ଅପରାଜିତାଙ୍କୁ ଅଟକାଇଲା ପୁଲିସ

0 234

ପୁରୀ,୨୭/୪(ଏସଏସନିଉଜ)ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିବା ବେଳେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଚନ୍ଦନପୁରରେ ପୁଲିସ ଅଟକାଇଥିଲା ।ଏହାପରେ ଭୁବନେଶ୍ଵର ସାଂସଦ ନିଜ ସମର୍ଥକଙ୍କ ସହ ପାଦରେ ଚାଲିଚାଲି ପୁରୀ ଅଭିମୁଖେ ଯାଇଥିଲେ । ମୁଁ ଜଣେ ଭକ୍ତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛି ।କାହାର ଅନୁମତିର ଆବଶ୍ୟକତା ନାହିଁ । ଗାଡି ଅଟକାଇଲେ ମଧ୍ୟ ମୁଁ ଏଠାରୁ ଏକା ଚାଲିକି ଯିବି ବୋଲି ସାଂସଦ କହିଥିଲେ । ଗୋଟିଏ ଗାଡ଼ିରେ ଅପରାଜିତାଙ୍କୁ ନେଇ ଗୋଟିଏ ଗାଡି ଯାଇପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିବାବେଳେ ସମର୍ଥକମାନଙ୍କ ସହ ପୁରୀ ମନ୍ଦିର ଯିବାକୁ ଅପରାଜିତା ଜିଦ୍ ଧରିଥିଲେ।

Leave A Reply

Your email address will not be published.