ପୁରୀ କଂଗ୍ରେସ ଭବନରେ ହଣାହଣୀ,୩ ଆହାତ

0 264

ଭୁବନେଶ୍ବର:୧୭/୨(ଏସଏସଏନ୍)ସୋମବାର ଦିନ ପୁରୀ ଜିଲ୍ଲା କଂଗ୍ରେସରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି! ତାହା ପୁଣି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରି ନେତାଙ୍କ ଉପସ୍ଥିତିରେ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ୩ ଜଣ ଛାତ୍ର ନେତା ଗୁରୁତର ଆହତ ହୋଇଛନ୍ତି। ତେବେ ଆକ୍ରମଣ କରିଥିବା ଦୁର୍ବୃତ୍ତମାନେ ବାହାର ଲୋକ ବୋଲି କଂଗ୍ରେସ ସଫେଇ ଦେଉଥିବା ବେଳେ କଂଗ୍ରେସ ଭବନରେ ହେଉଥିବା କୈାଣସି ବୈଠକରେ  ଗଣ୍ଡଗୋଳ ହେଉଥିବା ଚର୍ଚ୍ଚା ହେଉଛି  । ଏହି ଗଣ୍ଡୋଗଳ ଉଗ୍ରରୂପ ଧାରଣ କରି ମାରଣାସ୍ତ୍ରରେ ହଣାହଣି ପର୍ଯ୍ୟନ୍ତ ଯାଇଥିଲା । ଏହି ହଣାହଣିରେ ୩ଜଣ ଆହାତ ହୋଇଥିବା ଜଣାପଡିଛି । ଆହାତ ୩ଜଣ ହେଲେ ଆଶୁତୋଶ ଦାସ , ଆଲୋକ କୁମାର ଦାସ ଓ ସ୍ବପ୍ନଜିତ୍ ରୟେ ବୋଲି ସୁଚନା ମିଳିଛି ।ସୁଚନା ଅନୁଯାୟୀ, ଆଜି ଜିଲ୍ଲା କଂଗ୍ରେସ ଭବନରେ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କର୍ମଶାଳା ହୋଇଥିଲା। ଏଥିରେ ଯୋଗଦେବା ପାଇଁ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ସମ୍ପାଦକ ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ ନେତା ପ୍ରଦୀପ ମାଝୀ ପ୍ରମୁଖ ଆସିଥିଲେ।ସେମାନଙ୍କୁ ବିଶାଳ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ଅତିଥିଙ୍କୁ ଶ୍ରୀମନ୍ଦିର ଯାଏଁ ନେଇଯାଇଥିଲେ।ଅତିଥିମାନେ ମହାପ୍ରଭୁଙ୍କୁ ଦର୍ଶନ କରି କଂଗ୍ରେସ କାର୍ଯ୍ୟାଳୟକୁ ଯାଇଥିଲେ। ସେହି ସମୟରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଜଣେ ବ୍ୟକ୍ତିଙ୍କୁ ୨୦ରୁ ଅଧିକ ଦୁର୍ବୃତ୍ତ ଲୁହା ରଡ୍‌ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।ତାଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଆକ୍ରମଣ ର ଶିକାର ହୋଇଥିଲେ ଆଲୋକ , ସ୍ୱପ୍ନଜିତ ଓ ଆସୁତୋଷ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିବା ବେଳେ ଜଣେ ବ୍ୟକ୍ତିକୁ ପୁଲିସ ଅଟକ ରଖି ପୁଚରାଉଚରା କରୁଛି।  ତେବେ ଗଣ୍ଡଗୋଳର କାରଣ କଣ , କାହିଁକି ମାରଣାସ୍ତ୍ରରେ ଆକ୍ରମଣ ପ୍ରର୍ଯ୍ୟନ୍ତ ଗଲା । ସେନେଇ ପୋଲିସ ତଦନ୍ତ କରୁଥିବା ସୁଚନା ମିଳିଛି ।

ଆଜି ଜିଲ୍ଲା କଂଗ୍ରେସ ଭବନରେ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କର୍ମଶାଳା ହୋଇଥିଲା। ଏଥିରେ ଯୋଗଦେବା ପାଇଁ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ସମ୍ପାଦକ ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ ନେତା ପ୍ରଦୀପ ମାଝୀ ପ୍ରମୁଖ ଆସିଥିଲେ। ପୁରୀ କଂଗ୍ରେସ ପକ୍ଷରୁ ବାଟ ମଙ୍ଗଳାଠାରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ପରେ ବିଶାଳ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ଅତିଥିଙ୍କୁ ଶ୍ରୀମନ୍ଦିର ଯାଏଁ ନେଇଯାଇଥିଲେ।ଅତିଥିମାନେ ମହାପ୍ରଭୁଙ୍କୁ ଦର୍ଶନ କରି କଂଗ୍ରେସ କାର୍ଯ୍ୟାଳୟକୁ ଯାଇଥିଲେ। ସେହି ସମୟରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଜଣେ ବ୍ୟକ୍ତିଙ୍କୁ ୨୦ରୁ ଅଧିକ ଦୁର୍ବୃତ୍ତ ଲୁହା ରଡ୍‌ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଆକ୍ରମଣ ଆଲୋକ ଦାସ, ସ୍ୱପ୍ନଜିତ ରାୟ ଓ ଆସୁତୋଷ ମିଶ୍ର ଗୁରୁତର ଆହତ ହୋଇଛନ୍ତି। ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି। ଅନ୍ୟପକ୍ଷରେ ଜଣେ ବ୍ୟକ୍ତିକୁ ପୁଲିସ ଅଟକ ରଖି ପୁଚରାଉଚରା କରୁଛି।

Leave A Reply

Your email address will not be published.