ନରସିଂହପୁର, ୯/୬(ଏସଏସନିଉଜ)ନରସିଂହପୁର ଜୟପୁର ସଂରକ୍ଷିତ ଜଙ୍ଗଲ ଅଧୀନ ତାମେରା ନାଳ ନିକଟରେ ପଡ଼ିରହିଥିବା ଗୁଳିବିଦ୍ଧ ଦନ୍ତାହାତୀକୁ ପ୍ରାଣୀ ଚିକିତ୍ସକମାନଙ୍କର ଏକ ସ୍ୱତନ୍ତ୍ର ଟିମ୍ ଚିକିତ୍ସା ଆରମ୍ଭ କରିଛି ।ହାତୀ ଦେହର ବିଭିନ୍ନ ସ୍ଥାନରେ ୫ଟି ଗୁଳି ବାଜିବାସହ ଶୁଣ୍ଢ, ମୁହଁ ଓ ଆଗ ଡାହାଣ ଗୋଡ଼ରେ ଆଘାତ ଲାଗିଛି।ତେବେ ଶିକାରୀମାନେ ହାତୀଦାନ୍ତ ନେବା ପାଇଁ ଏପରି କାଣ୍ଡ କରିଥିବାର ଅଭିଯୋଗ ହୋଇଛି ।ବିଧାୟକ ଦେବୀ ପ୍ରସାଦ ମିଶ୍ର, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ପିସିସିଏଫ ଶଶୀ ପାଲ ଙ୍କ ସମେତ ବନବିଭାଗର ପଦାଧିକାରୀମାନେ ଘଟଣାସ୍ଥଳରେ ପହଁଚି ହାତୀର ସ୍ଥିତି ଅନୁଧ୍ୟାନ କରିଛନ୍ତି ।
