ପଞ୍ଚଭୂତରେ ଲୀନ ହେଲେ ଅରିନ୍ଦମ ଦାସ

0 288

କେନ୍ଦୁଝର,୨୫/୯(ଏସଏସନିୟୁଜ) ସାହସୀ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ପଞ୍ଚଭୂତରେ ଲୀନ ହୋଇଛନ୍ତି। ଆଜି ବଢି ଭୋରରେ ଅରିନ୍ଦମଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଁଚିବାପରେ ଗ୍ରାମବାସୀମାନେ ଏକ ଶୋଭାଯାତ୍ରାରେ ଶ୍ମଶାନ ଅଭିମୁଖେ ନେଇଥିଲେ । ବୈତରଣୀ ନଦୀ କୂଳରେ ଶୋକାକୁଳ ପରିବେଶରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।ଶ୍ମଶାନରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ସମେତ ଓଟିଭିର ବହୁ କର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

Leave A Reply

Your email address will not be published.