ବାରଙ୍ଗ,୨୨।୨(ଏସଏସନିଉଜ) ମିଳିଲା ଅର୍ଧଉଲଗ୍ନ ମହିଳାଙ୍କ ଗଳିତ ମୃତଦେହର ପରିଚୟ । ଗତ ୧୯ତାରିଖରେ ରଘୁନାଥପୁରଗାଁମୁଣ୍ଡ ଶ୍ମଶାନ ରାସ୍ତାକଡ଼ରେ ଥିବା ପରିତ୍ୟକ୍ତ ଚାଷଜମିରୁ ମିଳିଥିଲା ମହିଳାଙ୍କ ମୃତଦେହ । ମହିଳା ଜଣଙ୍କ କୃଷ୍ଣପ୍ରସାଦଥାନା ଅନ୍ତର୍ଗତ ଚାରିଛକ ଗାଁର ବସନ୍ତ ନାୟକଙ୍କ ସ୍ତ୍ରୀ ଝିଲି ନାୟକ(୩୦) ବୋଲି ଜଣାପଡିଛି
ପ୍ରକାସ ଯେ,ସ୍ବାମୀ ଓ ସ୍ତ୍ରୀ ଉଭୟ କାମ ଅନ୍ୱେଷଣରେ ଗତ କିଛିବର୍ଷ ହେବ ଘରଛାଡି ଭୁବନେଶ୍ଵର ଆସିଥିଲେ । ଭୁବନେଶ୍ୱର ଇନଫୋସିସଥାନା ଅଧିନସ୍ଥ ଶିଖରଚଣ୍ଡି ନଗରରେ ଘରଭଡା ନେଇ ରହୁଥିଲେ ।ଘରେ ଦୁଇ ଝିଅକୁ ଛାଡି ସ୍ୱାମୀ ଅଟୋ ଚଳାଇବା ବେଳେ ସ୍ତ୍ରୀ ଆପର୍ଟମେଂଟକୁ ଯାଇ ଘର କାମ କରି ପରିବାର ପ୍ରତିପୋଷଣ କରୁଥିଲେ।ଗତମାସରେ ସ୍ୱାମୀ ବସନ୍ତ ଦୁଇଝିଅକୁ ନେଇ ଘରକୁ ପଳାଇଯାଇଥିଲେ। ଏହାପରେ ସ୍ତ୍ରୀ ଝିଲି ନନ୍ଦନକାନନଥାନା ଅଧିନସ୍ଥ ରଘୁନାଥପୁରଗାଁରେ ଏକୁଟିଆ ଘରଭଡାନେଇ ରହୁଥିଲେ।ବସନ୍ତ ଗାଁରେ ରହୁଥିଲେ ମଧ୍ୟ ଝିଲି ସହ ମଝିରେମଝିରେ କଥା ହେଉଥିଲେ । ଗତ ୧୫ତାରିଖଠାରୁ ଝିଲିର ମୋବାଇଲ ସୁଇଜଅପ୍ ଥିବାରୁ ଆଉ କଥା ନହୋଇପାରି ୧୯ତାରିଖରେ ଝିଲି ପାଖକୁ ଆସିଥିଲେ।ବହୁ ଖୋଜାଖିଜି ପରେ ପୁରୁଣା ଭଡାଘରେ ନପାଇବାରୁ ରବିବାରଦିନ ଇନଫୋସିଟି ଥାନାରେ ଜଣାଇଥିଲେ।କିନ୍ତୁ ପୋଲିସ ବୁଝାଇ ଛାଡ଼ିଦେବାପରେ ସନ୍ଧ୍ୟାରେ ନନ୍ଦନକାନନ ଥାନାରେ ସ୍ତ୍ରୀ ନିଖୋଜ ହୋଇଥିବାର ଅଭିଯୋଗ କରିଥିଲେ । ହେଲେ ଦୁଃଖର ବିଷୟ ଏହିଦିନ ନନ୍ଦନକାନନ ପୋଲିସ ପରିତ୍ୟକ୍ତ ଚାଷଜମିରୁ ଅର୍ଧଉଲଗ୍ନ ମହିଳାର ଗଳିତ ମୃତଦେହ ପାଇଥିଲେ ମଧ୍ୟ ମହିଳାଙ୍କର ପରିଚୟ ପାଇପାରିନଥିଲା । ମୃତଦେହଟିକୁ ବସନ୍ତ ଦେଖିବାପରେ ତାସ୍ତ୍ରୀର ବୋଲି ଚିହ୍ନଟ କରିଥିଲା ।ମୃତଦେହ ଚିହ୍ନଟ ପରେ ପୋଲିସ ଏକପ୍ରକାର ନିଶ୍ୱାସ ମାରିଥିବା ବେଳେ ଏବେ ଘଟଣାଉପରୁ ପରଦା ଉଠାଇବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି।କାରଣ ଅର୍ଦ୍ଧଲଗ୍ନ ମହିଳା ଜଣଙ୍କ ଗୋଡରେ ଅଲତା ଲଗାଇଥିବାସହ ଚୁଡ଼ିଦାର ପଞ୍ଜାବୀ ପିନ୍ଧିଥିଲେ । ମୃତଦେହପାଖରେ ପଡିଥିବା କଣ୍ଡମ ଓ ହଳେ ଚପଲକୁ ପୋଲିସ ଜବତ କରିଛି ।ପରିପାଶ୍ୱର୍ିକ ପରିସ୍ଥିତି ମହିଳାଙ୍କୁ ବଳକ୍ତାର ପରେ ହତ୍ୟା କରାଯାଥିବାର ପୋଲିସ ସନ୍ଦେହ କରୁଛି।ତେବେ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷାକରିଛି ପୋଲିସ ।ମହିଳାଜଣଙ୍କ ରଘୁନାଥପୁରରେ ରହୁଥିବା ଘରଭଡାମାଲିକ ଓ ଯେଉଁ ଆପର୍ଟମେଂଟର ଘରକୁକାମକରିବାକୁ ଯାଉଥିଲା ସେହିଘରମାଲିକ ଓ ପାଖରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି ପୋଲିସ। ମହିଳାଙ୍କୁ ଏହି ନିକାଂଚନ ତଥା ପରତ୍ୟକ୍ତ ଜାଗାକୁ କିଏ ଆଣିଥିଲା ତାହାକୁ ଖୋଜୁଛି ପୋଲିସ ।ପୋଲିସ କେବେ ଏହା ଉପରୁ ପରଦା ଉଠାଉଛି ତାହା ଦେଖିବାକୁ ବାକି ରହିଛି ।
