ଅରିନ୍ଦମଙ୍କ ସ୍ମୃତିରେ…

0 188

ବାରଙ୍ଗ,୨୫/୯(ଏସଏସନିୟୁଜ)ମହାନଦୀର ମୁଣ୍ଡୁଳି ନିକଟସ୍ଥ ବ୍ୟାରେଜ ନିକଟରେ ଜଙ୍ଗଲୀ ଦନ୍ତା ହାତୀଟିକୁ ବନ୍ୟା ଜଳରୁ ଉଦ୍ଧାର କରିବା ସମୟରେ ଓଡ୍ରାଫଟିମ ର ବୋଟ ରେ ଲାଇଫ ଭିଜୁଆଲ ନେବାକୁ ଯାଇଥିବା ଓଟିଭି ସାମ୍ବାଦିକ ଅରିନ୍ଦମ ଦାସ ବୋଟ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା । ତାଙ୍କ ସ୍ମୁତିରେ ଓଡିଶା ଓ୍ବେଲ ଫେୟାର ଆଶୋସିସନ ତରଫରୁ ବାରଙ୍ଗ ପ୍ରେସ କ୍ଲବ ଠାରେ ଶନିବାର ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ଆଶୋସିସନ ତଥା ପ୍ରେସକ୍ଲବ ସଭାପତି ଲିଙ୍ଗରାଜ ରାଉତଙ୍କ ସଭାପତିତ୍ବରେ ଆୟୋଜିତ କାର‌୍ୟ୍ୟକ୍ରମରେ ଓଡିଶା ଓ୍ବେଲ ଫାୟାର ଆଶୋସିସନ ର ଉପସଭାପତି ସଞ୍ଜୟ କୁମାର ମହାନ୍ତି , ସାମ୍ବାଦିକ ରୁଦ୍ରନାରାୟଣ ସଢଙ୍ଗି , କମଳାକାନ୍ତ ନାୟକ , ଜଗନ୍ନାଥ ଭଞ୍ଜ, ପ୍ରକାଶ ସାହୁ , ତ୍ରିଲୋଚନ ଦାସ , ଦେବେନ୍ଦ୍ର ସାହୁ , ସଂଗ୍ରାମ ଦାସ , ପ୍ରସାନ୍ତ ସାହୁ , ଦୁସ୍ମନ୍ତ ଜେନା ପ୍ରମୁଖ ପ୍ରେସ କ୍ଲବ କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗଦେଇ ସ୍ୱର୍ଗତ ସାମ୍ବାଦିକଙ୍କ ସୃତି ଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତକ ପରିବାରକୁ ଜଗତର ନାଥ ଜଗନ୍ନାଥ ସତ୍ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ। ସେ ଜଣେ ସତ୍ ସାହାସୀ,ନିର୍ଭୀକ,କର୍ତ୍ତବ୍ୟ ନିଷ୍ଟ ସାମ୍ବାଦିକ ଓ ତାଙ୍କ ବିୟୋଗରେ ଓଡ଼ିଶା ସାମ୍ବାଦିକ କ୍ଷେତ୍ରରେ ଜଣେ ଉତ୍ତମ ସାମ୍ବାଦିକ ଙ୍କ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମତପ୍ରକାଶ ପାଇଥିଲା।(ଗୈାତମରାଉତଙ୍କରିପୋର୍ଟ)

 

 

Leave A Reply

Your email address will not be published.