ବାରଙ୍ଗ,୮/୫(ଏସଏସନିଉଜ)ବାଙ୍କୀ ପଟରୁ ଅଙ୍ଗାରପଡା ଦେଇ ଯାଉଥିବା ଏକ ଦେଶୀ ମଦ ବୋଝେଇ ଅଟୋକୁ ମେଣ୍ଢାଶାଳ ଫାଣ୍ଡି ପୋଲିସ ମଙ୍ଗଳବାର ରାତିରେ ଜବତ କରିଛି ।ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଅଙ୍ଗାର ପଡା ଗାଁ ମୁଣ୍ଡରେ ଜଗିରହିଥିଲେ ।ଏହି ସମୟରେ ଓଆର ୦୨-ବିଜି-୬୯୪୨ ନମ୍ବର ଅଟୋଟି ଦ୍ରୁତଗତିରେ ଆସୁଥିବାବେଳେ ତାକୁ ରୋକିଥିଲେ ।ଅଟୋରେ ଥିବା ୬ଟି ବ୍ଲାଡରରେ ଥିବା ୧୫୦ଲିଟର ଦେଶୀ ମଦ କୁ ଜବତ କରିବା ସହ ଅଟୋ ଚାଳକ ରମେଶ ସ୍ୱାଇଁଙ୍କୁ ଗିରଫ କରି ବୁଧବାର ଦିନ କୋର୍ଟ ଚାଳଣ କରିଥିଲେ ।ଏହି ରାସ୍ତା ଦେଇ ପ୍ରାୟତଃ ଆଠଗଡ଼ ଅଞ୍ଚଳରୁ ଅଙ୍ଗାରପଡା ଓ ଛତାଵର ପଂଚାୟତକୁ ଦେଶୀ ମଦ ଚାଳଣ ସହ ବିକ୍ରି କରାଯାଉଥିବାର ଅଭିଯୋଗ ମାନ ହୋଇଆସୁଛି ।(ପଦ୍ୱଚରଣବଡଜେନାଙ୍କ ରିପୋର୍ଟ)
