ବିଏମସି ନାମରେ ଥାନାରେ ଅଭିଯୋଗ ଆଣିଲେ ଦାରୁଠେଙ୍ଗ ଗ୍ରାମବାସୀ

0 500

ବାରଙ୍ଗ,୧୭/୨(ଏସଏସନିୟୁଜ)ଦୀର୍ଘଦିନଧରି ଅସନ୍ତୋଷକୁ ସହ୍ୟକରିଆସୁଥିବା ଦାରୁଠେଙ୍ଗ ଗ୍ରାମବାସୀମାନେ ଆଉ ସହ୍ୟ କଲେ ନାହିଁ ,ବିଏମସି ଶୁଣାଇଲେ ଚରମବାଣୀ ,ଡମ୍ପିୟାର୍ଡରେ ନିଆଁ ନଲିଭିବା ପର୍ଯ୍ୟନ୍ତ ଅଳିଆ ପଡିବନାହିଁ ।ଯାହାର ପ୍ରଭାବ ସୋମବାରଦିନ ଦେଖିବାକୁ ମିଳିଛି ।ଫଳରେ ସୋମବାରଦିନ କୈାଣସି ଅଳିଆଗାଡି ଦାରୁଠେଙ୍ଗ ଡମ୍ପିୟାର୍ଡକୁ ଆସିନାହିଁ ।କେବଳ ଏତିକିରେ ସମିତି ହୋଇରହିନାହାନ୍ତି ଗ୍ରାମବାସୀ । ବିଏମସି କର୍ତୁପକ୍ଷଙ୍କ ନାମରେ ଚନ୍ଦକାଥାନାରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।ଡମ୍ପିୟାର୍ଡକୁ ନେଇ ବିଏମସି କର୍ତୁପକ୍ଷଙ୍କ ସହ ଗ୍ରାମବାସୀ ଦୁଇଥର ଅଲୋଚନା କରିଥିଲେ ମଧ୍ୟ ସଫଳ ନିର୍ଯ୍ୟାସ ବାହାରିପାରିନାହିଁ ।କିନ୍ତୁ ଆଲୋଚନାର ପରେପରେ ଦୁଇଥର ଏହି ଡମ୍ପିୟାର୍ଡରେ ନିଆଁ ଲାଗିଥିବାରୁ ଗ୍ରାମବାସୀମାନେ ନାହିଁନଥିବା ହଇରାଣ ହେଉଛନ୍ତି । ଗତ୬ଦିନଧରି ଡମ୍ପିୟାର୍ଡରେ ନିଆଁ ଲାଗିଥିଲେ ମଧ୍ୟ ନିଆଁ ଲିଭାଇବାରେ ବିଏମସିର ସେତିକି ଆନ୍ତରିକତା ନଥିବାରୁ ନିଆଁଲିଭିପାରିନାହିଁ ବୋଲି ଗ୍ରାମବାସୀମାନେ କହିଛନ୍ତି ।ଫଳରେ ଗ୍ରାମବାସୀମାନେ ନିଆଁର ଉତାପ ସହ ଧୁଆଁର ପ୍ରଭାବରେ ଅତିଷ୍ଟ ହେଉଛନ୍ତି ।ଏହି ଅସନ୍ତୋଷ ଯୋଗୁ ରବିବାରଦିନ ଗ୍ରାମବୈଠକରେ ବିଏମସିର ଅସହଯୋଗୀତାକାର୍ଯ୍ୟକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି ।

ନିଆଁନଲିଭିବା ପର୍ପ୍ୟନ୍ତ କୈାଣସି ଅଳିଆଗାଡିକୁ ପୁରାଇନଦେବାକୁ ଗ୍ରାମବାସୀମାନେ ବିଏମସି ଶୁଣାଇଲେ ଚରମବାଣୀ ।ଏହାପରେ ଗ୍ରାମବାସୀମାନେ ସୋମବାରଦିନ ବିଏମସି କର୍ତୁପକ୍ଷଙ୍କ ନାମରେ ଚନ୍ଦକାଥାନାରେ ଅଭିଯୋଗ କରିଥିବାର ଜଣାପଡିଛି ।ଆରପଟେ ବିଏମସି ପକ୍ଷରୁ ଆଜି ୧୦ଟି ପାଣିଟ୍ୟାଙ୍କର ଲଗାଯାଇ ଲାଗିଥିବା ନିଆଁକୁ ଆୟତ କରିବାକୁ ଉଦ୍ୟମ ଆରମ୍ଭ ହୋଇଥବାର ଦେଖିବାକୁ ମିଳିଛି ।
(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ-ସତ୍ୟସନ୍ଧାନ)

Leave A Reply

Your email address will not be published.