ଆରମ୍ଭ ହେଲା ବୋମାଇ ରାଜ

ଖବର ଆଜିର,ତାରିଖ ୨୯-୦୭-୨୦୨୧/ଗୁରୁବାର

0 406

୧-ପାଠ ନପଢି ମୋବାଇଲ୍‌ରେ ଖେଳୁଥିଲେ ଫ୍ରି ଫାୟାର ଗେମ୍, ଦଶମ ଶ୍ରେଣୀ ଛାତ୍ର ଗୁରୁତର ।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଖୁପାଳ ଗାଁରେ ।
୨-ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ମୋବାଇଲ୍‌ ଗେମ୍‌ରୁ ପିଲାଙ୍କୁ ବଞ୍ଚାଅ ।
୩-ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତକୁ ୪ ଓ୍ଵିକେଟ୍‌ରେ ମାତ୍ ଦେଲା ଶ୍ରୀଲଙ୍କା, ଟି-୨୦ ସିରିଜ୍ ୧-୧ରେ ବରାବର ।
୪-କର୍ଣ୍ଣାଟକରେ ବୋମାଇ ରାଜ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବସବରାଜ ବୋମାଇ ।
୫-ଆସନ୍ତା ୩୧ ତାରିଖ ଶନିବାର ଦିନ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ୩୧ ତାରିଖ ପରେ ପ୍ରକାଶ ପାଇବ କଳା ପରୀକ୍ଷା ଫଳ ।
୬-କୋଭିଡ ଟିକାକରଣ କ୍ଷେତ୍ରରେ ଭାରତର ଆଉ ଏକ ସଫଳତା , ଦେଶରେ ଏପର୍ଯ୍ୟନ୍ତ ଦିଆଗଲାଣି ମୋଟ ୪୫ କୋଟି ୨ଲକ୍ଷ ୫୫ ହଜାରରୁ ଅଧିକ ପାନ ଟିକା
୭-ରାଜ୍ୟର ଚାରି ହଜାରରୁ ଅଧିକ ‘ପଡ଼ା’କୁ ନୂଆ ରାଜସ୍ବ ଗାଁର ମାନ୍ୟତା ମିଳିବ, ରାଜସ୍ବ ଗ୍ରାମ ସୃଷ୍ଟି ପାଇଁ ନୂଆ ନିୟମାବଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ
୮-କରୋନାର ଅନ୍ତ ପାଇଁ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧ : ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ।ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସାକ୍ଷାତ କରିଛନ୍ତି ବ୍ଲିଙ୍କେନ୍ । ।
୯-ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ୱତ ସାଧକ ଡ. ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ ।
୧୦-ଆଇନକ୍ସର ବଡ଼ ଘୋଷଣା: ଅଲିମ୍ପିକ୍ ପଦକ ବିଜେତା ଆଜୀବନ ଦେଖିବେ ମାଗଣା ଫିଲ୍ମ ।
୧୧-ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସମ୍ମୁଖରେ ମାଆ,ପୁଅଙ୍କ ଆତ୍ମାହୁତି ଉଦ୍ୟମ; କିରୋସିନି ବୋତଲ ଧରି ନିଆଁ ଲଗାଉଥିବା ବେଳେ କାବୁ କଲା ପୁଲିସ
୧୨-ଉତ୍ତର ପ୍ରଦେଶ : ରାସ୍ତା କଡରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡିଗଲା ଦ୍ରୁତଗାମୀ ଟ୍ରକ,୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ; ୨୦ରୁ ଅଧିକ ଆହତ
୧୩-ପାକିସ୍ତାନରେ ପୁଣି ଚୀନ ନାଗରିକଙ୍କ ଉପରେ ଆକ୍ରମଣ, ଦୁଇ ଶ୍ରମିକଙ୍କୁ ଗୁଳି କଲେ ବାଇକ୍‌ ଆରୋହୀ ଦୁର୍ବୃତ୍ତ ।
୧୪-ବ୍ୟାଙ୍କ ଦେବାଳିଆ କିମ୍ବା ବନ୍ଦ ହୋଇଗଲେବି ୯୦ ଦିନ ମଧ୍ୟରେ ଗ୍ରାହକଙ୍କୁ ମିଳିବ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି .
୧୫-ଗୁଜୁରାଟର ଧୋଲାବିରାକୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା । ୟୁନେସ୍କୋ ହେରିଟେଜ୍ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
୧୬-ଆସାମ-ମିଜୋରାମ ସଂଘର୍ଷ: ଶାନ୍ତି ବଜାୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅପିଲ୍‌
୧୭-ସାଇକଲ ପ୍ରତିଯୋଗିତାରେ ଭୁବନେଶ୍ବର ଦେଶରେ ଦ୍ବିତୀୟ ।
୧୮-ବଢ଼ିଲା ଶିଳ୍ପା ଓ ରାଜଙ୍କ ଅଡୁଆ: ୩ ଲକ୍ଷ ଫାଇନ କଲା SEBI ।
୧୯-ଆସାମ ଓ ମିଜୋରାମ ସୀମାରୁ ହଟିବେ ଉଭୟ ରାଜ୍ୟର ପୋଲିସ ଫୋର୍ସ, ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ । ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.