଶିକ୍ଷକଙ୍କୁ ସମ୍ମାନିତ କରି ସେମାନଙ୍କଠାରୁ ଅଶିଷ ଭିକ୍ଷା କରିଥିଲେ । ଏହିଭଳି ଏକ ପରିବେଶ ସୃଷ୍ଟି ହୋଇଥିଲା କଂଟାବାଡ ଗ୍ରାମପଂଚାୟତ ଅର୍ନ୍ତଗତ ଝୁମୁକାଠାରେ । ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟରେ ୧୯୭୦ ମସିହାରେ ଶିକ୍ଷାଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସେହିସମୟର ଶିକ୍ଷକଦ୍ୱୟ ବାସୁଦେବମହାପାତ୍ର ଓ ହରିହରମହାରଣା ଙ୍କୁ ସମ୍ଭର୍ଦ୍ଧନା କରାଯାଇଥିଲା । ୫୦ ବର୍ଷ ପରେ ଆରମ୍ଭ ହୋଇଥିବା ଏହି ଉସ୍‌ବକୁ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଇଂ ଶତୃଘ୍ନବାହିନିପତି, ପ୍ରମୋଦ କୁମାର ପ୍ରହରାଜ,ପଦ୍ମଚରଣଜେନା, ସୁରେନ୍ଦ୍ରମହାନ୍ତି, ପ୍ରମୋଦସୁବୁଦ୍ଧି,ଡମ୍ବୁରୁଧରଦାସ,ସୁଚିତ୍ରା ଜେନା,ବ୍ରଜବାସିନି ପରିଡା, ପରିଚାଳନା କରିଥିଲେ । ମଦନପୁର, ଛତାବର,ମେଣ୍ଢାଶାଳ, ଗିରିଙ୍ଗାପୁଟ, କାଟେଣୀ,କଂଟାବାଡ ଗ୍ରାମର ପ୍ରାୟ୭୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦାନ କରି ପୁରୁଣା ଦିନର ସ୍ମୃତିକୁ ସେମାନଙ୍କ ମଧ୍ୟରେ ବାଂଟିଥିଲେ ।

Leave A Reply

Your email address will not be published.