ଆରମ୍ଭ ହେଲା ମାଣ୍ଡିଆମଣ୍ଡି

0 290

ଭୁବନେଶ୍ୱର,୨୩/୧୨(ଏସ୍ଏସ୍ ନିଉଜ୍)ରାଜ୍ୟସରକାର ଆରମ୍ଭ କଲେ ମାଣ୍ଡିଆମଣ୍ଡି । ସ୍ୱାଧିନତାର ୭୨ବର୍ଷପରେ ସ୍ୱାଭିମାନ ଅଂଚଳରେ ପ୍ରଥମେ ମାଣ୍ଡିଆମଣ୍ଡିକୁ ସୋମବାରଦିନ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ.ଅରୁଣକୁମାରସାହୁଙ୍କ ଦ୍ୱାରା ଶୁଭଉଦଘାଟନ ହୋଇଛି ।ସ୍ୱାଧିନତାର ଦୀର୍ଘବର୍ଷ ପରେ ମଧ୍ୟ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଂଚଳର ଚିତ୍ରକୋଣ୍ଡା ଜଳଭଣ୍ଡାର ଅପରପାଶ୍ୱର୍ରେ ଥିବା ୧୫୧ଟି ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଥିଲା । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଆନ୍ତରିକତା ଉଦ୍ୟମ ଫଳରେ ନିର୍ମାଣ ହେଲା ଗୁରୁପ୍ରିୟାସେତୁ ।ଦିନେ ବିଛିନ୍ନାଅଂଚଳଭାବେ ପରିଚିତ ଅଂଚଳ ଏବେ ସ୍ୱାଭିମାନ ଅଂଚଳ ଭାବେ ନାମିତ ।ଅଂଚଳବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାସହିତ ଅଂଚଳର ବିକାଶ ପାଇଁ ସରକାରଙ୍କର ସମସ୍ତ ଯୋଜନା କିଭଳି ଲୋକମାନଙ୍କପାଖରେ ପହଁଚିବ ସେଥିପ୍ରତି ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଇଛନ୍ତି ।ଓଡିଶା ମିଲେଟ ମିଶନ ଓଡିଶା ସରକାରଙ୍କର ଏକ ରାଜ୍ୟସ୍ତରୀୟ ଯୋଜନା । ଏହି ଯୋଜନାର ମୁଖ୍ୟ ଲକ୍ଷ ହେଉଛି ମିଲେଟର ଉପ୍ତାଦନ ଓ ପୋଷଣାତାକୁ ରାଜ୍ୟର ୧୪ଟିଜିଲ୍ଲାର ୭୨ଗୋଟି ବ୍ଲକରେ ପୁନଃଉଦ୍ଧାର କରାଇବା । ଏହି ଯୋଜନାଟି ମାଲକାନଗିରି ଜିଲ୍ଲାର ମାଥିଲି,ଖାଇରପୁଟ,ଚିତ୍ରକୋଣ୍ଡା ଓ କୋରକୁଣ୍ଡା ବ୍ଲକରେ କାର୍ଯ୍ୟକାରୀ ହେଉଛି ବୋଲି ମନ୍ତ୍ରୀ ସାହୁ କହିଛନ୍ତି ।

Leave A Reply

Your email address will not be published.