ପ୍ରେମୀ ଯୁଗଳଙ୍କୁ ଉଲଗ୍ନ କରି ଭିଡିଓ ଭାଇରାଲ୍ ମହଙ୍ଗାପଡିଲା

0 316

ମାଲକାନଗିରିର,୨୫/୯(ଏସଏସନିୟୁଜ) ପ୍ରେମୀଯୁଗଳଙ୍କୁ ଜଙ୍ଗଲରେ ଏକୁଟିଆ ପାଇଁ ଅସଦାଚରଣ କରିବା ଓ ସେମାନଙ୍କ ଭିଡିଓ ବନାଇ ଭାଇରାଲ କରିବା ଅଭିଯୋଗରେ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ଥାନାପୋଲିସ ।ଏହିଭଳି ଏକ ଲଜ୍ୟାଜନକ ଘଟଣା ଘଟିଥିଲା ମାଲକାନଗିରି ଥାନା ଅନ୍ତର୍ଗତ ପଦ୍ମଗିରି ଅଂଚଳରେ ଘଂଚ ଜଂଗଲରେ । ଅସଞ୍ଜତ ଅବସ୍ଥାରେ ପ୍ରେମୀ ଯୁଗଳ ଧରିପଡିବା ପରେଆରମ୍ଭ ହୋଇଯାଇଥିଲା ଅତ୍ୟାଚାର । ପ୍ରେମୀ ଯୁଗଳ ଙ୍କ ଅସହାୟତାର ଭିଡିଓ ମଧ୍ୟ ବନେଇଲେ । ଯେତେ କାକୁତିମିନତି ହୋଇଥିଲେମଧ୍ୟ ଯୁବକମାନେ ଶୁଣିନଥିଲେ ।ଏପରିକି କରିଥିବା ଭିଡିଓକୁ ଭାଇରାଲ ମଧ୍ୟ କରିଦେଇଥିଲେ ।ଏସଂକ୍ରାନ୍ତରେ ଥାନାରେ କୈାଣସି ଅଭିଯୋଗ ହୋଇନଥିବାବେଳେ ପୋଲିସ ନିଜଆଡୁ ଏକ ମକଦ୍ଦାମରୁଜୁକରି ମାଲକାନଗିରି ଆଇଆଇସି ରାମ ପ୍ରସାଦ ନାଗ ତଦନ୍ତ ଆରମ୍ଭ କରିବା ସହ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ମାଲାକନଗିରି ନିକଟସ୍ଥ ସିନ୍ଧ୍ରମାଳ ଗ୍ରାମର ଡମ୍ବରୁ ମାଡକାମୀ, ପ୍ରିତମ କାରସାତା, ତ୍ରିନାଥ କାରସାତା, କାନ୍ତା କାରସାତା, ସମାରୁ କାରସାତା, ଦେବ ମାଢି ।

Leave A Reply

Your email address will not be published.