ମୋ ସରକାର ଅଭିମୁଖେ ଶ୍ରମବିଭାଗ

0 469

ଭୁବନେଶ୍ୱର,୨୩/୧୨(ଏସ୍ଏସ୍ ନିଉଜ୍)ଶ୍ରମଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଓ ମୋ ସରକାର ସଚେତନତା କର୍ମଶାଳା ସୋମବାରଦିନ ଅନୁଷ୍ଠିତ ହୋଇଯାଇଛି ।ଶ୍ରମକର୍ମଚାରୀ ରାଜ୍ୟବୀମା ଏବଂ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ସୁଶାନ୍ତସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକଭାବେ ଉଦଘାଟନ କରିଛନ୍ତି ।ମନ୍ତ୍ରୀ ସିଂହ ମୁଖ୍ୟଅତିଥିଭାବେ ଯୋଗଦାନକରି ବିଭାଗକୁ ଅଧିକ କ୍ରିୟାଶିଳ କରାଯିବାର ଆବଶ୍ୟକତା ରହିଛି ।ଏଥିସହିତ ଜନସାଧାରଣମାନଙ୍କୁ ଯେପରି ଉତମ ସେବା ଯୋଗଇ ଦିଆଯିବ ,ସେ ସର୍ମ୍ପକରେ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।ଅନ୍ୟତମ ଅତିଥିଭାବେ ରାଜ୍ୟନିର୍ମାଣ ଶ୍ରମିକ କଲ୍ୟାଣବୋର୍ଡର ଅଧକ୍ଷ ସୁବାସ ସିଂହ ନିର୍ମାଣଶ୍ରମିକ କଲ୍ୟାଣବୋର୍ଡରେ ଅଧିକ ସ୍ୱଛତା ଆଣିବା ସହ ହିତାଧିକାରୀମାନଙ୍କୁ ଉତମ ବ୍ୟବହାର କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।ବିଭାଗୀୟ ପ୍ରମୁଖ ଶାସନସଚିବ ଅନୁ ଗର୍ଗ ଏହି ସମିକ୍ଷା ବୈଠକରେ ୫ଟି ଚିନ୍ତାଧାରରେ ସମସ୍ତ ଅଧିକାରୀ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟ ଶ୍ରମ କମିଶନର ନିରଞନସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମିକ୍ଷା ବୈଠକରେ ସ୍ୱତନ୍ତ୍ର ଶାସନସଚିବ ଶରତଚନ୍ଦ୍ରମିଶ୍ର,ଯୁଗ୍ମଶାସନସଚିବ ଲକ୍ଷ୍ମୀକାନ୍ତସେଠୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ନିର୍ମାଣଶ୍ରମିକ କଲ୍ୟାଣବୋର୍ଡର ଆର୍ଥିକବର୍ଷର ସଫଳତା ସମ୍ବଦ୍ଧୀୟ ବାର୍ଷିକବିବରଣୀ ୨୦୧୮-୧୯ପୁସ୍ତିକା ଅତିଥିମାନେ ଉନ୍ନୋଚନ କରିଥିଲେ ।ଶେଷରେ ଯୁଗ୍ମଶାସନସଚିବ ଅଶୋକୁମାରପଣ୍ଡା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.