ଅର୍ଜୁନ ପୁରସ୍କାର ପାଇବେ ଦୁଇ ଓଡିଆ

ଖବର ଆଜିର,ତାରିଖ ୦୩/୧୧/୨୧, ବୁଧବାର

0 228

୧-ଭୁବନେଶ୍ୱର: ବେଆଇନ ବାଣ ବିକ୍ରି ଜଗିବାକୁ ନିର୍ଦ୍ଦେଶ,ପେସୋର ଯାଞ୍ଚ ପରେ ସବୁଜ ବାଣ ବିକ୍ରି ଲାଇସେନ୍ସ ମିଳିବ।
୨-ପ୍ରକାଶ ପାଇଲା ଓପିଏସସି ପ୍ରିଲିମିନାରୀ-2020 ପରୀକ୍ଷା ଫଳ।୬୦ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୦୦୦ ଜଣ ହୋଇଛନ୍ତି କୃତକାର୍ଯ୍ୟ।
୩-ଓଡ଼ିଶାରେ ଜନଜାତିଙ୍କ ସ୍ଥାୟୀ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ କିସ୍‌ ଓ ୟୁଏନଡିପି,ବୁଝାମଣା ପତ୍ର ହେଲା ସ୍ବାକ୍ଷରିତ।
୪-କୁଚିଣ୍ଡା:ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ୧୪୭ କୋଟି ଟଙ୍କାର ପାଣ୍ଠି ଗଠନ: BSKY ସ୍ମାର୍ଟକାର୍ଡ ବଣ୍ଟନ ବେଳେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
୫-ଅର୍ଜୁନ ପୁରସ୍କାର ପାଇବେ ଦୁଇ ଓଡିଆ । ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ମିଳିବ ଏହି ପୁରସ୍କାର।
୬-ଓଡିଶା ପାଇଁ ଗର୍ବର ଖବର: ପାରା ଅଲମ୍ପିଆନ ପ୍ରମୋଦ ଭଗତ ପାଇବେ ଖେଳରତ୍ନ ପୁରସ୍କାର।
୭-ଭୁବନେଶ୍ୱର:ଧନ ତେରାସରେ ଭିଡ଼ ହେଲା ସୁନା ଦୋକାନ; ଲୋକ ମାନିଲେନି କଟକଣା।
୮-ଶ୍ରୀମନ୍ଦିର ପାଇଁ ୧୯୦ କୋଟି ଟଙ୍କାର ବଳକା ବଜେଟ ଅନୁମୋଦିତ: ସେବାୟତଙ୍କ ପାଇଁ ଖୁବଶୀଘ୍ର ଡ୍ରେସ କୋଡ ଲାଗୁ ପାଇଁ ନିଷ୍ପତ୍ତି।
୯-କରୋନା ପାଇଁ ଦୀପ ଓ ବାଣ ବେପାରୀ ନିରାଶ; ହେଲେ ଜମୁଛି ଲାଇଟ୍ କାରବାର।
୧୦-ଭୁବନେଶ୍ୱର-ଜୟପୁର ବିମାନ ସେବା ଆରମ୍ଭ। ଉପାନ୍ତରେ ଡ୍ରୋନ୍ ସେବା ପାଇଁ ଧର୍ମେନ୍ଦ୍ରଙ୍କ ପ୍ରସ୍ତାବ।
୧୧-ନିମାପଡା:୫ ପ୍ୟାନ୍‍ କାର୍ଡ଼ଧାରୀ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଗିରଫ, ଗତକାଲି ହସ୍ତାନ୍ତର କରିଥାନ୍ତେ କାର୍ଯ୍ୟଭାର।
୧୨-କାଳୀ ପୂଜା: ମା’ କାମରୂପା, ଉଗ୍ରତାରା ଓ ଦକ୍ଷିଣକାଳୀ ପୀଠରେ ଜାରି ହେବ ୧୪୪ ଧାରା।
୧୩-ଆସନ୍ତା ଡିସେମ୍ବର ୨୪ରୁ ୨୬ ପର୍ଯ୍ୟନ୍ତ ୪ର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହେବ ଭୁବନେଶ୍ୱରରେ।
ଏଇଠି ସ୍ୱର୍ଗ ଏଇଠି ନର୍କ । ସ୍ୱର୍ଗମର୍ତ୍ୟ ବୋଲି କିଛି ନାହିଁ । କଥାରେ ଅଛି ଜୀବନରେ ଭଲ କାମ କଲେ ସ୍ୱର୍ଗ ସୁଖ ମିଳେ ଆଉ ମନ୍ଦ କର୍ମ ପାଇଁ ନର୍କ ଯନ୍ତ୍ରଣା ରହିଥାଏ, ତେଣୁ ସୂର୍ଯ୍ୟ କିରଣରେ ଦୀପ ଜଳାଇବାର ଅର୍ଥ କିଛି ହୁଏ ନାହିଁ । ଦୀପ କେବେ ସୂର୍ଯ୍ୟକୁ ସ୍ତୀମିତ କରିପାରେ ନାହିଁ 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.