ବାରଙ୍ଗ,୨୨।୨(ଏସଏସନିଉଜ) ଶଳାଭାଉଜକୁ ବଳାତ୍କାର କରିବା ଅଭିଯୋଗରେ ନନ୍ଦନକାନନ ଥାନାପୁଲିସ ନଣନ୍ଦେଇକୁ ଗିରଫକରି ବୁଧବାର କୋର୍ଟଚାଲାଣ କରିଛି।
ସୂଚନା ମୂତାବକ,ଏହି ଥାନାଅନ୍ତର୍ଗତ ପଦାସାହିଗ୍ରାମର ପୀଡିତ(ଶଳାଭାଉଜ) ଛଦ୍ମ ନାମ ରୁବି( ୩୦)।ସେ ମଙ୍ଗଳବାର ପୂର୍ବାହ୍ନରେ ନିଜଘରେ ଏକାକୀ ଥିବାବେଳେ ସେହିଗ୍ରାମର ନିଜ ନଣନ୍ଦେଇ ପ୍ରାଣକୃଷ୍ଣ ମହାନ୍ତି (୫୫) ତାଙ୍କୁ ଧମକାଇ ଜୋରଜବଦସ୍ତ ବଳତ୍କାର କରିଥିଲେ।ଏହିସମୟରେ ପିଡୀତାଙ୍କ ସ୍ବାମୀ ଦିନମଜୁରୀଆ ଭାବରେ କାମକରିବାକୁ ଯାଇଥିଲା।ଝିଅ ମଧ୍ୟ ସ୍କୁଲ ଚାଲିଯାଇଥିଲା।ସନ୍ଧ୍ୟାରେ କାମରୁ ଫେରିବାପରେ ପିଡୀତା ଘଟଣାସମ୍ପର୍କରେ ସ୍ବାମୀ ଆଗରେ ସବୁକଥା କହିଥିଲା।ଏହାପରେ ଉଭୟ ସ୍ବାମୀସ୍ତ୍ରୀ ନନ୍ଦନକାନନଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।ଅଭିଯୋଗ ମୂତାବକ ପୁଲିସ ବଳତ୍କାର କରିଥିବା ପ୍ରାଣକୃଷ୍ଣମହାନ୍ତି (ନଣନ୍ଦେଇ)ଙ୍କୁ ଥାନାରେ ଅଟକରଖି ପଚରାଉଚରା କରିବାସହିତ ଅଭିଯୁକ୍ତର ବୟାନ ରେକର୍ଡ କରିବାବେଳେ ସେ ସବୁକଥା ମାନିଯାଇଥିଲା।ଏନେଇ ପୁଲିସ ୪୩/୨୩କେଶନଂରେ ଏକ ମାମଲାରୁଜୁ କରି ଡାକ୍ତରୀମାଇନା କରିବା ପରେ ବୁଧବାର କୋର୍ଟଚାଲାଣ କରିଛି।
Prev Post
