ବିଏମସିକୁ ଚରମବାଣୀ- ନିଆଁ ନଲିଭାଇଲେ ଅଳିଆ ପଡିବନାହିଁ

0 279

ବାରଙ୍ଗ,୧୬/୨ (ଏସଏସନିୟୁଜ) ଦାରୁଠେଙ୍ଗ ପାଖରେ ଥିବା ଡମ୍ପିୟାର୍ଡରେ ଲାଗିଛି ନିଆଁ । ଏହି ନିଆଁ ଗତ ୫ଦିନ ହେବ ଲାଗିଥିଲେ ମଧ୍ୟ ଲିଭିବାପାଇଁ ସେଭଳି ଆଖିଦୃଶିଆ ପଦକ୍ଷପ ବିଏମସି ପକ୍ଷରୁ ଗ୍ରହଣ କରାଯାଇନାହିଁ । ଫଳରେ ଦାରୁଠେଙ୍ଗ,ଜୁଝଗଡ,ଭୁଆଶୁଣି କୃଷ୍ନନଗର,ଚୁଡଙ୍ଗ ଆଦି ଅଂଚଳର ଗ୍ରାମବାସୀମାନେ ନିଆଁର ଉତାପରେ ସିଜୁଛନ୍ତି ଓ ଅସ୍ତବ୍ୟସ୍ଥ ହେବା ସହ ଅଂଚଳ ଧୁଆଁମୟ ହୋଇ ଜନଜୀବନରେ ଦେଖାଦେଇଛି ବ୍ୟାଘାତ । ବିଏମସି ପକ୍ଷରୁ ୫/୬ଟି ପାଣିଟ୍ୟାଙ୍କର ନେଇ ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଥିଲେ ଅଦ୍ୟାବଧି ସଫଳ ମିଳିପାରିନାହିଁ ।ଏହି ଘଟଣାକୁ ପ୍ରତିବାଦ କରି ଦାରୁଠେଙ୍ଗ ଗ୍ରାମାବସୀମାନେ ରବିବାର ଦିନ ଗ୍ରାମରେ ଏକ ବୈଠକ କରିଛନ୍ତି ।ବୈଠକର ନିଷ୍ପତିମୁତାବକ ବିଏମସିର ବାରମ୍ଭାର ଅବହେଳା ଯୋଗୁ ପ୍ରାୟସମୟରେ ଡମ୍ପିୟାଡରେ ନିଆଁ ଲାଗୁଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସର୍ତକତାମୁଳକ ଭାବେ ବିଏମସି ପକ୍ଷରୁ କୈାଣସି କର୍ମଚାରୀ ମାନେ କିମ୍ବା ଦମକଳ ମହଜୁଦ ରହୁନାହିଁ । ଯାହାଫଳରେ ଗ୍ରାମାବସୀମାନେ ନାହିଁନଥିବା ହଇରାଣ ହେବାକୁ ପଡୁଛି । ଏଠାରେ ଅଳିଆ ନପଡିବାନେଇ ଗତ ଜାନୁୟାରୀମାସରେ ଗ୍ରାମବାସୀମାନେ ଦୁଇଥର ବିଏମସିକର୍ତୁପକ୍ଷଙ୍କ ସହ ଆଲୋଚନା କରିଥିଲେ ମ୍‌ଧ୍ୟ ଏହାଭିତରେ ଦୁଇଥର ଡମ୍ପିୟାଡରେ ନିଆଁ ଲାଗିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଆଉ ଡମ୍ପିୟାଡରେ ଅଳିଆ ପକାଇବାକୁ ଦେବୁନାହଁ ବୋଲି ଗ୍ରାମବାସୀମାନେ ବିଏମସିକୁ ଚରମବାଣୀ ଶୁଣାଇଛନ୍ତି ,ଯେପର୍ଯ୍ୟନ୍ତ ଡମ୍ପିୟାଡରୁ ନିଆଁ ନଲିଭିଛି ସେପର୍ଯ୍ୟନ୍ତ ଅଳିଆ ପକାଇବାକୁ ଦେବେ ନାହିଁ ଗ୍ରାମବାସୀ । ଖୁବଶିଘ୍ର ଏବିଷୟରେ ବିଏମସି କର୍ତୁପକ୍ଷଙ୍କୁ ଭେଟି ଏହି ଚରମ ନିଷ୍ପତି ଶୁଣାଇବାକୁ ଯୋଜନା କରିଛନ୍ତି ଗ୍ରାମବାସୀ ବୋଲି ଜଣାପଡିଛି ।
(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ – ସତ୍ୟସନ୍ଧାନ)

Leave A Reply

Your email address will not be published.